ନିଜ ବିବାହ ସମୟରେ ଆକାଶରୁ ଅବତରଣ କରିଥିବା ଅପ୍ସରା ଭଳି ଲାଗୁଥିଲେ ଏହି ୧୦ ଜଣ ଅଭିନେତ୍ରୀ ! ସାମ୍ନାକୁ ଆସିଲା ଫୋଟ…

ବଲିଉଡ ଅଭିନେତ୍ରୀମାନେ ନିଜର ଷ୍ଟାଇଲ ଏବଂ ଫ୍ୟାଶନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେମାନେ ପିନ୍ଧୁଥିବା ସମସ୍ତ ଜିନିଷ ଫ୍ୟାଶନରେ ଆସିଯାଏ । ଝିଅମାନେ ସେମାନଙ୍କର ଷ୍ଟାଇଲକୁ କପି କରିବାକୁ ଚେଷ୍ଟା କରିଥାନ୍ତି । ଭାରତୀୟ ଠାରୁ ଆରମ୍ଭ କରି ପାଶ୍ଚାତ୍ୟ ପୋଷାକରେ ନିଜର ଯାଦୁ ପ୍ରଦର୍ଶନ କରୁଥିବା ସୁନ୍ଦରୀ ତାରକାମାନେ ଟ୍ରେଣ୍ଡ ସ୍ଥିର କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ଆଜି ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜର ବିବାହ ସୋମରହରେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେମାନଙ୍କର ପୋଷାକ, ଅଳଙ୍କାର ଏବଂ ମେକପ୍ ଦେଖି ପ୍ରତ୍ୟେକ ଝିଅ ଚାହିଁବେ ଯେ ସେମାନେ ମଧ୍ୟ ତାଙ୍କ ଭଳି ନିଜ ବିବାହରେ ଦେଖାଯିବେ ।

ସୋହା ଅଲି ଖାନ୍:-

ପଟୌଦି ପରିବାରର ଝିଅ ସୋହା ଅଲି ଖାନ୍ ନିଜର ବିବାହ ସୋମରହରେ ନିଜର ନବାବୀ ଏବଂ ମନୋହର ଶୈଳୀରେ ଦେଖା ଯାଇଥିଲେ । ସେ ସଞ୍ଜୟ ଗର୍ଗଙ୍କ ଦ୍ୱାରା ଡିଜାଇନ କରା ଯାଇଥିବା ଗୋଲାପୀ ଏବଂ ସୁବର୍ଣ୍ଣ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏହା ସହିତ ସେ ସୁନ୍ଦର ହାର ଏବଂ ମଥା ଟିକା ମଧ୍ୟ ପିନ୍ଧିଥିଲେ । ସେ ବହୁତ ସରଳ ମେକପ୍ କରିଥିଲେ । ନିଜର ଏହି ଶୈଳୀ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।

କରୀନା କପୁର:-

କରୀନା କପୁର ନିଜର ବିବାହର ଉଭୟ ସୋମରହରେ ନିଜର ନବାବୀ ଗର୍ବକୁ ବଜାୟ ରଖିଥିଲେ । ସେ ଉଭୟ ଦିଲ୍ଲୀ ଏବଂ ମୁମ୍ବାଇର ସୋମରହରେ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ହୋଇଥିବା ଲେହେଙ୍ଗା ପିନ୍ଧିଥିଲେ । ମୁମ୍ବାଇର ସୋମରହରେ ସେ ଲାଲ୍ ରଙ୍ଗର ସୁନ୍ଦର ଲେହେଙ୍ଗାରେ ଦେଖିବାକୁ ମିଳିଥିଲେ । ଏବଂ ଦିଲ୍ଲୀରେ ଗୋଲାପୀ ରଙ୍ଗର ପାରମ୍ପାରିକ ଲେହେଙ୍ଗା ଏବଂ ଅଳଙ୍କାରରେ ତାଙ୍କର ଶୈଳୀ ଅତ୍ୟନ୍ତ ସୁନ୍ଦର ଥିଲା ।

ଶିଳ୍ପା ଶେଟ୍ଟୀ:-

ଶିଳ୍ପା ଶେଟ୍ଟୀ ନିଜର ଲୁକ୍ସକୁ ନେଇ ପରୀକ୍ଷଣ କରିଥାନ୍ତି । ସେ ନିଜର ବିବାହ ଭୋଜିରେ ମଧ୍ୟ ଏହିପ୍ରକାରର ପରୀକ୍ଷଣ କରିଥିଲେ । ଶିଳ୍ପା ପାରମ୍ପାରିକ ଲେହେଙ୍ଗା ପରିବର୍ତ୍ତେ ଏକ ସୁବର୍ଣ୍ଣ ରଙ୍ଗର ଶାଢୀ କମ୍ ଗାଉନରେ ଦେଖିବାକୁ ମିଲଥିଲେ । ଏହି ଭିନ୍ନ ଶୈଳୀରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କ ପୋଷାକକୁ ତରୁଣ ତହଲିୟାନି ଡିଜାଇନ କରିଥିଲେ । ସେ ନିଜର ଏହି ସୁନ୍ଦର ପୋଷାକ ସହିତ ରୁବି ଏବଂ ହୀରାର ନେକଲେସ୍ ପିନ୍ଧିଥିଲେ ।

ଜେନେଲିଆ ଡିସୁଜା:-

ବଲିଉଡର ବବଲି ଝିଅ ଜେନେଲିଆ ଡିସୁଜା ନିଜର ବିବାହ ସୋମରହରେ ଡାର୍କ ପିଚ୍ ରଙ୍ଗର ଏକ ସୁନ୍ଦର ଲେହେଙ୍ଗାରେ ଦେଖିବାକୁ ମିଳିଥିଲେ । ସେ ନିଜର ଲୁକ୍ସକୁ ସୁବର୍ଣ୍ଣ ରଙ୍ଗର ଅଳଙ୍କାରରେ ପରିପୂର୍ଣ୍ଣ କରିଥିଲେ । ଜେନେଲିଆ କୌଣସି ହେୟାର ଷ୍ଟାଇଲ ନକରି ନିଜ କେଶକୁ ଖୋଲା ରଖିଥିଲେ, ଯାହାଦ୍ୱାରା ତାଙ୍କର ସୌନ୍ଦର୍ଯ୍ୟକୁ ଆହୁରି ବଢି ଯାଇଥିଲା ।

ଈଶା ଦେଓଲ:-

ନିଜ ବିବାହ ଭୋଜିରେ ଇଶା ଦେଓଲ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏହି ଲେହେଙ୍ଗାକୁ ଡିଜାଇନର ଏସ୍ ରକି ଡିଜାଇନ କରିଥିଲେ । ହୀରା ଏବଂ ରତ୍ନର ଅଳଙ୍କାର ତାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା । ଈଶା ନିଜ କେଶକୁ କର୍ଲି କରିବା ସହିତ କେଶରେ ଏକ ଫୁଲ ମଧ୍ୟ ଲଗାଇଥିଲେ ।

ଆମନା ଶରୀଫ:-

ଆମନା ଶରୀଫ ନିଜ ବିବାହ ସୋମରହରେ ଡାର୍କ ନୀଳ ରଙ୍ଗର ଭେଲଭେଟ୍ ଲେହେଙ୍ଗା ପିନ୍ଧିଥିଲେ । ଏହାର ଚୁନି ଗୋଲାପୀ ରଙ୍ଗର ଥିଲା । ଆପଣଙ୍କୁ କହିରଖୁଛୁ ଯେ ଆମନାଙ୍କ ଏହି ସୁନ୍ଦର ପୋଷାକକୁ ବଲିଉଡର ପ୍ରସିଦ୍ଧ ଡିଜାଇନର ମନୀଷ ମାଲହୋତ୍ରା ଡିଜାଇନ କରିଥିଲେ । ଆମନା କୁନ୍ଦନ ଅଳଙ୍କାର ବହନ କରିଥିଲେ, ଯାହାଦ୍ୱାରା ତାଙ୍କର ଲୁକ ଆହୁରି ଅଧିକ ସୁନ୍ଦର ଲାଗୁଥିଲା ​​।

ଅନୁଷ୍କା ଶର୍ମା:-

ଅନୁଷ୍କା ଏବଂ ବିରାଟଙ୍କ ବିବାହରେ ମଧ୍ୟ ଦୁଇଟି ବିବାହ ସୋମରହ ହୋଇଥିଲା । ଦିଲ୍ଲୀର ସୋମରହରେ ଅନୁଷ୍କା ଶର୍ମା ସବ୍ୟାସାଚୀଙ୍କ ସୁନ୍ଦର ଲାଲ ବନାରସୀ ଶାଢ଼ୀରେ ନଜର ଆସିଥିଲେ । ପାରମ୍ପରିକ ରୂପରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଥିଲେ। ଏଥିସହିତ ମୁମ୍ବାଇର ସୋମରହରେ ଅନୁଷ୍କା ସୁବର୍ଣ୍ଣ ରଙ୍ଗର ଏକ ଓଜନିଆ ଲେହେଙ୍ଗା ପିନ୍ଧିଥିଲେ । ଅନୁଷ୍କା ବହୁତ କମ୍ ଅଳଙ୍କାର ଏବଂ ମେକପ୍ ବହନ କରିଥିଲେ, ଯେଉଁଥିରେ ସେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ ।

ହେଜେଲ କୀଚ୍:-

ନିଜ ବିବାହ ଭୋଜିରେ ହେଜେଲ ଏକ ସୁବର୍ଣ୍ଣ ଏବଂ ନୀଳ ରଙ୍ଗର ସୁନ୍ଦର ଲେହେଙ୍ଗାରେ ଦେଖିବାକୁ ମିଳିଥିଲେ । ତାଙ୍କ ଲେହେଙ୍ଗାରେ ହାତରେ ଗୋଟା କିନାରୀର କାମ କରା ଯାଇଥିଲା । ଏହି ସୁନ୍ଦର ଲେହେଙ୍ଗା ସହିତ ସେ ଲମ୍ବା କାନଫୁଲ , ଖୋଲା କେଶ ଏବଂ କମ ମେକପ୍ କରିଥିଲେ । ଏହି ଲୁକରେ ତାଙ୍କର ସୌନ୍ଦର୍ଯ୍ୟ ଆହୁରି ଅଧିକ ସୁନ୍ଦର ଦେଖାଯାଉଥିଲା ।

ସାଗରିକା ଘଟଗେ:-

ଜହୀର ଖାନ୍ ଏବଂ ସାଗରିକାଙ୍କ ବିବାହରେ ମଧ୍ୟ ଦୁଇଟି ସୋମରହ ହୋଇଥିଲା । ମୁମ୍ବାଇର ସୋମରହରେ ସଗାରିକା ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରା ଯାଇଥିବା ବନାରସୀ ରେଶମ ଲେହେଙ୍ଗା ପିନ୍ଧିଥିଲେ । କମ୍ କାମ ସହିତ ତାଙ୍କର ଏହି ଲେହେଙ୍ଗା କ୍ଳାସୀ ଦେଖାଯାଉଥିଲା । ସେହିଭଳି ପୁଣେର ଭୋଜିରେ ସେ ଲାଲି ରଙ୍ଗର ଓଜନିଆ ଲେହେଙ୍ଗା ପିନ୍ଧିଥିଲେ । ଅନୀତା ଡ଼ାଙ୍ଗରେଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏହି ସୁନ୍ଦର ଲେହେଙ୍ଗାକୁ ସେ ହୀରା ଅଳଙ୍କାର ଏବଂ ମଥା ଟିକା ସହିତ ପିନ୍ଧିଥିଲେ । ସାଗରିକାଙ୍କର ଉଭୟ ଲୁକ୍ ଦେଖିବାକୁ ଯୋଗ୍ୟ ଥିଲା ।

ପ୍ରୀତି ଜିଣ୍ଟା:-

ପ୍ରୀତି ଜିଣ୍ଟା ଜଣେ ବିଦେଶୀ ପୁଅଙ୍କୁ ବିବାହ କରିଛନ୍ତି । ସେ ସେଥିପାଇଁ ବିବାହ ଭୋଜିରେ ପାରମ୍ପାରିକ ପରିବର୍ତ୍ତେ ପାଶ୍ଚାତ୍ୟ ଲୁକ୍ସକୁ ଚୟନ କରିଥିଲେ । ସେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରା ଯାଇଥିବା ଲାଲ୍ ରଙ୍ଗର ଏକ କାନ୍ଧର ଗାଉନ୍ ପିନ୍ଧିଥିଲେ । ସେ ଅଧିକ ଅଳଙ୍କାର ନ ପିନ୍ଧି କେବଳ ହୀରା କାନଫୁଲ ପିନ୍ଧିଥିଲେ । ତାଙ୍କର ଏହି ଭିନ୍ନ ଶୈଳୀକୁ ସମସ୍ତେ ପସନ୍ଦ କରିଥିଲେ ।

ଉର୍ମିଲା ମାତୋଣ୍ଡକର:-

ଉର୍ମିଲା ମଧ୍ୟ ଲିକରୁ ବାହାରି ନିଜ ବିବାହ ସୋମରହରେ ଲାଲି କିମ୍ବା ଗୋଲାପୀ ରଙ୍ଗ ପରିବର୍ତ୍ତେ ଧଳା ରଙ୍ଗର ସୁନ୍ଦର ପୋଷାକ ପିନ୍ଧିଥିଲେ । ଉର୍ମିଲାଙ୍କ ପୋଷାକକୁ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା । ଉର୍ମିଲା ଧଳା ଏବଂ ସୁବର୍ଣ୍ଣ ରଙ୍ଗର ସୁନ୍ଦର ଅନାରକଲି ସ୍କର୍ଟ ଏବଂ ଓଢଣା ପିନ୍ଧିଥିଲେ । ସେ କାନରେ ଷ୍ଟେଟମେଣ୍ଟ କାନଫୁଲ ସହିତ ତାଙ୍କ ହାତରେ ପାରମ୍ପାରିକ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଥିଲେ ।

Be the first to comment

Leave a Reply

Your email address will not be published.


*