ରୁବିନାଙ୍କ ସ୍ୱାମୀଙ୍କ ବିଷୟରେ ସଲମାନ କଣ କହିଥିଲେ ଯେ ରୁବିନା ସଲମାନଙ୍କ ବିଷୟରେ ବିଗ୍ ବୋସ୍ ନିକଟରେ ଅଭିଯୋଗ କରିଥିଲେ ଏବଂ ଶୋ ଛାଡିବା ପର୍ଯ୍ୟନ୍ତ ଚାଲିଗଲା କଥା !

ବିଗ୍ ବୋସ୍ ସିଜନ ୧୪ ଆଜିକାଲି ଟିଭିରେ ଅନେକ ହେଡଲାଇନ ସୃଷ୍ଟି କରୁଛି ଏବଂ ପ୍ରତିଦିନ ଏଥିରେ କିଛି ନୂଆଁ ଟ୍ୱିଷ୍ଟ ଦେଖାଯାଉଛି ଏବଂ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ହେବାର କାହାଣୀ ଶୁଣିବାକୁ ମିଳୁଛି ଏବଂ ନିକଟରେ ସାରା ଗୁରୁପାଲଙ୍କୁ ଘରୁ ବାହାର କରିବାନେଇ ବହୁତ ଚର୍ଚ୍ଚା ଚାଲିଥିଲା ଏଵଂ ସଲମାନ ଖାନ୍ ସପ୍ତାହ ଶେଷରେ ପୁଣିଥରେ ସମସ୍ତଙ୍କ କ୍ଲାସ୍ ନେଇଛନ୍ତି । ଏଥର ସଲମାନ ରୁବିନା ଏବଂ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲାଙ୍କ ଭଲ ଭାବରେ କ୍ଲାସ୍ ନେଇଛନ୍ତି । ଏହାକୁ ନେଇ ରୁବିନା ବହୁତ ରାଗିଛନ୍ତି ।

ସୂଚନାଯୋଗ୍ୟ ଏଥର ବିଗ୍ ବୋସ୍ ୧୪ର, ସପ୍ତାହ ଶେଷରେ ସଲମାନ ଖାନ୍ ରୁବିନାଙ୍କ ସ୍ୱାମୀ ଅଭିନଭ ଶୁକ୍ଲାଙ୍କୁ ” ସାମାନ ” କହି ଡାକିଲେ ଏବଂ ତା’ପରେ ରୁବିନା ଏହାକୁ ଜମା ପସନ୍ଦ କରିନଥିଲେ ଏବଂ ସେ ଏହି କଥାର ଅଭିଯୋଗ ବିଗ୍ ବୋସ୍ ଉପରେ ମଧ୍ୟ କରିଥିଲେ ଏବଂ ଶୋ ଛାଡିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେହିଭଳି ରୁବିନା ସଲମାନ ଖାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାବେଳେ ବିଗ୍ ବୋସ୍ ତାଙ୍କୁ ସମ୍ମିଳନୀ କକ୍ଷକୁ ଡାକି ରୁବିନା କିପରି ଅନୁଭବ କରୁଛନ୍ତି ବୋଲି ପଚାରିଥିଲେ ।

ତା’ପରେ ଏହାର ଉତ୍ତରରେ ରୁବିନା କହିଥିଲେ, ” ଆଇ ଆମ୍ ଓକେ ” ବିଗ୍ ବୋସ୍, ରୁବିନାଙ୍କ ଏହି କଥା ଶୁଣିବା ପରେ କହିଥିଲେ, ତୁମକୁ ଦେଖି ତ ଏହା ଅନୁଭବ ହେଉନାହିଁ । ଏଥିରେ ରୁବିନା କହିଲେ ” ଯଦି ଆପଣ ପୁରା କଥା ଶୁଣିବାକୁ ଚାହାନ୍ତି ତା’ହାଲେ କହିବି ” ତେବେ ବିଗ୍ ବୋସ୍ କହିଥିଲେ ” ହଁ ” , ଏହାପରେ ରୁବିନା କହିଲେ ” କାଲି କଥା କଥାରେ ଏପରି ଘଟଣା ଘଟିଛି ଯାହା ମୋ ହୃଦୟକୁ ଆଘାତ ଦେଇଛି, ମୁଁ ସେହି ଜିନିଷକୁ ଭୁଲିଯିବାକୁ ଚେଷ୍ଟା କରୁଛି କିନ୍ତୁ ମୁଁ ଭୁଲି ପାରିବି ନାହିଁ । ଏଥିପାଇଁ ମୋ ହୃଦୟ ଭାଙ୍ଗିପଡିଛି ଏବଂ ମୋତେ ବହୁତ ଅସମ୍ମାନ ଲାଗୁଛି । ” ସେ ଆହୁରି କହିଥିଲେ ଯେ ମୁଁ ସବୁକିଛି ଗ୍ରହଣ କରିଛି ଯାହା ସତ୍ୟ କିନ୍ତୁ ସଲମାନ ସାରଙ୍କ ଗୋଟିଏ କଥା ହେତୁ ତାଙ୍କର ବିଶ୍ୱାସ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ସେ ଭଲ ଅନୁଭବ କରୁନାହାଁନ୍ତି ।

ରୁବିନା ବିଗ୍ ବୋସ୍ ସାମ୍ନାରେ କହିଥିଲେ ଯେ ସଲମାନ ତାଙ୍କ ସ୍ୱାମୀ ଅଭିନାଭଙ୍କ ପାଇଁ କହିଥିଲେ ” ତୁମେ ଆଣିଥିବା ଜିନିଷ, ଏହା ବହୁତ ଭଲ ” ରୁବିନା କହିଛନ୍ତି ଯେ ସଲମାନ ସାର୍ ମୋ ସ୍ୱାମୀଙ୍କୁ ଜିନିଷ ବୋଲି କିପରି କହିଥିଲେ । ଯଦି ମୋ ସାମ୍ନାରେ କେହି ମୋ ସ୍ୱାମୀଙ୍କୁ ଏହିପରି ଅପମାନିତ କରେ, ତେବେ ମୁଁ ଏହାକୁ କିପରି ସହି ପାରିବି । ସେ କହିଥିଲେ ଯେ ମୁଁ ଏପରି ସ୍ଥାନରେ କାମ କରିବାକୁ ପସନ୍ଦ କରେ ନାହିଁ ଯେଉଁଠାରେ ମତେ କି ମୋ ସ୍ୱାମୀଙ୍କୁ ସମ୍ମାନ ମିଳେନାହିଁ ।

ତା’ପରେ ରୁବିନାଙ୍କ ଏହି କଥା ଶୁଣିବା ପରେ ବିଗ୍ ବୋସ୍ କହିଥିଲେ ଯେ, ” ଆମେ ତୁମକୁ କଣ ସମ୍ମାନ ଦବୁ । ବିଗ୍ ବୋସ୍ ଘରକୁ ଆସିଥିବା କୌଣସି ପ୍ରତିଯୋଗୀଙ୍କୁ ଆମେ ସମ୍ମାନ ଦେଇପାରିବୁ ନାହିଁ, ଏହା ନିୟମରେ ନାହିଁ ” ଏବଂ ଏହାପରେ ସେ ରୁବିନାଙ୍କୁ ସଲମାନଖାନଙ୍କ କଥାର ସଠିକ୍ ଅର୍ଥ ବିଷୟରେ ବୁଝାଇ କହିଥିଲେ ଏବଂ ତା’ପରେ ରୁବିନା କହିଥିଲେ ଯେ ସେ ଥରେ ସଲମାନ ସାରଙ୍କ ସହ କଥା ହେବେ ଏବଂ ତାଙ୍କୁ ଏପରି କାହିଁକି କହିଲେ ବୋଲି ପଚାରିବେ । ଏହା ପରେ ରୁବିନାଙ୍କ ସ୍ୱାମୀ ମଧ୍ୟ ସମ୍ମିଳନୀ କକ୍ଷକୁ ଆସି ବିଗ୍ ବୋସଙ୍କ ସହ କଥା ହୋଇଥିଲେ ।

Be the first to comment

Leave a Reply

Your email address will not be published.


*