ବଙ୍ଗଳାର ଦୁର୍ଗାପୂଜା ପେଣ୍ଡାଲରେ ସୋନୁ ସୁଦଙ୍କ ପ୍ରତିମା, ଯାହାକୁ ନେଇ ଅଭିନେତା କରିଲେ ଏପରି ସୁନ୍ଦର ଟ୍ୱିଟ୍ !

ଆଜିକାଲି ମାତାରାଣୀଙ୍କ ପୂଜାପାଠର ସବୁଠାରୁ ଶୁଭ ପର୍ବ ନବରାତ୍ରି ଚାଲିଛି ଏବଂ ଏଭଳି ପରିସ୍ଥିତିରେ ମାତା ରାଣୀଙ୍କ ପେଣ୍ଡାଲକୁ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ବଙ୍ଗଳାରୁ ଏକ ଖବର ଆସିଛି ଯେଉଁଠାରେ ଏଥର ମାତାରାଣୀଙ୍କ ପେଣ୍ଡାଲରେ ଅଭିନେତା ସୋନୁ ସୁଦଙ୍କ ଏକ ମୂର୍ତ୍ତି ପ୍ରସ୍ତୁତ କରାଯାଉଛି, ଯାହା ଉପରେ ବହୁ ଚର୍ଚ୍ଚା ହୋଇଛି । କୁହାଯାଏ ଯେ ଅସୁବିଧାରେ ସାହାଯ୍ୟ କରୁଥିବା ପ୍ରତ୍ୟେକ ମଣିଷ ଭଗବାନଙ୍କ ରୂପ, କାରଣ ଇଶ୍ବର ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି , ସେ ଯେ କୌଣସି ରୂପରେ ହେଉନା କାହିଁକି ଏବଂ ଚଳିତ ବର୍ଷ କରୋନା ଜୀବାଣୁ ସଙ୍କଟ ଦେଶ ତଥା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ।

ଏହି ଭୂତାଣୁ ଯୋଗୁଁ, ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, ଅନେକ ଲୋକ ଚାକିରି ହରାଇଲେ । ସାଧାରଣ ଲୋକଙ୍କର ବଞ୍ଚିବା ସଂପୂର୍ଣ୍ଣ ରୂପେ ଖରାପ ହୋଇଯାଇଥିଲା । ଆମେ ସମସ୍ତେ ଜାଣୁ ଯେ ଦେଶରେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ କରି ଦିଆଯାଇଥିଲା, ଏହା ପରେ ଲୋକମାନେ ଯିଏ ଯେଉଁଠାରେ ରହିଥିଲେ ସେଠାରେ ହିଁ ଫସିରହିଲେ ଏବଂ ସମସ୍ତେ ନିଜ ଘରକୁ ଯିବାକୁ ଅଶାନ୍ତ ଥିଲେ କିନ୍ତୁ ଲକଡାଉନ କାରଣରୁ ସମସ୍ତଙ୍କ ଯିବାର ମାଧ୍ୟମ ବନ୍ଦ ହୋଇଗଲା, ଯେଉଁ କାରଣରୁ ପ୍ରବାସୀ ଶ୍ରମିକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ।

ଏପରି ପରିସ୍ଥିତିରେ , ପ୍ରକୃତ ମାନବିକତା ଦେଖାଇଥିବା ତଥା ନିସ୍ୱାର୍ଥପର ଭାବରେ ଅନେକ ଅଭାବୀ ଲୋକଙ୍କୁ ନିଜ ଘରକୁ ପଠାଇଥିବା ସେହି ଶ୍ରମିକମାନଙ୍କ ପାଇଁ ଭଗବାନ ସାଜି ଆସିଥିଲେ ଅଭିନେତା ସୋନୁ ସୁଦ୍ । କେବଳ ସେତିକି ନୁହେଁ, ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସାହାଯ୍ୟ କରିଥିଲେ । ସେହି ସମୟରେ ଯେତେବେଳେ ସମସ୍ତେ ନିଜ ଘରେ ନିରାପଦରେ ରହୁଥିଲେ, ସୋନୁ ସୁଦ୍ ଜଣେ ଭଲ ମଣିଷ ଭାବରେ ରାସ୍ତାକୁ ଓଲ୍ହାଇ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଥିଲେ, ଯାହା ପରେ ସୋନୁ ସୁଦ୍ ଯେଉଁମାନଙ୍କୁ ସାହାଯ୍ୟ କରିଥିଲେ ସେମାନେ ତାଙ୍କୁ ଭଗବାନଙ୍କ ପରି ମାନିଥିଲେ ।

ଏହି କାରଣରୁ ଆଜି ଲୋକମାନେ ସୋନୁ ସୁଦଙ୍କୁ ଏପରି ସମ୍ମାନ ଦେଉଛନ୍ତି ଯେ ସେମାନେ ମାତାରାଣୀଙ୍କ ମୂର୍ତ୍ତି ସହିତ ସୋନୁସୁଦଙ୍କ ପ୍ରତିମାକୁ ପେଣ୍ଡାଲରେ ରଖି ତାଙ୍କୁ ସମ୍ମାନିତ କରିଛନ୍ତି ଏବଂ ପୂର୍ବରୁ ମଧ୍ୟ ସୋନୁସୁଦଙ୍କୁ ଲୋକମାନେ ବହୁତ ଭଲପାଉଥିଲେ । ସୂଚନାଯୋଗ୍ୟ ଯେ କପିଲ୍ ଶର୍ମାଙ୍କ ଶୋ’ରେ କିଛି ଲୋକ ସୋନୁ ସୁଦଙ୍କୁ ବହୁତ କୃତଜ୍ଞତା ଜଣାଇଛନ୍ତି ।

ସୋନୁସୁଦଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ପେଣ୍ଡାଲକୁ ପ୍ରଫୁଲ୍ଲା କନ୍ନନ ୱେଲଫେୟାର ଆସୋସିଏସନ ଦ୍ୱାରା ନିର୍ମିତ କରାଯାଇଛି ଏବଂ ଏହି ପେଣ୍ଡାଲ ପ୍ରବାସୀ ଶ୍ରମିକଙ୍କ ଥିମ୍ ଅନୁଯାୟୀ ସମ୍ପୂର୍ଣ୍ଣ ସଜାଯାଇଛି ଯେଉଁଥିରେ ସୋନୁ ସୁଦ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଲୋକଙ୍କ ଏହି କାର୍ଯ୍ୟକୁ ଦେଖି ସୋନୁ ସୋଦ୍ କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହା ହେଉଛି ସବୁଠାରୁ ବଡ ପୁରସ୍କାର ଯାହା ସେ ଲୋକମାନଙ୍କଠାରୁ ପାଇଛନ୍ତି ।

ସୂଚନାଯୋଗ୍ୟ ଯେ ସୋନୁସୁଦଙ୍କ ପେଣ୍ଡାଲରେ ସ୍ଥାପିତ ମୂର୍ତ୍ତି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି ଏବଂ ଲୋକମାନେ ଏହାକୁ ବହୁତ ପ୍ରଶଂସା କରୁଛନ୍ତି, ଯାହା ପ୍ରକୃତରେ ପ୍ରଶଂସନୀୟ ।

Be the first to comment

Leave a Reply

Your email address will not be published.


*