Reliance Jioର ସବୁଠାରୁ ଶସ୍ତା ପ୍ଲାନ୍ ୧୨୯ ଟଙ୍କାରେ ଆରମ୍ଭ, ମିଳିବ 56GB ପର୍ଯ୍ୟନ୍ତ ଡେଟା ଓ ଅନଲିମିଟେଡ଼ କଲ୍ !

ଜିଓର ସବୁଠାରୁ ଶସ୍ତା ପ୍ଲାନ ବିଷୟରେ ଆଲୋଚନା କରିବା ତେବେ ଗ୍ରାହକଙ୍କୁ ୧୨୯ ଟଙ୍କାର ବିକଳ୍ପ ମିଳିଥାଏ । ଏହା ବ୍ୟତୀତ ୧୪୯, ୧୯୯ ଓ ୨୪୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ମଧ୍ୟ ରହିଥାଏ ।

ରିଏଲାନ୍ସ ଜିଓ ନିକଟରେ ନିଜ ଗ୍ରାହକଙ୍କ ପାଇଁ ୨୫୪ ଦିନରୁ ଆରମ୍ଭ କରି ୧ ବର୍ଷ ପର୍ଯ୍ୟନ୍ତର ଭେଲିଡିଟିର ପ୍ରିପେଡ୍ ପ୍ଲାନ୍ ରହିଛି । ଆଲୋଚନା କରିବା ସବୁଠାରୁ ଶସ୍ତା ଜିଓ ପ୍ରିପେଡ୍ ପ୍ଲାନ୍ନ ବିଷୟରେ ତେବେ ଏହାର ମୂଲ୍ୟ ୧୨୯ ଟଙ୍କା ଅଟେ । ଆଜି ଆମେ ଆପଣଙ୍କୁ ରିଏଲାନ୍ସ ଜିଓର ସବୁଠାରୁ ଶସ୍ତା ପ୍ରିପେଡ ରିଚାର୍ଜ ପ୍ଲାନ୍ ବିଷୟରେ ଜଣାଇବୁ ଯାହାର ମୂଲ୍ୟ ୨୫୦ ଟଙ୍କା ମଧ୍ୟରେ ରହିଛି । ୧୨୯ ଟଙ୍କା, ୧୪୯ ଟଙ୍କା, ୧୯୯ ଟଙ୍କା ଓ ୨୪୯ ଟଙ୍କାର ରିଚାର୍ଜ ପ୍ଲାନ୍ ବିଷୟରେ ବିସ୍ତାରପୂର୍ବକ ଜାଣନ୍ତୁ ।

୧୨୯ ଟଙ୍କାର ଜିଓ ରିଚାର୍ଜ ପ୍ଲାନ୍

ଜିଓର ୧୨୯ ଟଙ୍କାର ପ୍ରିପେଡ୍ ପ୍ଲାନର ଭେଲିଡିଟି ୨୮ ଦିନର ଅଟେ । ଏହି ରିଚାର୍ଜ ପ୍ଲାନ୍ ମୋଟ ୨ ଜିବି ଡେଟା ମିଳେ । ୨ ଜିବି ଡେଟା ଲିମିଟ୍ ଶେଷ ହେବା ପରେ ସ୍ପିଡ଼ ହ୍ରାସ ପାଇ ୬୪କେବିପିଏସ ରହିଯାଏ । ଜିଓ ନେଟୱାର୍କରେ ଅନଲିମିଟେଡ଼ ଯେବେକି ନନ୍ ଜିଓ ନେଟୱାର୍କରେ କଲିଙ୍ଗ ପାଇଁ ୧ ହଜାର ମିନିଟ୍ ଏହି ରିଚାର୍ଜ ପ୍ଳାନରେ ମିଳେ । ଗ୍ରାହକ ମୋଟ ୩୦୦ ମାଗଣା ଜିଓ ମିନିଟର ଲାଭ ଏହି ପ୍ଲାନ୍ ଜରିଆରେ ନେଇପାରିବେ । ଜିଓ ଏପ୍ସର ଏକ୍ସୀସ୍ ମଧ୍ୟ ରିଏଲାନ୍ସ ଜିଓ ଗ୍ରାହକକୁ ଏହି ରିଚାର୍ଜ ପ୍ଲାନରେ ମାଗଣା ସୁଯୋଗ ଦିଆଯାଏ ।

୧୪୯ ଟଙ୍କାର ଜିଓ ରିଚାର୍ଜ ପ୍ଲାନ୍

ଜିଓର ୧୪୯ ଟଙ୍କାର ରିଚାର୍ଜ ପ୍ୟାକର ଭେଲିଡିଟି ୨୪ ଦିନର ଅଟେ । ଗ୍ରାହକଙ୍କୁ ଏହି ରିଚାର୍ଜ ପ୍ଲାନରେ ପ୍ରତିଦିନ ୧ ଜିବି ଡେଟା ଅର୍ଥାତ ମୋଟ ୨୪ ଜିବି ହାଇସ୍ପୀଡ଼ ଡେଟା ମିଳେ । ପ୍ରତିଦିନ ମିଳୁଥିବା ଡେଟା ଲିମିଟ ଶେଷ ହେବା ପରେ ସ୍ପୀଡ଼ ହ୍ରାସ ପାଇ ୬୪କେବିପିଏସ ରହିଯାଏ । ପ୍ରତିଦିନ ୧୦୦ ଏମଏମଏସ ଲାଭ ମଧ୍ୟ ଗ୍ରାହକ ମାନେ ଉଠାଇପାରିବେ । ଜିଓ ଏପ୍ସ ସୁବିଧା ମଧ୍ୟ ଏହି ରିଚାର୍ଜ ପ୍ଲାନ୍ ମାଗଣା ଅଟେ ।

୧୯୯ ଟଙ୍କାର ରିଚାର୍ଜ ପ୍ଲାନ୍

ଜିଓର ୧୯୯ ଟଙ୍କାର ରିଚାର୍ଜ ପ୍ଳାନର ଭେଲିଡିଟି ୨୮ ଦିନର ଅଟେ । ଏହି ପ୍ରିପେଡ୍ ପ୍ୟାକରେ ଜିଓ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡେଟା ହିସାବରେ ମୋଟ ୪୨ ଜିବି ହାଇ ସ୍ପୀଡ୍ ଡେଟା ମିଳେ । ଜିଓ ନେଟୱାର୍କରେ ଅନଲିମିଟେଡ୍ ଯେବେକି ନନ୍ ଜିଓ ନେଟୱାର୍କରେ କଲିଂ ପାଇଁ ୧ ହଜାର ମିନିଟ୍ ଅଫର କରାଯାଏ । ପ୍ରତିଦିନ ୧୦୦ ଏସେଏମଏସ ଫ୍ରି ଅଟେ । ଜିଓ ଏପ୍ସର ଏକ୍ସିସ୍ ମଧ୍ୟ ଏହି ପ୍ଲାନ୍ ମାଗଣା ମିଳେ ।

୨୪୯ ଟଙ୍କାର ରିଚାର୍ଜ ପ୍ଲାନ୍

ଜିଓର ୨୪୯ ଟଙ୍କାର ରିଚାର୍ଜ ପ୍ଲାନ୍ ଭେଲିଡିଟି ୨୮ ଦିନର ଅଟେ । ଏହି ପ୍ରିପେଡ୍ ପ୍ଳାନରେ ପ୍ରତିଦିନ ୨ ଜିବି ଡେଟା ହିସାବରେ ମୋଟ ୫୬ ଜିବି ହାଇ ସ୍ପୀଡ୍ ଡେଟା ଅଫର ଦିଆଯାଏ । ଜିଓ ନେଟୱାର୍କରେ ଅନଲିମିଟେଡ଼ ଯେବେକି ନନ୍ ଜିଓ ନେଟୱାର୍କରେ କଲିଂ ପାଇଁ ୧୦୦୦ ମିନିଟ୍ ମିଳିଥାଏ । ୟୁଜର୍ସ ପ୍ରତିଦିନ ୧୦୦ଟି ଏସଏମଏସ ମାଗଣାରେ ପଠାଇପାରିବେ । ଜିଓ ଏପ୍ସର ସୁବିଧା ମଧ୍ୟ ଜିଓ ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ ମାଗଣାରେ ଉପଲବ୍ଧ ହୁଏ ।

Be the first to comment

Leave a Reply

Your email address will not be published.


*