‘ବିଗ ବୋସ୍ ୧୪’ରେ ରିୟା ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ଚାହାଁନ୍ତି ଏହି କଳାକାର, କହିଛନ୍ତି ପ୍ରତ୍ୟେକ ସନ୍ଦେହ ହୋଇଯିବ ଦୂର !

ସଲମାନ ଖାନଙ୍କ ଶୋ ‘ବିଗ୍ ବୋସ୍ ୧୪’ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ସମୟରେ ଶୋ’ରେ ଜବରଦସ୍ତ ମୋଡ଼ ଦେଖିବାକୁ ମିଳୁଛି । ସବୁଥର ପରି ଏଥର ମଧ୍ୟ କିଛି ପ୍ରତିଯୋଗୀ ଆସିଛନ୍ତି, ଯେଉଁମାନେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି । ବିଗ୍ ବୋସ୍ ୧୪ ଆରମ୍ଭ ହେବାର ୩ ସପ୍ତାହ ବିତିଗଲାଣି ଏବଂ ସିନିୟର ମାନେ ମଧ୍ୟ ଆସନ୍ତାକାଲି ଘରୁ ବିଦାୟ ନେଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରତିଯୋଗୀ ମାନେ ନିଜେ ଶକ୍ତି ବଳରେ ଖେଳ ଖେଳିବାକୁ ଯାଉଛନ୍ତି । ତେବେ ବିଗ୍ ବୋସ୍ ୧୪ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଉଅଛି । କିନ୍ତୁ ଏସବୁ ମଧ୍ୟରେ ଟିଭି ଅଭିନେତା ସୁରଜ କକ୍କଡ଼ ଏପରି କିଛି କହି ଦେଇଛନ୍ତି, ଯାହାକୁ ଶୁଣି ଲୋକମାନେ ଚିନ୍ତା କରିବାରେ ଲାଗି ପଡିଛନ୍ତି ।

ସୁରଜ କକ୍କଡ଼ଙ୍କ ଅନୁଯାୟୀ, ଯଦି ବିଗ୍ ବୋସ୍ ନିର୍ମାତାମାନେ ଶୋ’କୁ ହିଟ୍ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ନିଜ ଶୋ’କୁ ରିୟା ଚକ୍ରବର୍ତ୍ତୀଙ୍କୁ ଡାକିବା ଉଚିତ । ସେହି ରିୟା ଚକ୍ରବର୍ତ୍ତୀ, ଯିଏ ଗତକିଛି ଦିନ ହେବ ଏନସିବି ଅଧୀନରେ ଥିଲେ ଏବଂ ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିଲା । ସୁରଜଙ୍କ ଅନୁଯାୟୀ, ଯଦି ରିୟା ଚକ୍ରବର୍ତ୍ତୀ ଘରେ ପ୍ରବେଶ କରନ୍ତି, ତେବେ ଘର ଆହୁରି ଅଧିକ ମନୋରଞ୍ଜନ ଦାୟକ ହୋଇଯିବ । ଏହି ସିଜନରେ ସୁରଜ କକ୍କଡ଼ ବିଗ୍ ବୋସ୍ ଘର ଭିତରେ ରିୟା ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ଚାହୁଁଛନ୍ତି ।

“ବିଗ୍ ବୋସ୍”ରେ ରିୟାଙ୍କୁ ଦେଖିବାକୁ ଚାହୁଁଛନ୍ତି ସୁରଜ:-

ଏକ ସାକ୍ଷାତକାରରେ ସୁରଜ କକ୍କଡ଼ କହିଛନ୍ତି ଯେ, ମୁଁ ବାକି ସିଜନ ତୁଳନାରେ ଏହି ସିଜନରେ ଅଧିକ ମନୋରଞ୍ଜନ ଚାହୁଁଛି । ଏହି ସମୟରେ ଆମେ ସମସ୍ତେ ନିଜ ନିଜ ଘରେ ଅଛୁ ଏବଂ ଏହି ଶୋ’କୁ ମଧ୍ୟ ଦେଖିପାରିବା । ଏପର୍ଯ୍ୟନ୍ତ ଏହି ସିଜନ ବହୁତ ମନୋରଞ୍ଜକ ଲାଗୁଅଛି । ଯଦି କେହି ରିୟା ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଅନ୍ତି, ତା’ହାଲେ ମୁଁ ମଧ୍ୟ ତାଙ୍କୁ ଏହି ଶୋ’ରେ ଦେଖିବାକୁ ଚାହୁଁଛି ।

ସୁରଜ କକ୍କଡ଼ ନିଜ କଥାବାର୍ତ୍ତା ଜାରି ରଖି ଆଗକୁ କହିଛନ୍ତି ଯେ “ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ରହିଛି । ରିୟାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ ରହିଛି । ଯେତେବେଳେ ଆପଣ ବିଗ୍ ବୋସ୍ ପରି ଶୋ’ରେ ଥାଆନ୍ତି, ସେତେବେଳେ ଆପଣ ସର୍ବଦା କ୍ୟାମେରାର ନଜରରେ ଥାଆନ୍ତି । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ କ୍ୟାମେରା କୋଏଦ କରିଥାଏ । ମୁଁ ଭାବୁଛି ଯେ କେହି ୨୪/୭ ନକଲି ହୋଇପାରିବେ ନାହିଁ । ରିୟା ବାସ୍ତବରେ କଣ ଅଟନ୍ତି, ଏହି ସତ୍ୟ ଜାଣିବା ସମସ୍ତଙ୍କ ପାଇଁ ଭଲ ହେବ ।

ସଲମାନ ଶୋ’ର ସର୍ବୋତ୍ତମ ହୋଷ୍ଟ:-

ଏଥିସହିତ ଶୋ’ର ହୋଷ୍ଟ ସଲମାନ ଖାନଙ୍କ ବିଷୟରେ କଥାବାର୍ତ୍ତା କରି ସୁରଜ କହିଛନ୍ତି ଯେ ବିଗ ବୋସ୍ ପାଇଁ ସଲମାନ ଖାନଙ୍କଠାରୁ ଆଉ କେହି ଭଲ ହୋଷ୍ଟ ହୋଇପାରିବେ ନାହିଁ । ଯେଉଁ ଉପାୟରେ ସେ ପ୍ରତିଯୋଗୀ ମାନଙ୍କର ଗୋଡ ଟାଣନ୍ତି, ତାହା ଦେଖିବା ମଜାଦାୟକ ଅଟେ । ଏହା ସହିତ ଯେତେବେଳେ ପ୍ରତିଯୋଗୀମାନେ କିଛି ଭୁଲ କରନ୍ତି, ସଲମାନ ଖାନ୍ ସେମାନଙ୍କୁ ମଧ୍ୟ ବୁଝାଇଥାନ୍ତି ଏବଂ ଏହା ସବୁଠାରୁ ସୁନ୍ଦର ଅଟେ । ଏହାଦ୍ୱାରା ଲୋକ ମାନଙ୍କୁ ଏକ ଦିଗ ମିଳିଯାଏ । ଏପରି ଶୋ ପାଇଁ ସେ ହିଁ ସବୁଠାରୁ ସର୍ବୋତ୍ତମ ହୋଷ୍ଟ ଅଟନ୍ତି । ମୋତେ ଲାଗୁନାହିଁ ଯେ ଏହି ଶୋ’କୁ ତାଙ୍କ ଅପେକ୍ଷା ଆଉ କେହି ଭଲ ହୋଷ୍ଟ କରିପାରିବେ ।

କହିରଖୁଛୁ ଯେ ସୁରଜଙ୍କ ସହିତ ଲୋକମାନେ ମଧ୍ୟ ବିଗ୍ ବୋସର ଘରେ ରିୟା ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ତେବେ ରିୟା ବର୍ତ୍ତମାନ ସମୟରେ କୋର୍ଟ କଚେରୀରେ ବୁଲୁଛନ୍ତି । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ବିଗ୍ ବୋସ୍ ଘରକୁ ତାଙ୍କର ଆସିବା କଷ୍ଟକର ଭଳି ଲାଗୁଅଛି । ଏହା ସମ୍ଭବ ଯେ ପରବର୍ତ୍ତୀ ସିଜିନରେ ସେ ଆମକୁ ଲୋକମାନଙ୍କର ଚାହିଦା ଅନୁଯାୟୀ ବିଶେଷ ପ୍ରତିଯୋଗୀ ଭାବରେ ଦେଖାଦେବେ ।

Be the first to comment

Leave a Reply

Your email address will not be published.


*