ନିଜ ଗାଡ଼ିରେ ଶୀଘ୍ର ଲଗେଇ ଦିଅନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ! ନଚେତ ଅସୁବିଧାରେ ପଡିପାରନ୍ତି…

ନୂଆଦିଲ୍ଲୀ ୨୨/୧୦ : ଯଦି ଆପଣ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଗାଡି କିଣିଛନ୍ତି, ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଆପଣଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସଂସ୍ଥାପନ କରିନାହାଁନ୍ତି, ତେବେ ଏହାକୁ ଯଥାଶୀଘ୍ର ଲଗାଇ ଦିଅନ୍ତୁ । ନଚେତ୍ ୨୦୨୧ ଏପ୍ରିଲ୍ ପରେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ଘୋଷଣା କରାଯାଇ ନାହିଁ । ଉତ୍ତରପ୍ରଦେଶର ପ୍ରାୟ ୩.୨୭ କୋଟି ପୁରୁଣା ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କ ମଧ୍ୟରେ ପ୍ରାୟ ୨୫ ନିୟୁତ ଦୁଇ ଚକିଆ ଯାନ ରହିଛି । ପରିବହନ ବିଭାଗର ୱେବସାଇଟ୍ (https://bookmyhsrp.com/)କୁ ଯାଇ ଆପଣ ଏହାକୁ ପଞ୍ଜୀକୃତ କରିପାରିବେ ।

ସାରାଦେଶରେ ବିଭିନ୍ନ ରାଜ୍ୟ ସରକାର ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ତଥା ଏଚଏସଆରପି ଲଗେଇବା ଅନିର୍ବାଯ୍ୟ ଅଟେ । ଯଦି ଆପଣ ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ଗାଡି ଚଲାଉଛନ୍ତି ତେବେ ମୋଟର ଯାନ ନିୟମ ଅନୁଯାୟୀ, ପରିବହନ ବିଭାଗ ଏବଂ ଟ୍ରାଫିକ ଅଧିକାରୀ ୫,୦୦୦ରୁ ୧୦,୦୦୦ ଟଙ୍କା ପଯ୍ୟନ୍ତ ଜୋରିମାନା ଆଦାୟ କରିପାରନ୍ତି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦୧୮ରେ ଯାନ ଉତ୍ପାଦନକାରୀଙ୍କ ପାଇଁ ୨୦୧୯ରୁ ଏଚଏସଆରପି ଦେବା ବାଧ୍ୟତାମୂଳକ କରିଦେଇଥିଲା ଏବଂ ଏହା ସହିତ ନମ୍ବର ପ୍ଲେଟ ନିୟମ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ସ୍ଥିର କରିଥିଲା ।

ରାଜ୍ୟସରକାର ଏଚଏସଆରପିର ଉପଲବ୍ଧତା ଅଭାବରୁ ଏବଂ ଅନ୍ୟ କିଛି ତଃ କାରଣରୁ ଏହାକୁ କଠୋର ଭାବରେ ଲାଗୁ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଦିଲ୍ଲୀ ପରିବହନ ବିଭାଗ ୩୦ ଅକ୍ଟୋବର ପୂର୍ବରୁ ଏହାକୁ ଲଗେଇବା ବାଧ୍ୟତାମୂଳକ କରିଛି ଏବଂ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ଲାଗୁକରିବା ଯୋଗୁଁ ରାଜଧାନୀରେ ଏଚଏସଆରପି ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟା ଵୃଦ୍ଧି ପାଇଛି । ଏହିଭଳି, ଦେଶର ଅନ୍ୟ ଅଞ୍ଚଳରେ ଗାଡି ମାଲିକ ଏଚଏସଆରପି ସହିତ ନିଜ ଗାଡିର ନମ୍ବର ପ୍ଲେଟକୁ ବଦଳେଇବା ପାଇଁ ସରକାରୀ କ୍ଷମତାପ୍ରାପ୍ତ ବିକ୍ରେତାଙ୍କ ନିକଟକୁ ମଧ୍ୟ ଯାଉଛନ୍ତି ।

Be the first to comment

Leave a Reply

Your email address will not be published.


*