ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ଆଣନ୍ତୁ, ପୁରା ବର୍ଷ ହେବ ଧନର ବର୍ଷା ।

ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ଆଣନ୍ତୁ, ଏହା ଯୋଗୁଁ ଆଗାମୀ ଦିନରେ ଅର୍ଥାତ ବର୍ଷ ସାରା ହେବ ଧନର ବର୍ଷା । ଆପଣ ସମସ୍ତେ ନିଶ୍ଚୟ ରୂପେ ଜାଣିଥିବେ ଯେ, ବର୍ତ୍ତମାନ ସମୟରେ ମାତା ଦୁର୍ଗାଙ୍କ ନବରାତ୍ରୀ ପର୍ବ ଚାଲୁଅଛି । ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜା ଅର୍ଚ୍ଚନା କରିଲେ ମଧ୍ୟ କମ୍ ହୋଇଥାଏ । ତେଣୁ ମାତା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଅର୍ଚ୍ଚନା ସହିତ କିଛି ଖାସ୍ ଉପାୟ ଗୁଡ଼ିକୁ ମଧ୍ୟ କରିବାକୁ ପଡ଼ିଥାଏ । ଯଦି ଆପଣ ସେହି ଖାସ୍ ଉପାୟକୁ ଏହି ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ କରିଦିଅନ୍ତି, ତେବେ ମାତା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କୁ ଅପାର ଧନ ଉପାର୍ଜନ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିଥାନ୍ତି । ଏହି ଉପାୟଗୁଡ଼ିକୁ କରିବା ପାଇଁ ଆପଣମାନଙ୍କୁ ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ଘରକୁ ଆଣିବାକୁ ପଡ଼ିବ ଏବଂ ମାତା ଦୁର୍ଗାଙ୍କୁ ସ୍ମରଣ କରି ପବିତ୍ର ମନରେ ଏହିସବୁ ଉପାୟ ଗୁଡ଼ିକୁ କରିବାକୁ ପଡ଼ିବ । ତେବେ ଚାଲନ୍ତୁ ସେହିସବୁ ଉପାୟ ଗୁଡ଼ିକ ବିଷୟରେ ଜାଣିବା :

୧) ରୂପାର ମୁଦ୍ରା :-

ଯଦି ଆପଣଙ୍କ ଘରେ ଦରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି, ତେବେ ଏହି ପବିତ୍ର ନବରାତ୍ରୀ ପର୍ବ ସରିବା ପୂର୍ବରୁ ରୂପାର ମୁଦ୍ରା ବଜାରରୁ କ୍ରୟ କରି ନିଜ ଘରକୁ ନିଶ୍ଚୟ ଆଣନ୍ତୁ । ଏହି ରୂପାର ମୁଦ୍ରା ଆଣି କୌଣସି ବି ଦିନରେ ପବିତ୍ର ମନରେ ଭଲ ଭାବରେ ପୂଜା କରନ୍ତୁ ଓ ତାହାକୁ ଆଲମାରୀରେ ବନ୍ଦ କରି ରଖିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ଲଷ୍ମୀଙ୍କ ବାସ କରିବେ ଏବଂ ବିଭିନ୍ନ ସୂତ୍ରରୁ ଟଙ୍କା ରୋଜଗାର କରିବାର ମାର୍ଗ ମଧ୍ୟ ମିଳିବ ।

୨) କଉଡ଼ି :-

ଯଦି ଆପଣଙ୍କୁ ଧନ ସମ୍ବନ୍ଧୀୟ କିଛି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି, ତେବେ ନବରାତ୍ରୀ ଶେଷ ହେବା ପୂର୍ବରୁ ଗୋଟିଏ ହଳଦିଆ ବା ଧଳା କୋଉଡ଼ି ନିଶ୍ଚୟ ଆଣନ୍ତୁ । ମା’ ଲଷ୍ମୀଙ୍କ ପୂଜା କରିବା ସମୟରେ ଏହି କୋଉଡ଼ିକୁ ପୂଜାକରି ପୂଜା ସ୍ଥାନରେ ରଖିଦିଅନ୍ତୁ । ପୂଜା କରିବା ପରେ କୋଉଡ଼ିକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ । ପରେ ଏହାକୁ ଆଲମାରୀରେ ରଖିଦିଅନ୍ତୁ, ଦେଖିବେ ବର୍ଷ ସାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ।

୩) ଲଷ୍ମୀଙ୍କ ଫୋଟ :-

ଯଦି ଆପଣ ମାତା ଦୁର୍ଗା ଓ ଲଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି, ତେବେ ପଦ୍ମ ଫୁଲ ଉପରେ ବସିଥିବା ମାତା ଲଷ୍ମୀଙ୍କ ଫୋଟ ଘରକୁ ନିଶ୍ଚୟ ରୂପେ ଆଣନ୍ତୁ । ଏହାପରେ ସବୁଦିନ ଏହି ଫୋଟକୁ ପୂଜା କରନ୍ତୁ, ଏହି ଉପାୟ ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିବେ ।

୪) ଶଙ୍ଖ :-

ନବରାତ୍ରୀ ଦିନ ଘରକୁ ଦକ୍ଷିଣା ବର୍ତୀ ଶଙ୍ଖ ଆଣିବା ଦ୍ୱାରା ଆପଣଙ୍କ ଘରେ ମାତା ଲଷ୍ମୀ ଓ କୁବେରଙ୍କ କୃପା ଦୃଷ୍ଟି ମିଳିଥାଏ । ଦକ୍ଷିଣା ବର୍ତୀ ଶଙ୍ଖ ଘରକୁ ଆଣିବା ପରେ ତାହାକୁ ଆଲମାରୀ କିମ୍ବା ପୂଜା ସ୍ଥଳରେ ରଖିଦିଅନ୍ତୁ । ମନେ ରଖନ୍ତୁ, ଦକ୍ଷିଣା ବର୍ତୀ ଶଙ୍ଖକୁ କେବେ ଖାଲି ରଖିବା ଉଚିତ ନୁହେଁ, ତେଣୁ ସର୍ବଦା ଆପଣ ଏଥିରେ ହଳଦିଆ ଚାଉଳ ନିଶ୍ଚୟ ରଖନ୍ତୁ । ତେବେ ଆପଣଙ୍କ ଘରେ କେବେ ଧନର ଅଭାବ ରହିବ ନାହିଁ ।

୫) ଶ୍ରୀ ଯନ୍ତ୍ର –

କହିବାକୁ ଗଲେ ଶ୍ରୀ ଯନ୍ତ୍ର ବହୁତ ପ୍ରକାରର ହୋଇଥାଏ, କିନ୍ତୁ ଆପଣ କୌଣସି ବି ପ୍ରକାରର ଶ୍ରୀ ଯନ୍ତ୍ର ଘରକୁ ଆଣିପାରିବେ । ଆପଣ ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ କୌଣସି ପ୍ରକାରର ମଧ୍ୟ ଶ୍ରୀ ଯନ୍ତ୍ର ଆଣନ୍ତୁ ଏବଂ ନିଜ ପୂଜା କକ୍ଷରେ ଲାଲ୍ କପଡ଼ା ଉପରେ ସ୍ଥାପନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ମାତା ଲଷ୍ମୀ ଏବଂ କୁବେର ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି । ଏହାଦ୍ୱାରା ଟଙ୍କା ସମ୍ବନ୍ଧୀୟ କୌଣସି ବି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ ।

Be the first to comment

Leave a Reply

Your email address will not be published.


*