ସାବତ ପୁଅ ସନ୍ନି ଦେଓଲଙ୍କ ସହ ହେମାମାଳିନୀଙ୍କ ସମ୍ପର୍କ କିପରି ? ଏହି ପୁସ୍ତକରେ ହେଲା ଖୁଲସା !

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମାମାଳିନିଙ୍କୁ କିଏ ଅବା ନଜାଣେ, ଅତୀତର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଲୋକଙ୍କ ହୃଦୟରେ ରାଜ କରୁଥିବା ଡ୍ରିମ୍ ଗାର୍ଲ ଆଜି ରାଜନୀତିରେ ସକ୍ରିୟ ଅଛନ୍ତି, ହେମାମାଳିନୀ ଅନେକ ଚଳଚ୍ଚିତ୍ର କରିଥିଲେ ଯାହା ସୁପର ହିଟ୍ ହୋଇଥିଲା ଏବଂ ଲମ୍ବା ସମୟ ଧରି ତାଙ୍କ ଜଲୱା ବଲିଉଡରେ ଚାଲିଆସିଛି । ବର୍ତ୍ତମାନ ମଧ୍ୟ ତାଙ୍କର କ୍ରେଜ୍ ରହିଛି । ଆଜିମଧ୍ୟ ଲୋକମାନେ ତାଙ୍କୁ ପୂର୍ବ ପରି ପ୍ରେମ ଏବଂ ସମ୍ମାନ ଦିଅନ୍ତି ।

ହେମାମାଳିନୀ ଏବଂ ଧର୍ମେନ୍ଦ୍ର ପରସ୍ପରକୁ ବହୁତ ଭଲ ପାଉଥିଲେ । ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ କିନ୍ତୁ ସେ ନିଜ ଡ୍ରିମ୍ ଗାର୍ଲଙ୍କ ସ୍ୱପ୍ନରେ ଏତେ ବୁଡି ଯାଇଥିଲେ ଯେ ସେ ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଝିଅ ଅଛନ୍ତି । ଉଭୟେ ହିନ୍ଦୀଫିଲ୍ମରେ ସଫଳ ଇନିଂସ ଖେଳିଥିଲେ ଏବଂ ବର୍ତ୍ତମାନ ଉଭୟ ରାଜନୀତିରେ ନିଜର କାୟା ବିସ୍ତାର କରିଛନ୍ତି ଏବଂ ଉଭୟ ସାଂସଦ ହୋଇଛନ୍ତି । ଧର୍ମେନ୍ଦ୍ର ରାଜସ୍ଥାନର ବିକାନେର ଜିଲ୍ଲାରୁ ଲୋକସଭାରେ ସାଂସଦ ହୋଇଥିବାବେଳେ ହେମାମାଳିନୀ ମଧ୍ୟ ମଥୁରାର ବିଜେପି ସାଂସଦ ହୋଇଛନ୍ତି । ହେମାମାଳିନୀଙ୍କର ମଧ୍ୟ ଦୁଇ ସାବତପୁତ୍ର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ର ଏବଂ ରାଜନୀତିରେ ଖୁବଚର୍ଚ୍ଚିତ । ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ହେମାମାଳିନୀ ତାଙ୍କ ସାବତପୁତ୍ର ସନ୍ନି ଦେଓଲଙ୍କ ଠାରୁ ମାତ୍ର ୮ ବର୍ଷ ବଡ, ମିଡିଆ ରିପୋର୍ଟ ଅନୁଯାୟୀ ହେମାମାଳିନୀଙ୍କର ତାଙ୍କ ସାବତ ପୁଅମାନଙ୍କ ସହ ସମ୍ପର୍କ ଏପର୍ଯ୍ୟନ୍ତ ଭଲ ନୁହେଁ, କାରଣ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ହେମାମାଳିନୀ ତାଙ୍କ ସାବତ ପୁଅମାନଙ୍କ ଘରକୁ ଯାଇନାହାଁନ୍ତି ।

ଆଉଏକ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ହେମାମାଳିନୀଙ୍କ କୌଣସି ମଧ୍ୟ ଫନକ୍ସନରେ ତାଙ୍କର ସାବତପୁତ୍ରମାନେ ଉପସ୍ଥିତ ରୁହନ୍ତି ନାହିଁ । ଇଶାଙ୍କ ହୋଇଥିବା ବିବାହ ସୋମରହରେ ମଧ୍ୟ ହେମାମାଳିନୀଙ୍କର ସାବତପୁତ୍ର ବା ଇଶାଙ୍କ ଭାଇ ଉପସ୍ଥିତ ରହିନଥିଲେ । ରିପୋର୍ଟ ଅନୁଯାୟୀ, ଉଭୟ ପୁଅ ଦୁଖିତ ଯେ, ହେମାମାଳିନୀଙ୍କ କାରଣରୁ ସେମାନଙ୍କ ମାଁଙ୍କୁ ତାଙ୍କ ପିତାଙ୍କଠାରୁ ଦୂରରେ ରହିବାକୁ ପଡିଥିଲା, ଯେଉଁଥିପାଇଁ ସେ ହେମାମାଳିନୀ ଏବଂ ତାଙ୍କ ଝିଅମାନଙ୍କଠାରୁ ଦୂରରେ ରୁହନ୍ତି ।

Be the first to comment

Leave a Reply

Your email address will not be published.


*