ସିଗାରେଟ ଟାଣିବା ମାମଲାରେ ବଦନାମ୍ ଅଟନ୍ତି ଏହି ୧୦ଜଣ ଅଭିନେତ୍ରୀ, କ୍ୟାମେରାରେ କଏଦ ହେବାପରେ ହୋଇଗଲା ହଙ୍ଗାମା !

ଡ୍ରଗ୍ସ ସେବନ ମାମଲାରେ ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଏଥିରେ କାମ କରୁଥିବା ଷ୍ଟାରମାନେ ଏନସିବିର ରାଡ଼ାରରେ ଆସିଛନ୍ତି । ବିତିଯାଇଥିବା ଦିନରେ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସକୁ ନେଇ ଗରମ ପରିବେଶକୁ ଦେଖିବାକୁ ମିଳିଥିଲା । ଏନସିବିର ଯାଞ୍ଚରେ ଗୋଟିଏ କଥା ଆଗକୁ ଆସିଛି କି ଇଣ୍ଡଷ୍ଟ୍ରିରେ ଖୋଲାଖୋଲି ଭାବେ ଡ୍ରଗ୍ସର ସେବନ କରାଯାଏ । ଏହି ମାମଲାରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର, ରକୁଲ ପ୍ରୀତସିଂହ ଭଳି ଅଭିନେତ୍ରୀଙ୍କ ନାମ ମଧ୍ୟ ଆସିଥିଲା ।

ବଲିଉଡ ବିଷୟରେ ଏହି କଥା ମଧ୍ୟ ପ୍ରସିଦ୍ଧ ଅଟେ କି ଏଠାରେ ହିରୋ ଏବଂ ହିରୋଇନଙ୍କୁ ଏକାଭଳି ସ୍ୱାଧୀନତା ମିଳିଥାଏ । ଏପରି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ସେହି ସବୁ କାମ କରନ୍ତି, ଯାହା ସାଧାରଣତଃ ବାଳକ କିମ୍ବା ହିରୋ କରୁଥିବାର ଦେଖାଯାଆନ୍ତି । ଜଣେ ସାଧାରଣ ବ୍ୟକ୍ତି ହେଉ କିମ୍ବା ଜଣେ ସେଲିବ୍ରେଟି ହୁଅନ୍ତୁ, ସିଗାରେଟ ଏବଂ ମଦ ନିଶାରେ ଆଜିକାଲି ସମସ୍ତେ ବୁଡିଥିବାର ନଜର ଆସୁଛନ୍ତି । ଆଜିର ଏହି କାହାଣୀରେ ଆମେ ଆପଣଙ୍କୁ ବଲିଉଡର ଏପରି କିଛି ସୁନ୍ଦରୀ ସହିତ ପରିଚିତ କରାଇବୁ, ଯାହାଙ୍କର ସିଗାରେଟ ଟାଣୁଥିବା ଫଟୋ ଦେଖିକି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

୧) ତନୁଜା

ତନୁଜା ତାଙ୍କ ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ତନୁଜା ବଲିଉଡ ଅଭିନେତ୍ରୀ କାଜୋଲଙ୍କ ମାଁ ଅଟନ୍ତି । ଯେତେବେଳେ ତାଙ୍କର ସିଗାରେଟ ଟାଣୁଥିବାର ଏହି ଫଟୋ ଭାଇରଲ ହୋଇଥିଲା, ସେତେବେଳେ ହଙ୍ଗାମା ହୋଇଥିଲା ।

୨) ପ୍ରୀତି ଜିଣ୍ଟା

ପ୍ରୀତି ଜିଣ୍ଟାଙ୍କୁ ବଲିଉଡର ଡିମ୍ପଲ ଗାର୍ଲ କୁହାଯାଏ । ଯଦିଓ, ଏହି କଥା ବହୁତ କମ୍ ଲୋକଙ୍କୁ ଜଣାଅଛି ଯେ ସେ ସିଗାରେଟ ଟାଣନ୍ତି ।

୩) ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାନୀ ଜଣେ ଚେନ୍ ସ୍ମକର /ଧୂମପାନକାରୀ ଅଟନ୍ତି ଏବଂ ତାଙ୍କ ଦିନର ଆରମ୍ଭ ସିଗାରେଟର ସହିତ ହୋଇଥାଏ ।

୪) ସୁସ୍ମିତା ସେନ୍

ପୂର୍ବତନ ମିସ୍ ୟୁନିଭର୍ସ ଏବଂ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ମଧ୍ୟ ସିଗାରେଟ ଟାଣୁଥିବା ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇସାରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ସୁସ୍ମିତା ମଧ୍ୟ ଜଣେ ଚେନ୍ ସ୍ମକର / ଧୂମପାନକାରୀ ଅଟନ୍ତି ।

୫) ଅମିଷା ପଟେଲ

ସୁପରହିଟ୍ ଫିଲ୍ମ ‘କହୋ ନା ପ୍ୟାର ହେ’ ଠାରୁ ବଲିଉଡରେ ଡେବ୍ୟୁ କରିଥିବା ଅମିଷା ପଟେଲ ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି । ଅମିଷାଙ୍କୁ ସିଗାରେଟ ଏବଂ ମଦର ନିଶା ଅଟେ ଏବଂ ତାଙ୍କର ଏପରି ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇସାରିଛି ।

୬) କଙ୍ଗନା ରାନାୱତ

କଙ୍ଗନା ରାନାୱତ ଆଜିକାଲି ଅନେକ ହେଡଲାଇନରେ ଅଛନ୍ତି । କଙ୍ଗନା ରାନାୱତ ନିଜେ ଏହି କଥା ପ୍ରକାଶ କରିସାରିଛନ୍ତି କି ଏକ ସମୟରେ ତାଙ୍କୁ ସିଗାରେଟ ଏବଂ ଡ୍ରଗ୍ସର ଖରାପ ନିଶା ଥିଲା ।

୭) କୋଙ୍କଣା ସେନ୍ ଶର୍ମା

କୋଙ୍କଣା ସେନ୍ ଶର୍ମା ଅନେକ ବଲିଉଡ ଫିଲ୍ମରେ ନିଜ ଦୃଢ଼ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟ ଜିତିସାରିଛନ୍ତି । କୋଙ୍କଣା ବିଷୟରେ ମଧ୍ୟ କୁହାଯାଏ କି ସେ ଜଣେ ଚେନ୍ ସ୍ମକର/ଧୂମପାନକାରୀ ଅଟନ୍ତି ।

୮) ମନୀଷା କୋଇରାଲା

ଏକ ସମୟରେ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ସିଗାରେଟ ଏବଂ ମଦ ପିଉଥିଲେ । ଏହିପରି ତାଙ୍କର ଅନେକ ଫଟୋ ଇଣ୍ଟରନେଟରେ ଦେଖିବାକୁ ମିଳିଥାଏ । ଯଦିଓ, କର୍କଟ ରୋଗରୁ ବାହାରିବା ପରେ ମନୀଷା ସମସ୍ତ ନିଶା ଦ୍ରବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି ।

୯) ପରଭିନ୍ ବାବି

ପରଭିନ୍ ବାବି ମଧ୍ୟ ସିଗାରେଟର ଅଭ୍ୟସ୍ତ ଥିଲେ । କଲେଜ ବାହାରେ ତାଙ୍କର ଏହି ଅବତାରକୁ ଦେଖିକି ତାଙ୍କୁ ଫିଲ୍ମରେ କାମ ମିଳିଥିଲା । ପରଭିନ୍ ବାବି ନିଜ ସମୟରେ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ।

୧୦) ସୁମୋନା ଚକ୍ରବର୍ତ୍ତୀ

କପିଲ ଶର୍ମାଙ୍କ ଶୋ’ରେ କାମ କରୁଥିବା ସୁମୋନା ଚକ୍ରବର୍ତ୍ତୀଙ୍କ ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଅଧିକ ଭାଇରାଲ ହୋଇଥିଲା । ଏହି ଫଟୋ ପରେ ଜଣାପଡିଥିଲା କି ସୁମୋନାଙ୍କୁ ମଧ୍ୟ ସିଗାରେଟର ସୌକ୍ ଥିଲା ।

Be the first to comment

Leave a Reply

Your email address will not be published.


*