ଅଜୟ ଦେବଗନଙ୍କୁ ବହୁତ ଭଲ ପାଉଥିଲେ ରବିନା ଟଣ୍ଡନ, ବ୍ରେକପ୍ ହେବାରୁ ଉଠାଇଥିଲେ ଭୁଲ୍ ପଦକ୍ଷେପ !

ବଲିଉଡ଼ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଯୋଡ଼ି ଏକ ସମୟରେ ଫିଲ୍ମୀ ପରଦାରେ ସବୁଠାରୁ ହିଟ୍ ଯୋଡ଼ି ମଧ୍ୟରେ ଥିଲା । ଦୁହେଁ କୟାମତ୍, ଦିଲବାଲେ, ଏକ୍ ହି ରାସ୍ତା, ଗୈର ଓ ଦିବ୍ୟ ଶକ୍ତି ସମେତ ଅନେକ ସ୍ମରଣୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯାହାକୁ ଆଜି ମଧ୍ୟ ଲୋକେ ଭୁଲି ନାହାଁନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ସେହି ସମୟରେ ଅଜୟ ଦେବଗନ ଓ ରବିନା ଟଣ୍ଡନ ଦୁହେଁ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ । ଦୁହିଁଙ୍କ ଅଫେୟାରର ଖବର ସେହି ସମୟରେ ଖୁବ୍ ଚର୍ଚ୍ଚାରେ ରହିଥିଲା । ସେହି ସମୟରେ ଅଜୟ ଦେବଗଣଙ୍କ ବିଷୟରେ ଏହା କୁହାଯାଉଥିଲା ଯେ ସେ ଯେଉଁ ଅଭିନେତ୍ରୀଙ୍କ ସହିତ କାମ କରୁଥିଲେ, ତାଙ୍କ ଉପରେ ମୋହିତ ଓ ଆକର୍ଷିତ ହୋଇଯାଉଥିଲେ, ତେବେ ଆସନ୍ତୁ ଜାଣିବା ରବିନା ଓ ଅଜୟଙ୍କ ପ୍ରେମ କାହାଣୀର କିଛି ଅଜଣା କଥା….

ଏପରି ଆରମ୍ଭ ହୋଇଥିଲା ଅଜୟ – ରବିନାଙ୍କ ପ୍ରେମ କାହାଣୀ….

୯୦ ଦଶକର କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ରବିନା ଟଣ୍ଡନ ଓ ଅଜୟ ଦେବଗନ ସେହି ସମୟରେ ଖୁବ୍ ଭଲ ବନ୍ଧୁ ଥିଲେ, ଏହାର ଏକ କାରଣ ହେଉଛି କି ଦୁହେଁ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଦ୍ୱିତୀୟ କାରଣ ହେଉଛି ଅଜୟଙ୍କ ଭଉଣୀ, ରବିନାଙ୍କ ଭଲ ସାଙ୍ଗ ଥିଲେ । ଏହି କାରଣରୁ ରବିନା ଅଜୟ ଘରକୁ ଯିବା ଆସିବା ଲାଗି ରହୁଥିଲା । ଦୁହିଁଙ୍କ ମଧ୍ୟରେ ନିକଟତା ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦିଲବାଲେରୁ ବଢ଼ିଲା । କୁହାଯାଏ ଯେ ସେହି ସମୟରେ ରବିନା, ଅଜୟଙ୍କ ପ୍ରେମରେ ପାଗଳ ଥିଲେ ଓ ତାଙ୍କ ପ୍ରେମର ଚର୍ଚ୍ଚା ଖବରକାଗଜ ଓ ପତ୍ରିକା ମାନଙ୍କରେ ମଧ୍ୟ ହେଉଥିଲା ।

ଅଜୟ ଓ ରବିନାଙ୍କ ପ୍ରେମରେ ଏହି ଅଭିନେତ୍ରୀ ସାଜିଥିଲେ ଖଳନାୟିକା

ଅଜୟ ଦେବଗଣ ସେହି ସମୟରେ ବଲିଉଡ଼ରେ ଖୁବ୍ ପ୍ରସିଦ୍ଧ ଥିଲେ ଏବଂ ଅଜୟଙ୍କ ନିକଟରେ ଏକା ସାଙ୍ଗରେ ବହୁତଗୁଡିଏ ଚଳଚ୍ଚିତ୍ର ରହୁଥିଲା । ଗୋଟିଏ ପକ୍ଷେ ସେ ରବିନା ଟଣ୍ଡନଙ୍କ ସହ ଚଳଚ୍ଚିତ୍ର ଦିବ୍ୟ ଶକ୍ତିରେ କାର୍ଯ୍ୟ କରୁଥିଲେ ତ ଅନ୍ୟପକ୍ଷେ ଚଳଚ୍ଚିତ୍ର ଜିଗରରେ ଅଜୟ ଓ କରିସ୍ମାଙ୍କ ଯୋଡ଼ି ରହିଥିଲା । କୁହାଯାଏ ଯେ ସେହି ସମୟରେ ରବିନା ଓ ଅଜୟଙ୍କ ପ୍ରେମ କାହାଣୀ ବହୁତ ଭଲ ଚାଲୁଥିଲା, କିନ୍ତୁ ହଠାତ୍ କରିସ୍ମାଙ୍କ ଆଗମନ ହୋଇଗଲା । ବାସ୍ତବରେ ଚଳଚ୍ଚିତ୍ର ଜିଗରର ଶୁଟିଂ ସମୟରେ ଅଜୟ ଦେବଗନ, କରିସ୍ମାଙ୍କ ଆଡ଼କୁ ଆକର୍ଷିତ ହୋଇଗଲେ । କରିସ୍ମାଙ୍କୁ ଭଲପାଇ ଅଜୟ ରବିନାଙ୍କୁ ଛାଡ଼ିଦେଲେ ।

ଅଜୟ ଓ ରବିନା ପରସ୍ପର ଉପରେ ଲଗାଇଥିଲେ ଅନେକ ଗମ୍ଭୀର ଅଭିଯୋଗ…….

ଅଜୟ ଦେବଗନ ଯେତେବେଳେ ରବିନାଙ୍କୁ ଛାଡ଼ି ଦେଲେ ସେହି ସମୟରେ ରବିନା ମାନସିକ ଅବସାଦରେ ବୁଡ଼ି ଯାଇଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ସେହି ସମୟରେ ରବିନାଙ୍କ ମନରେ ଆତ୍ମହତ୍ୟା କରିବା ଚିନ୍ତାଧାରା ମଧ୍ୟ ସୃଷ୍ଟି ହେଉଥିଲା ଓ ଥରେ ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ସେହି ସମୟରେ ଏକ ମ୍ୟାଗେଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କ୍ରୋଧିତ ହୋଇ କହିଥିଲେ ଯେ ଯେବେ ଅଜୟ ଓ କରିସ୍ମାଙ୍କ ଛୁଆ ଜନ୍ମ ହେବେ ତେବେ ଜେବ୍ରା ଭଳି ଦେଖାଯିବେ । ଏତିକିନୁହେଁ ସେତେବେଳେ ରବିନା ମିଡ଼ିଆ ସହ କଥାବାର୍ତ୍ତା କରି ଅଜୟଙ୍କ ଉପରେ ଛଳନା କରିଥିବାର ଅଭିଯୋଗ କରିଥିଲେ, ଏଥିସହ ସେ ଅଜୟଙ୍କ ଦ୍ଵାରା ଲିଖିତ ଚିଠି ସବୁ ମିଡ଼ିଆକୁ ଦେଖାଇଥିଲେ ।

ଏହି ସମସ୍ତ ବିବାଦ ପରେ ଅଜୟ ଦେବଗନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ରବିନାଙ୍କୁ ମନୋଚିକିତ୍ସକର ଆବଶ୍ୟକତା ରହିଛି । ମୁଁ କେବେହେଲେ ତାଙ୍କ ପାଇଁ କୌଣସି ଚିଠି ଲେଖିନାହିଁ, ଯଦି ତାଙ୍କ ପାଖରେ ଚିଠି ଅଛି ତେବେ ତାହା ସେ ନିଜେ ଛପେଇଛନ୍ତି, ମୁଁ ମଧ୍ୟ ଦେଖିବାକୁ ଚାହେଁ ଯେ ସେ ଆଉ କେତେ କଳ୍ପନା କରିପାରିବେ । ଏତିକିନୁହେଁ ସେ ଏହା ମଧ୍ୟ କହିଥିଲେ ଯେ ରବିନା ଜନ୍ମରୁ ହିଁ ମିଛେଇ ଅଟନ୍ତି ଓ ସେ ଏହି ସମସ୍ତ ବିବାଦ କେବଳ ପବ୍ଲିସିଟି ଷ୍ଟଣ୍ଟ ପାଇଁ କରୁଛନ୍ତି । ଅଜୟ ଆହୁରି ମଧ୍ୟ କହିଥିଲେ ଯେ ରବିନା ପବ୍ଲିସିଟି ପାଇବା ପାଇଁ ଆତ୍ମହତ୍ୟାର ମିଥ୍ୟା ନାଟକ କରିଥିଲେ ।

ଅଜୟ ଓ ରବିନା ମଧ୍ୟରେ ବିବାଦ ଏତେ ଆଗକୁ ବଢି ଯାଇଥିଲା ଯେ ଦୁହେଁ ପରସ୍ପରର ମୁହଁ ମଧ୍ୟ ଦେଖିବାକୁ ପସନ୍ଦ କରୁନଥିଲେ । ସେହି ସମୟରେ ହିଁ ଚଳଚ୍ଚିତ୍ର ବିଜୟପଥରେ ଦୁହିଁଙ୍କ ଏକାଠି କାମ କରିବାର ଥିଲା, କିନ୍ତୁ ଦୁହିଁଙ୍କ ମଧ୍ୟରେ ଚାଲୁଥିବା ବିବାଦକୁ ଲକ୍ଷ୍ୟ କରି ରବିନା ବଦଳରେ ତବୁଙ୍କୁ ତାଙ୍କ ସ୍ଥାନରେ ନିଆଗଲା । ଯଦିଓ ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ସମାଧାନ ହୋଇଯାଇଥିଲା, କିନ୍ତୁ କରିସ୍ମା ଓ ରବିନାଙ୍କ ଶତ୍ରୁତା ବର୍ଷ ବର୍ଷ ଧରି ଚାଲିଥିଲା । ସୁଚାଇଦେଉଛୁ ଯେ ଅଜୟ ଓ କରିସ୍ମାଙ୍କ ପ୍ରେମ କାହାଣୀ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ଚାଲିପାରିଲା ନାହିଁ । ପରେ ୧୯୯୫ରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା ଓ ଅଜୟଙ୍କ ଜୀବନରେ କାଜଲଙ୍କ ଆଗମନ ହୋଇଗଲା । ସେପକ୍ଷେ ରବିନା ମଧ୍ୟ ଅକ୍ଷୟ କୁମାରଙ୍କୁ ଭଲପାଇ ବସିଥିଲେ ।

Be the first to comment

Leave a Reply

Your email address will not be published.


*