ଛାଡପତ୍ର ନେଇଥିବା ବ୍ୟକ୍ତିକୁ ବହୁତ ଭଲ ପାଉଥିଲେ ମୋନାଲିସା, ବିବାହ ପୂର୍ବରୁ ୬ ବର୍ଷ ସାଥିରେ ରହିଥିଲେ !

ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମୋନାଲିସା ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମ ୨୧ ନଭେମ୍ବର ୧୯୮୨କୁ କୋଲକାତାର ଏକ ବଙ୍ଗାଳି ପରିବାରରେ ହୋଇଥିଲା । ମୋନାଲିସାଙ୍କ ପ୍ରକୃତ ନାମ ଅନ୍ତରା ବିଶ୍ୱାସ ଅଟେ, ଯିଏକି କେବଳ ଭୋଜପୁରୀ ନୁହେଁ ବରଂ ଅନ୍ୟ ଭାଷାର ଚଳଚ୍ଚିତ୍ର ଗୁଡ଼ିକରେ ମଧ୍ୟ କାମ କରିଛନ୍ତି । ମୋନାଲିସା ଜଣେ ଭଲ ଚଳଚ୍ଚିତ୍ର ଅଭିନେତ୍ରୀ ଅଟନ୍ତି, କିନ୍ତୁ ଚଳଚ୍ଚିତ୍ରରୁ ଅଧିକ ସେ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଅଫେୟାର ରହି ଆସିଛି, ଏଥିମଧ୍ୟରୁ ତାଙ୍କର ଏକ ଅଫେୟାର ଥିଲା ଜଣେ ଛାଡ଼ପତ୍ର ନେଇଥିବା ବ୍ୟକ୍ତି ସହିତ । ଆସନ୍ତୁ ଜାଣିବା, କିଏ ଥିଲେ ସେହି ବ୍ୟକ୍ତି ଜଣକ….

ଜାଣନ୍ତୁ କିଏ ଥିଲେ ମୋନାଲିସାଙ୍କ ପ୍ରଥମ ପ୍ରେମ…..

ମଦନ-ମୋନାଲିସା

ମୋନାଲିସା ଅଧିକାଂଶ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏକ ସମୟ ଥିଲା, ଯେତେବେଳେ ସେ ନିଜ ଠାରୁ ବୟସରେ ବଡ଼ ଜଣେ ବ୍ୟକ୍ତିଙ୍କୁ ଡେଟ୍ କରୁଥିଲେ । କୁହାଯାଏ ଯେ ସେହି ବ୍ୟକ୍ତିର ନାମ ଥିଲା ମଦନ । ମଦନ ଓ ମୋନାଲିସାଙ୍କ ଅନେକଗୁଡ଼ିଏ ଫଟୋ ଗଣମାଧ୍ୟମରେ ଉପଲବ୍ଧ ଅଛି, ଯାହା ଦେଖି ଏହା ଜାଣି ହୁଏ ଯେ ସେ ଦୁହେଁ ଏକ ଗଭୀର ସମ୍ପର୍କରେ ଥିଲେ । କୁହାଯାଏ ଯେ ମଦନ ହିଁ ସେହି ବ୍ୟକ୍ତି ଥିଲେ ଯିଏ ମୋନାଲିସାଙ୍କୁ କୋଲକାତାରୁ ମୁମ୍ବାଇ ଆଣିଲେ । ମୁମ୍ବାଇକୁ ଆସିବା ପରେ ମୋନାଲିସା କିଛି ବି-ଗ୍ରେଡ୍ ଚଳଚ୍ଚିତ୍ରରେ କାମ କଲେ, ଏହା ପରେ ସେ ଭୋଜପୁରୀ ସିନେମା ଆଡ଼କୁ ଗଲେ । ରିପୋର୍ଟ ଅନୁଯାୟୀ ମଦନଙ୍କ ଅନୁଯାୟୀ ମଦନ ହିଁ ମୋନାଲିସାଙ୍କ ପରିଚୟ ଭୋଜପୁରୀ ସିନେମାରେ ସୃଷ୍ଟି କରିଥିଲେ ।

ସୁଚାଇଦେଉଛୁ ଯେ ମଦନ ଆଗରୁ ବିବାହିତ ଥିଲେ ଓ ତାଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ତାଙ୍କ ଦେଖା ମୋନାଲିସାଙ୍କ ସହିତ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଗଲା । ମିଡ଼ିଆ ରିପୋର୍ଟ ଅନୁଯାୟୀ ଦୁହେଁ ଲିଭ୍ ଇନ୍ ସମ୍ପର୍କରେ ଥିଲେ । ଯଦିଓ ଦୁହେଁ କେବେମଧ୍ୟ ନିଜ ସମ୍ପର୍କକୁ ସ୍ୱୀକାର କଲେ ନାହିଁ, କିନ୍ତୁ ଦୁହେଁ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହିତ ଥିଲେ ଓ ପରେ ପରସ୍ପରଙ୍କ ଝଗଡା ଯୋଗୁଁ ଏହି ସମ୍ପର୍କ ଭାଙ୍ଗିଗଲା । ମଦନଙ୍କ ସହିତ ବ୍ରେକପ୍ ହେବା ପରେ ମୋନାଲିସା ଅଭିନେତା ବିକ୍ରାନ୍ତ ସିଂହ ରାଜପୁତଙ୍କ ସହିତ ସମ୍ପର୍କରେ ଆସିଗଲେ ।

ଏପରି ହୋଇଥିଲା ମୋନାଲିସା ଓ ବିକ୍ରାନ୍ତଙ୍କ ପ୍ରଥମ ଦେଖା

ବିକ୍ରାନ୍ତ ଓ ମୋନାଲିସାଙ୍କ ପ୍ରଥମ ଦେଖା ଚଳଚ୍ଚିତ୍ର ଦୁଲହା ଅଲବେଲା ସେଟରେ ହୋଇଥିଲା । ଏହି ସମୟରେ ଦୁହିଁଙ୍କ ବନ୍ଧୁତା ହୋଇଗଲା ଓ ପରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଗଲା । ଏହି ଚଳଚ୍ଚିତ୍ରରେ ଶୁଟିଂ ଶେଷ ହେବା ପରେ ଦୁହେଁ ଏକାଠି ଲିଭ୍ ଇନରେ ରହିବାକୁ ନିଷ୍ପତ୍ତି ନେଲେ ଏବଂ ପାଖାପାଖି ୯ ବର୍ଷ ପର୍ଯ୍ୟନ୍ତ ଲିଭ୍ ଇନ୍ ସମ୍ପର୍କରେ ରହିଲେ ଓ ପରେ ଏହି ଯୋଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ମୋନାଲିସା ବିକ୍ରାନ୍ତଙ୍କ ସହିତ ଏହି ସ୍ଥାନରେ କରିଥିଲେ ବିବାହ……

୨୦୧୬ ମସିହାରେ ମୋନାଲିସା ଓ ବିକ୍ରାନ୍ତ ବିଗ୍ ବୋସ୍ ଘରେ ଆଗମନ କଲେ ଏବଂ ଦୁହେଁ ଏଠାରେ ବିବାହ କରିନେଲେ । ଏହି ବିବାହରେ ମୋନାଲିସା ଓ ବିକ୍ରାନ୍ତଙ୍କ ପରିବାର ସଦସ୍ୟ ମାନଙ୍କ ବ୍ୟତୀତ ରବି କିଶନ ଓ ନିରହୁଆ ଭଳି ଅନେକ ଭୋଜପୁରୀ କଳାକାର ସାମିଲ ହୋଇଥିଲେ । ସୁଚାଇଦେଉଛୁ ଯେ ବିକ୍ରାନ୍ତ ସିଂହ ରାଜପୁତ ମଧ୍ୟ ଏକ ଭୋଜପୁରୀ ଚଳଚ୍ଚିତ୍ରର ଅଭିନେତାଅଟନ୍ତି ଓ ସେ ମୋନାଲିସାଙ୍କ ସହିତ ସଇଁୟା ତୁଫାନି, ମେହରାରୁ ବିନା ରତୀୟା କେସେ କଟି, ପ୍ରେମ ଲୀଳା ଭଳି ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଦୁହିଁଙ୍କ ଯୋଡ଼ିଙ୍କୁ ଫ୍ୟାନ ମାନେ ଅନସ୍କ୍ରିନ୍ ସଙ୍ଗେ ସଙ୍ଗେ ଅଫସ୍କ୍ରିନରେ ମଧ୍ୟ ଦେଖିବାକୁ ଭଲପାଆନ୍ତି ।

କୁହାଯାଏ ଯେ ମୋନାଲିସା ବ୍ୟବହାରରୁ ଖୁବ୍ ସରଳ ଅଟନ୍ତି, ଯେବେକି ବିକ୍ରାନ୍ତ ଚତୁର ଅଟନ୍ତି କିନ୍ତୁ ସେ ମୋନାଲିସାଙ୍କୁ ନେଇ ଖୁବ୍ ଧ୍ୟାନ ରଖନ୍ତି । ଏହା ଉପରେ ସେ ଥରେ କହିଥିଲେ ଯେ ମୁଁ ଆଜମଗଡ଼ିଆ ଅଟେ, ଲୋକଙ୍କ ରାଜନୀତି ଖୁବ୍ ଭଲ ଭାବରେ ବୁଝିପାରେ । ମୁଁ ମୋନାଲିସାଙ୍କୁ ନେଇ ଖୁବ୍ ପ୍ରୋଟେକ୍ଟିଭ ଓ ପଜେସିଭ ଅଟେ ।

ସୂଚନାଥାଉକି ଅନ୍ତରା ବିଶ୍ୱାସ ଅର୍ଥାତ ମୋନାଲିସା ବଲିଉଡ଼ରେ ମଧ୍ୟ କାମ କରିଛନ୍ତି । ସେ ୨୦୦୫ ମସିହାରେ ଅଜୟ ଦେବଗଣ ଓ ସୁନୀଲ ସେଟ୍ଟୀ ଅଭିନେତାଙ୍କ ଚଳଚ୍ଚିତ୍ର ବ୍ଲେକମେଲ ଠାରୁ ନିଜର ବଲିଉଡ଼ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକ ଆଇଟମ୍ ଗାର୍ଲ ଭୂମିକାରେ ନଜର ଆସିଥିଲେ । ସେ ହିନ୍ଦୀ ଓ ଭୋଜପୁରୀ ବ୍ୟତୀତ ବଙ୍ଗାଳି, ଓଡ଼ିଆ, କନ୍ନଡ଼ ଓ ତେଲୁଗୁ ଭାଷାର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

Be the first to comment

Leave a Reply

Your email address will not be published.


*