ବିବାଦ ପରେ ଚମକିଲା Tanishqର ବ୍ୟବସାୟ, ଲକ୍ଷ ଲକ୍ଷ ଲୋକ ଦେଲେ ନିଜ ମତାମତ !

ନିକଟରେ ତନିଷ୍କର ଏକ ବିଜ୍ଞାପନ ଉପରେ ଖୁବ୍ ବିବାଦ ସୃଷ୍ଟି ହୋଇଥିଲା । ମାମଲା ଦୁଇଟି ଧାର୍ମିକ ସମୁଦାୟ ସହ ଜଡ଼ିତ ଥିଲା,ଏହିପରି ବିରୋଧ ବଢିବା ଯୋଗୁଁ ଟାଟା ଗ୍ରୁପ୍ ଏହି ବିଜ୍ଞାପନକୁ ଫେରେଇ ନେଲେ । ବର୍ତ୍ତମାନର ସୂଚନା ଅନୁଯାୟୀ ବିବାଦ ପରେ ତନିଷ୍କ ବ୍ୟବସାୟ ଚମକି ଉଠିଛି ।

ତନିଷ୍କର ସେହି ବିଜ୍ଞାପନ ନିର୍ମାତା ମଙ୍ଗଳବାର ଦିନ କହିଲେ ଯେ ସେହି ବିଜ୍ଞାପନକୁ ଅଧିକ ସଂଖ୍ୟାରେ ଲୋକମାନେ ଦେଖିଲେ ଓ ସେହି ବିବାଦରୁ ଏକ ଏପରି ‘ବିଷୟ’ ଉତ୍ପନ ହେଲା, ଯାହା ଉପରେ ଅନେକଗୁଡ଼ିଏ ଲୋକ ନିଜର ମତାମତ ପ୍ରଦାନ କରିବା ପାଇଁ ତନିଷ୍କ ଉତ୍ପାଦ ଗୁଡ଼ିକ କ୍ରୟ କରୁଛନ୍ତି । ଏହି ବିଜ୍ଞାପନ ଅଭିଯାନକୁ ପ୍ରସ୍ତୁତ କରିଥିବା ଏଜେନ୍ସି ‘ୱାଟ୍ସ ୟୋର ପ୍ରବଲମ୍’ର ମ୍ୟାନେଜିଙ୍ଗ ପାର୍ଟନର ଓ କ୍ରିଏଟିଭ ହେଡ୍ ଅମିତ ଅକାଳୀଙ୍କ ଅନୁସାରେ ବିଜ୍ଞାପନରେ ବାସ୍ତବିକତା ପ୍ରଦର୍ଶିତ ହୋଇଛି ଏବଂ ବିବାଦ ପରେ ଅଧିକ ସଂଖ୍ୟାରେ ଲୋକମାନେ ବିରୋଧୀ ବ୍ୟକ୍ତିଙ୍କ ବିରୁଦ୍ଧରେ କହିବା ଆରମ୍ଭ କରି ଦେଇଛନ୍ତି ।

ଲକ୍ଷ ଲକ୍ଷ ଲୋକ ନିଜର ମତାମତ ପ୍ରଦାନ କରିଛନ୍ତି

ଏହି ବିଜ୍ଞାପନ ଆସିବା ପରେ ଟ୍ୱିଟରରେ ବଏକଟ୍ ତନିଷ୍କ ଖୁବ୍ ଟ୍ରେଡ୍ କରୁଥିଲା । ସମସ୍ତ ଟିଭି ଚ୍ୟାନେଲରେ ଏହାକୁ ନେଇ ଆଲୋଚନା ହୋଇଥିଲା । ଗଣମାଧ୍ୟମରେ ଲକ୍ଷ କୋଟି ଲୋକ ନିଜ ନିଜର ମତାମତ ଦେଲେ । କିଛି ଲୋକଙ୍କ ଅନୁଯାୟୀ ଏହି ବିଜ୍ଞାପନରେ କିଛି ଭୁଲ୍ ନାହିଁ । କିଛି ଲୋକ ଏହାକୁ ବିରୋଧ କରିଛନ୍ତି । ଏହିପରି ଯେଉଁ ଲୋକମାନେ ଏହାକୁ ସମର୍ଥନ ଜଣାଇଛନ୍ତି ସେମାନେ ନିଜ ମତାମତ ଦେବା ପାଇଁ ତନିଷ୍କରୁ ଅନେକ କିଛି କ୍ରୟ କରିଛନ୍ତି । ନିଜ କଥା ରଖିବାର ଏହି ଉପାୟ କମ୍ପାନୀ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହହେଉଛି ।

୫୫ ସେକେଣ୍ଡର ଏହି ବିଜ୍ଞାପନକୁ ଫେରେଇ ନିଆଗଲା

ସୂଚନାଥାଉକି କି ବିବାଦ ପରେ ୧୨୦ ଅରବ ଡ଼ଲାରର ଟାଟା ସମୂହ ୫୫ ସେକେଣ୍ଡର ତନିଷ୍କ ବିଜ୍ଞାପନକୁ ଫେରେଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ବିଜ୍ଞାପନରେ ଏକ ମୁସଲମାନ ଶାଶୁ ନିଜ ଗର୍ଭବତୀ ହିନ୍ଦୁ ବୋହୂକୁ ରଖୁଥିବାର ଦେଖାଯାଇଛି । ସୋସିଆଲ ମିଡ଼ିଆରେ କିଛି ସମୂହ ଏହି ବିଜ୍ଞାପନକୁ ନେଇ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଅକାଳୀ କହିଛନ୍ତି ଯେ ଏପରି ମଧ୍ୟ ହେଉଛି ଯେ ଲୋକମାନେ ଅଧିକ ତନିଷ୍କ ବସ୍ତୁ ସବୁ କ୍ରୟ କରୁଛନ୍ତି ଏବଂ ଆମକୁ ବିଲ୍ ଦେଖାଉଛନ୍ତି ।

Be the first to comment

Leave a Reply

Your email address will not be published.


*