ଷ୍ଟିଙ୍ଗ ଅପରେସନରେ NCP ନେତାଙ୍କ ସହମତି ପତ୍ର, ଅର୍ଣ୍ଣବଙ୍କ ବିରୁଦ୍ଧରେ ହେଉଛି ଷଡ଼ଯନ୍ତ୍ର, ଦିନେ କରିନେବେ ଆତ୍ମହତ୍ୟା !

ରିପବ୍ଲିକ୍ ଟିଭି ଦ୍ୱାରା ଏନସିପି ନେତା ଓ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କ ଏକ ଷ୍ଟିଙ୍ଗ ଅପରେସନ କରାଯାଇଛି । ଯେଉଁଥିରେ ଏନସିପି ନେତା ନବାବ ମଲିକ ରିପବ୍ଲିକ ମିଡ଼ିଆର ପ୍ରଧାନ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ମୃତ୍ୟୁ ବିଷୟରେ କହିଛନ୍ତି । ଷ୍ଟିଙ୍ଗ ଅପରେସନରେ ନବାବ ମଲିକ ଏହା କହୁଥିବାର ନଜର ଆସୁଛନ୍ତି ଯେ ଅର୍ଣ୍ଣବ ତାଙ୍କ ବିରୁଦ୍ଧରେ ହେଉଥିବା ମାମଲାରୁ ଏତେ ନିରାଶ ହୋଇଯିବେ ଯେ ଆତ୍ମହତ୍ୟା କରିନେବେ । ଏହି ଷ୍ଟିଙ୍ଗ ଅପରେସନକୁ ଦେଖାଇ ରିପବ୍ଲିକ୍ ମିଡ଼ିଆ ଦାବି କରିଛନ୍ତି ଯେ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୁଦ୍ଧରେ ଏକ ଗମ୍ଭୀର ଷଡ଼ଯନ୍ତ୍ର କରାଯାଉଛି ।

ଚ୍ୟାନେଲକୁ ବନ୍ଦ କରିବା ପାଇଁ ଚାହଁନ୍ତି

କିଛି ଦିନ ପୂର୍ବରୁ ମଧ୍ୟ ଏହିଭଳି ଏକ ଷ୍ଟିଙ୍ଗ ଅପରେସନ ଦେଖାଯାଇଥିଲା, ଯେଉଁଥିରେ ଏକ କଂଗ୍ରେସ ନେତା ଖୁଲାସା କରିଥିଲେ ଯେ ମହାରାଷ୍ଟ୍ର ସରକାର, ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରିପବ୍ଲିକ୍ ଟିଭି ଓ ଅର୍ଣ୍ଣବଙ୍କ ଠାରୁ ଚିନ୍ତିତ ଅଛନ୍ତି । ଅର୍ଣ୍ଣବଙ୍କ ଚ୍ୟାନେଲକୁ ବନ୍ଦ କରିବା ପାଇଁ ଏହି ନେତା ମାନଙ୍କ ଦ୍ୱାରା ଏକ ଶୀର୍ଷ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରାଯାଇଥିଲା । କଂଗ୍ରେସ ନେତା ଏହା ମଧ୍ୟ ଖୁଲାସା କରିଥିଲେ ଯେ ଏନସିପି ପ୍ରମୁଖ ଶରଦ ପବାର ଏହା ପଛରେ ଅଛନ୍ତି । ସେପକ୍ଷରେ ଏନସିପି ନେତା ନବାବ ମଲିକଙ୍କ ଷ୍ଟିଙ୍ଗ ଦେଖାଯାଇଛି ଯେଉଁଥିରେ ସେ ଅର୍ଣ୍ଣବଙ୍କ ଆତ୍ମହତ୍ୟା କରିବା ବିଷୟରେ ଆଲୋଚନା କରିଛନ୍ତି ।

ପାଗଳାମିର ହେବେ ଶିକାର

ନବାବ ମଲିକଙ୍କ କଥା ଶୁଣି ସ୍ପଷ୍ଟ ଜଣାପଡୁଛି ଯେ ଅର୍ଣ୍ଣବଙ୍କ ବିରୁଦ୍ଧରେ ଖୁବ୍ ଷଡ଼ଯନ୍ତ୍ର କରାଯାଉଛି ଓ ଅର୍ଣ୍ଣବଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କ ବିରୁଦ୍ଧରେ ମାମଲା ଦାଖଲ କରାଯାଉଛି । ନବାବ ମଲିକ କହିଲେ ଯେ ସେ ବର୍ତ୍ତମାନ ଟିଆରପିରେ ଫଶି ଯାଇଛନ୍ତି । ସେପକ୍ଷରେ ଯେତେବେଳେ ରିପୋର୍ଟର ବିଏଆରସି ପତ୍ର ବିଷୟରେ ଆଲୋଚନା କରି ନବାବ ମଲିକଙ୍କୁ କହିଲେ ଯେ ରିପବ୍ଲିକ ଟିଭିର ନାମ ଏହି ଦୁର୍ନୀତୀରେ ସାମିଲ ନାହିଁ । ତେବେ ସେ କହିଲେ ଯେ ଏହା ଯାଞ୍ଚରେ ସାମ୍ନାକୁ ଆସିବ । ମୁଁ ଆପଣଙ୍କୁ ସ୍ପଷ୍ଟ ରୂପେ ଜଣାଇ ଦେଉଛୁ ଯେ, ସେ ଫଶିଯିବେ । ଏହି ସମ୍ପୂର୍ଣ୍ଣ ମାମଲା ଅର୍ଣ୍ଣବକୁ ମନୋବୈଜ୍ଞାନିକ ଭାବେ ବିଚଳିତ କରିବ । ସେ କହିଲେ, “କଥାଟି ଏହାଯେ ଏହି ବ୍ୟକ୍ତିକୁ ବହୁତଗୁଡିଏ ସମସ୍ୟା ହେବ । ମୋତେ ଭୟ ଯେ ସେ ନିଜକୁ ଏକ ଜୋନରେ ନେଇଯିବେ । ଏହା ପାଗଳାମି ଅଟେ । ଏହା ଭୟ ସୃଷ୍ଟି କରେ । ଏକ ସମୟ ପରେ ଭୟ ଧୀରେ ଧୀରେ ପାଗଳାମିରେ ପରିବର୍ତ୍ତିତ ହୋଇଯାଏ ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅର୍ଣ୍ଣବ ଗୋସ୍ଵାମୀ ମହାରାଷ୍ଟ୍ର ସରକାର ଉପରେ ଲକ୍ଷ୍ୟ ସାଧିଥିଲେ । ଏହା ପରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ଅସୁବିଧା ବଢିଯାଇଛି । ନିକଟରେ ମୁମ୍ବାଇ ପୋଲିସ୍ କମିଶନର ଦାବି କରିଥିଲେ ଯେ ଅର୍ଣ୍ଣବ ଗୋସ୍ଵାମୀଙ୍କ ଚ୍ୟାନେଲ ଟିଆରପି ଦୁର୍ନୀତିରେ ସାମିଲ ଅଛନ୍ତି । ଯଦିଓ ଅର୍ଣ୍ଣବ ଗୋସ୍ଵାମୀ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ ସେ କେବେମଧ୍ୟ ଟିଆରପି ପାଇବା ପାଇଁ କାହାକୁ କିଛି ଟଙ୍କା ଦେଇ ନାହାଁନ୍ତି କିନ୍ତୁ ଟିଆରପି ଦୁର୍ନୀତିରେ ମୁମ୍ବାଇ ପୋଲିସ୍ ବାରମ୍ବାର ଅର୍ଣ୍ଣବଙ୍କ ନାମ ନେଉଛନ୍ତି ।

Be the first to comment

Leave a Reply

Your email address will not be published.


*