ଚାଣକ୍ୟ ନୀତି : ଏହି ପାଞ୍ଚଟି ସଙ୍କେତ ଦେଖିବା ଦ୍ୱାରା ଘରକୁ ଆସିପାରେ ଦାରିଦ୍ରତା ! ପୂର୍ବରୁ ହିଁ ହୋଇଯାଆନ୍ତୁ ସାବଧାନ…

ଚାଣକ୍ୟ ନୀତି : ଏହି ପାଞ୍ଚଟି ସଙ୍କେତ ଦେଖିବା ଦ୍ୱାରା ଘରକୁ ଆସିପାରେ ଦାରିଦ୍ରତା ! ପୂର୍ବରୁ ହିଁ ହୋଇଯାଆନ୍ତୁ ସାବଧାନ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରୀ, ନ୍ୟାୟାବିଦ ଏବଂ ଉତ୍ତମ ପରାମର୍ଶଦାତା ରୂପରେ ପରିଚିତ । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ୱାନ ଥିଲେ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ପରେ ବି ଏକ ସାଧାରଣ କୁଟୀରରେ ରହିବାକୁ ପସନ୍ଦ କରନ୍ତି । ତା’ସହିତ ସେ ଏକ ସରଳ ଜୀବନ ବଞ୍ଚିବାରେ ବିଶ୍ୱାସ ରଖନ୍ତି ।

ଚାଣକ୍ୟ ନିଜର ଜୀବନରୁ ପାଇଥିବା ଅନୁଭୂତିକୁ “ଚାଣକ୍ୟ ନୀତି”ରେ ସ୍ଥାନିତ କରିଯାଇଛନ୍ତି । ଚାଣକ୍ୟ ନୀତିରେ କିଛି ଏପରି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କଥା ବିଷୟରେ ତର୍ଜମା କରିବା ଦ୍ୱାରା ବ୍ୟକ୍ତିକୁ ଅବଶ୍ୟ ସଫଳତା ମିଳିଥାଏ । ଏହା ସହିତ ନିଜର ପୁସ୍ତକ “ଚାଣକ୍ୟ ନୀତି”ରେ କିଛି ଏପରି କଥାକୁ ମଧ୍ୟ କୁହାଯାଇଛି, ଯାହା ଦାରିଦ୍ରତା ଦିଗରେ ଇସାରା କରିଥାଏ । ଏହି ସଙ୍କେତ ଗୁଡ଼ିକରୁ ଜଣାପଡ଼ିଥାଏ ଯେ, ଆଗାମୀ ସମୟରେ ଆପଣ ଆର୍ଥିକ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇ ପାରନ୍ତି । ସେହି ସଙ୍କେତ ଗୁଡ଼ିକ କଣ କଣ ? ଆସନ୍ତୁ ଜାଣିବା…

ପରିବାରରେ କ୍ଳେଶ :-

ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କ ପରିବାରରେ ଦୁଃଖକ୍ଳେଶ ଦେଖାଦିଏ; ତେବେ ଏହା ଶୁଭ ସଙ୍କେତ ହୋଇନଥାଏ । ଚାଣକ୍ୟଙ୍କ ଅନୁସାରେ, ପରିବାରରେ ଦୁଃଖକ୍ଳେଶର ସମ୍ମୁଖୀନ ହେବ ଦ୍ଵାରା ଆର୍ଥିକ ସ୍ଥିତି ପାଇଁ ଉତ୍ତମ ହୋଇନଥାଏ । ଯେଉଁ ଲୋକଙ୍କ ଘରେ ପ୍ରତିଦିନ ଝଗଡ଼ା ଦେଖାଦେଇଥାଏ, ସେମାନଙ୍କ ଘରରେ ଦାରିଦ୍ରତା ଦେଖାଦେଇଥାଏ ଏବଂ ସେମାନଙ୍କ ଘରୁ ମାଆ ଲକ୍ଷ୍ମୀ ଚିରଦିନ ପାଇଁ ଚାଲି ଯାଇଥାନ୍ତି । ଏଥିପାଇଁ ବ୍ୟକ୍ତି ସର୍ବଦା ଘରେ ଦୁଃଖକ୍ଳେଶକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିବା ଉଚିତ ।

ତୁଳସୀ ଗଛ ଶୁଖିଯିବା :-

ପ୍ରାୟ ସବୁ ହିନ୍ଦୁ ଘରେ ତୁଳସୀ ଗଛ ରହିଥାଏ । ଧାର୍ମିକ ଦୃଷ୍ଟିରୁ ତୁଳସୀ ଗଛର ବହୁତ ମହତ୍ତ୍ୱ ରହିଛି । ତୁଳସୀକୁ ସମୃଦ୍ଧିର ପ୍ରତୀକ ମଧ୍ୟ କୁହାଯାଇଥାଏ । ତୁଳସୀ ଗଛକୁ ଲୋକ ପ୍ରାୟତଃ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜଳାଇ ପୂଜା କରିଥାନ୍ତି । ଏମିତିରେ ଯଦି ତୁଳସୀ ଗଛ ଶୁଖିବାରେ ଲାଗିଥାଏ; ତେବେ ତାହା ଶୁଭ ସଙ୍କେତ ହୋଇନଥାଏ । ତୁଳସୀ ଗଛ ଶୁଖିବାର ଅର୍ଥ ଘରେ ଆର୍ଥିକ ସମ୍ବନ୍ଧୀୟ ସ୍ଥିତି ଦୁର୍ବଳ ହେବାର ସଂକେତ ଦେଇଥାଏ । ଏଭଳି ସ୍ଥିତିରେ ଚାଣକ୍ୟ କହନ୍ତି ଯେ, ଯଦି ଘରର ତୁଳସୀ ଗଛ ଶୁଖିଯାଏ; ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ଏବଂ ଏକ ତୁଳସୀ ଗଛ ଲଗାଇ ଦିଅନ୍ତୁ ।

କାଚ ବା କାଚ ସମ୍ବନ୍ଧୀୟ ଜିନିଷ ଭାଙ୍ଗିବା :-

ଚାଣକ୍ୟ କାଚ ବା କାଚ ସମ୍ବନ୍ଧୀୟ ଜିନିଷ ଭାଙ୍ଗିବାକୁ ମଧ୍ୟ ଅଶୁଭ ବୋଲି କହିଛନ୍ତି । ଆଚାର୍ଯ୍ୟଙ୍କ କହିବା ଅନୁସାରେ କାଚ ଭାଙ୍ଗିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ । କୁହାଯାଇଥାଏ ଯେ ଯେଉଁ ଘରେ କାଚ ଭାଙ୍ଗିଥାଏ, ସେଠାରେ ଆର୍ଥିକ ସମସ୍ୟା ନିଶ୍ଚିତ ଭାବରେ ଆସିଥାଏ । ଏହାସହିତ ଆଚାର୍ଯ୍ୟ ଚାଣକ୍ୟ ଲୋକଙ୍କୁ ସାବଧାନର ସହିତ କାଚ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ପୂଜାପାଠ ଠାରୁ ଦୂରେଇ ରହିଲେ :-

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ପୂଜାପାଠ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ବ୍ୟକ୍ତି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇନଥାଏ । ଏହାର ବିପରୀତ ଯେତେବେଳେ ମନୁଷ୍ୟ ପୂଜାପାଠ ଠାରୁ ଦୂରେଇ ରହିଥାଏ, ସେତେବେଳେ ଘରକୁ ଆର୍ଥିକ ସଙ୍କଟ ଆସିବାର ଆଶଙ୍କା ରହିଥାଏ । ପୂଜାପାଠ କରିବା ଦ୍ୱାରା ବ୍ୟକ୍ତିର ମନ ମଧ୍ୟ ଶାନ୍ତ ରହିଥାଏ ଏବଂ ମନରେ କେବେ ବି ନକରାତ୍ମକ ଭାବନା ଆସିନଥାଏ ।

ଗୁରୁଜନମାନଙ୍କର ସମ୍ମାନ ନକରିବା :-

ଗୁରୁଜନ ମାନଙ୍କର ସବୁବେଳେ ସମ୍ମାନ କରିବା ଉଚିତ । କୁହାଯାଇଥାଏ ଯେ, ଯେଉଁ ଘରେ ଗୁରୁଜନମାନଙ୍କର ସମ୍ମାନ କରାଯାଇଥାଏ, ସେଠାରେ ମାତା ଲକ୍ଷ୍ମୀଙ୍କର ବାସ କରିଥାନ୍ତି । ପୁଣି ଯେଉଁ ଘରେ ବୟୋସ୍କ ବ୍ୟକ୍ତିଙ୍କର ସମ୍ମାନ ହୋଇନଥାଏ ଏବଂ କଥା କଥାରେ ବୟୋସ୍କ ବ୍ୟକ୍ତିଙ୍କୁ ଅପମାନିତ କରାଯାଇଥାଏ, ସେହିପରି ଗୃହରେ ଲକ୍ଷ୍ମୀ ରହନ୍ତି ନାହିଁ ଏବଂ ଏପରି ଘରେ କେବେବି ଆର୍ଥିକ ସ୍ଥିତି ଭଲ ରହିନଥାଏ । ଏଥିପାଇଁ ସବୁବେଳେ ଗୁରୁଜନମାନଙ୍କର ସମ୍ମାନ କରନ୍ତୁ ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *