୪୦ ବର୍ଷ ବୟସରେ ତୃତୀୟ ଥର ପାଇଁ ବୋହୂ ହେଲେ ଶ୍ୱେତା ତିୱାରୀ, ଭାଇରାଲ ହେଲା ଫୋଟୋ

ଟେଲିଭିଜନ ଜଗତର ସବୁଠାରୁ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ବର୍ତ୍ତମାନ ଦିନ ମାନଙ୍କରେ ତାଙ୍କ ଅଭିନୟ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଶ୍ୱେତା ତାଙ୍କର ତୃତୀୟ ବିବାହକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଜ୍ଞା ହଁ, ତାଙ୍କର ନବ ବୋହୂ ଅବତାର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋ ଗୁଡ଼ିକ ସହିତ ଏହା ମଧ୍ୟ ଦାବି କରାଯାଉଛି କି ଶ୍ୱେତା ତୃତୀୟ ଥର ପାଇଁ ବିବାହ କରିଛନ୍ତି । ବାସ୍ତବରେ, ଏହି ଫୋଟୋ ଗୁଡ଼ିକରେ, ୪୦ ବର୍ଷୀୟ ଶ୍ୱେତା ତାଙ୍କ ହାତରେ ନାଲି ରଙ୍ଗର ଚୁଡ଼ି, ବିବାହ ପୋଷାକ, ସୁନା ଅଳଙ୍କାର, କପାଳରେ ଟିକିଲି, ନାକରେ ନାକର, ଆଖିରେ କଜଳ ଲଗାଇ ଜଣେ ନବବୋଧୁ ଠାରୁ କିଛି କମ୍ ଦେଖାଯାଉ ନାହାଁନ୍ତି । ଏହି ଫୋଟୋ ଗୁଡ଼ିକ ଦେଖିବା ପରେ ତାଙ୍କର ପ୍ରତ୍ୟେକ ପ୍ରଶଂସକ ମାନେ ଭାବୁଛନ୍ତି କି ଶ୍ୱେତା ତୃତୀୟ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ଫୋଟୋର ସତ୍ୟତା…

ସତରେ କଣ ତୃତୀୟ ବିବାହ କରିଛନ୍ତି ଶ୍ଵେତା ତିୱାରୀ

ଯଦି ଆପଣ ମଧ୍ୟ ଭାବୁଛନ୍ତି କି ଶ୍ୱେତା ତିୱାରୀ ତୃତୀୟ ଥର ବିବାହ କରିଛନ୍ତି ତେବେ ଏହାର ଉତ୍ତର ହେଉଛି- ନା । ଆଜ୍ଞା ହଁ, ଏହି ଫୋଟୋ ଗୁଡ଼ିକ ଶ୍ୱେତାଙ୍କ ବିବାହର ନୁହେଁ, ବରଂ ନିଜର ଏହିପରି ନଵବୋଧୁ ପରି ଅବତାର ଗୋଟିଏ ସିରିଏଲର ସୁଟିଂ ନିମନ୍ତେ ଧାରଣ କରିଛନ୍ତି । ଆପଣଙ୍କୁ କହିରଖୁଛୁ କି ବର୍ତ୍ତମାନ ଦିନ ମାନଙ୍କରେ ଶ୍ୱେତା ଧାରାବାହିକ “ମେରେ ଡାଡ୍ କି ଦୁଲ୍ହନ”ରେ ନଜର ଆସିଛନ୍ତି ଏବଂ ଏହି ଧାରାବାହିକ ପାଇଁ ସେ ବିବାହ ପୋଷାକ ପିନ୍ଧିଥିଲେ, କାରଣ ଏହି ଶୋ’ର ସେଟରେ ବର୍ତ୍ତମାନ ବିବାହ କ୍ରମର ସୁଟିଂ କରାଯାଇଛି ।

ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି, ଶ୍ୱେତା ତିୱାରୀ ଏହି ଧାରାବାହିକରେ ଗୁନୀତ ସିକ୍କାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯେତେବେଳେକି ବରୁଣ ବାଡୋଲା ଅମ୍ବର ଶର୍ମାଙ୍କ ଭୂମିକାରେ ଅଛନ୍ତି । ବର୍ତ୍ତମାନ ଏହି ଶୋ’ରେ ଗୁନୀତ ଏବଂ ଅମ୍ବରଙ୍କ ବିବାହର କ୍ରମ ଚାଲିଛି, ଏହି ବିବାହ କ୍ରମ ହେତୁ ହିଁ ଶ୍ୱେତା ନଵବୋଧୂ ପରି ନିଜକୁ ପ୍ରସ୍ତୁତ କରିଥିଲେ । ଏଥିପାଇଁ ଅଭିନେତ୍ରୀ କମଳା-ସବୁଜ-ସୁବର୍ଣ୍ଣ ରଙ୍ଗର ବିବାହ ପୋଷାକ ପିନ୍ଧିଥିଲେ, ନିଜ ଲୁକ୍ସକୁ ପରିପୂର୍ଣ୍ଣ କରିବା ପାଇଁ ଶ୍ୱେତା ସୁନା ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ବର୍ତ୍ତମାନ ଏହି ଶୋ’ର ସେଟରୁ ବରୁନ୍ ଏବଂ ଶ୍ୱେତାଙ୍କର ଅନେକ ଫୋଟୋ ସମ୍ନାକୁ ଆସୁଛି । ଯେଉଁଥିରେ ଶ୍ୱେତା ଏହି ମୁହୂର୍ତ୍ତକୁ ଖୁବ୍ ଉପଭୋଗ କରୁଥିବା ନଜରରେ ଆସିଛନ୍ତି ।

ଏହାପୂର୍ବରୁ ହଳଦି ରୀତିନୀତିର ମଧ୍ୟ ଅନେକ ଫୋଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା । ହଳଦି ରୀତିନୀତିରେ ଶ୍ୱେତା ଗୋଟିଏ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିଲେ, ଏହା ସହିତ ଏକ ପୁଷ୍ପ ଅଳଙ୍କାର ମଧ୍ୟ ପରିଧାନ କରିଥିଲେ, ଏହି ଲୁକ୍ସରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଫୋଟୋ ଗୁଡ଼ିକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରିବା ସହିତ ନିଜ ନିଜ ମନ୍ତବ୍ୟ ଦେଇଥିଲେ ।

ଶ୍ୱେତା ତିୱାରୀଙ୍କ ଦୁଇଟି ବିବାହ ହୋଇସାରିଛି

କହିରଖୁଛୁ କି ଶ୍ୱେତା ତିୱାରୀ ୧୯୯୮ ମସିହାରେ ରାଜା ଚୌଧୁରୀଙ୍କୁ ପ୍ରଥମ ବିବାହ କରିଥିଲେ, ଯାହାଙ୍କ ଔରସରୁ ତାଙ୍କର ଗୋଟିଏ ଝିଅ ପଲକକ୍ ହୋଇଥିଲେ । ଶ୍ୱେତା ଏବଂ ରାଜା ୧୪ ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ସହିତ ରହିଥିଲେ, କିନ୍ତୁ ପାରସ୍ପରିକ ମତଭେଦ ହେତୁ ଏହି ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ୨୦୧୨ ମସିହାରେ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଏହା ପରେ ଶ୍ୱେତା ୨୦୧୩ ମସିହାରେ ଟିଭି ଅଭିନେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ । ଖବର ଅନୁଯାୟୀ ବର୍ତ୍ତମାନ ଅଭିନବ ଏବଂ ଶ୍ୱେତାଙ୍କ ମଧ୍ୟରେ ଝଗଡା ଚାଲିଛି । ଉଭୟଙ୍କର ରିୟାଂଶ ନାମରେ ଗୋଟିଏ ପୁଅ ଅଛନ୍ତି ।

Be the first to comment

Leave a Reply

Your email address will not be published.


*