କେଉଁ ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍, ପରିମାଣ କେତେ ହେବ ? ବିସ୍ତୃତ ଭାବେ ଜାଣନ୍ତୁ

କ୍ୟାବିନେଟ ଵୈଠକ ପରେ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କି ଦଶହରା ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ୩,୭୩୭ କୋଟି ଟଙ୍କାର ବୋନସ୍ ଦେୟ ଆରମ୍ଭ ହେବ । ବୋନସ୍ ସମ୍ବନ୍ଧରେ ବିସ୍ତୃତ ଭାବରେ ଜାଣନ୍ତୁ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ଵୈଠକରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଦେବାକୁ ଘୋଷଣା କରିଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କି ଦଶହରା ପୂର୍ବରୁ ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩,୭୩୭ କୋଟି ଟଙ୍କାର ବୋନସ୍ ଦେୟ ଆରମ୍ଭ ହେବ । ବର୍ତ୍ତମାନ ଆପଣ ଯଦି ଜଣେ ସରକାରୀ କର୍ମଚାରୀ ଅଟନ୍ତି ଏବଂ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଙ୍କି ମାରୁଛି କି ଆପଣଙ୍କୁ ଦୀପାବଳି ବୋନସ୍ ମିଳିବ ନା ନାହିଁ, ତେବେ ଆମେ ଏଠାରେ ଆପଣଙ୍କୁ ସେହି ପ୍ରଶ୍ନର ଉତ୍ତର ଦେବୁ ।

କେଉଁ ବିଭାଗର କର୍ମଚାରୀ ମାନଙ୍କୁ ଦୀପାବଳି ବୋନସ୍ ମିଳିବ

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କି ସରକାରଙ୍କ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ଯଥା ଭାରତୀୟ ରେଳବାଇ, ଡାକଘର, ପ୍ରତିରକ୍ଷା ଉତ୍ପାଦନ, ଈପୀଏଫଓ, କର୍ମଚାରୀ ରାଜ୍ୟ ବୀମା ନିଗମର ୧୭ ଲକ୍ଷ ଅଣ- ଗେଜେଟେଡ କର୍ମଚାରୀମାନଙ୍କୁ ୨,୭୯୧ କୋଟି ଟଙ୍କାର ପ୍ରଡକ୍ଟିଭିଟି ଲିଙ୍କ ଇନସେଣ୍ଟିଭ ବୋନସ୍ ଦିଆଯିବ। ଏହା ବ୍ୟତୀତ କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା ୧୩ ଲକ୍ଷ କର୍ମଚାରୀଙ୍କୁ ୯୦୬ କୋଟି ଟଙ୍କାର ଅଣ-ଉତ୍ପାଦକତା ଲିଙ୍କ ବୋନସ୍ ପ୍ରଦାନ କରାଯିବ ।

କେନ୍ଦ୍ର ଦ୍ୱାରା ଘୋଷିତ ଦୀପାବଳି ବୋନସ୍ କିପରି ମିଳିବ

ପ୍ରକାଶ ଜାବଡେକର ସ୍ପଷ୍ଟ କରିଛନ୍ତି କି କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦୀପାବଳି ବୋନସ ସିଧାସଳଖ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥାତ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ହସ୍ତାନ୍ତର କରାଯିବ । ଏହା ଦ୍ୱାରା ସେମାନଙ୍କୁ ପାର୍ବଣ ଋତୁରେ ନଗଦ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଜାବଡେକର କହିଛନ୍ତି କି ଏହି ବୋନସ୍ ଦ୍ୱାରା ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ଉପକୃତ ହେବେ ।

ସରକାରୀ ଖଜଣା ଉପରେ ବୋନସ୍ କେତେ ମାତ୍ରାରେ ପ୍ରଭାବ ପକାଇବ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉତ୍ପାଦକତା ସହିତ ଜଡିତ ବୋନସ ଏବଂ ଅଣ-ଉତ୍ପାଦକତା ସଂଯୁକ୍ତ ବୋନସ୍ ଦ୍ୱାରା ସରକାର ୩୦ ଲକ୍ଷରୁ ଅଧିକ ଅଣ-ଗେଜେଟେଡ କର୍ମଚାରୀଙ୍କୁ ସିଧାସଳଖ ଲାଭବାନ କରିବେ । ଏହା ଦ୍ୱାରା ରାଜକୋଷ ଖଜଣା ଉପରେ ୩,୭୩୭ କୋଟି ଟଙ୍କାର ଅତିରିକ୍ତ ପ୍ରଭାବ ପଡ଼ିବ ।

କେଉଁ ଆଧାରରେ ସରକାରୀ କର୍ମଚାରୀମାନଙ୍କୁ ବୋନସ୍ ମିଳିବ

ଦୀପାବଳି ବୋନସର ପରିମାଣ ଅଲଗା ଅଲଗା କର୍ମଚାରୀଙ୍କ ପାଇଁ ଭିନ୍ନ ରହିବ। ବାସ୍ତବରେ, ସରକାରଙ୍କ ପକ୍ଷରୁ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଘୋଷିତ ପୀଏଲଆଈ ବୋନସ୍ କର୍ମଚାରୀ ଏବଂ ପ୍ରତିଷ୍ଠାନର କାର୍ଯ୍ୟଦକ୍ଷତା ସହିତ ଜଡିତ ଅଟେ । ସରଳ ଭାବରେ କହିବାକୁ ଗଲେ ଏହି ବୋନସ୍ କର୍ମଚାରୀ ଏବଂ ପ୍ରତିଷ୍ଠାନର ବାର୍ଷିକ କାର୍ଯ୍ୟଦକ୍ଷତା ଆଧାରରେ ଅଲଗା ଅଲଗା ହେବ । ତେଣୁ ଏହାର ସଠିକ୍ ସୂଚନା ଉପଲବ୍ଧ କରିବା କଷ୍ଟକର ଅଟେ । ଆପଣଙ୍କର ବୋନସ୍ ବିଷୟରେ ଅଧିକ ସୂଚନା ପାଇଁ ଏଚଆରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ସରକାର କାହିଁକି ଦୀପାବଳି ବୋନସ୍ ଘୋଷଣା କରିଲେ?କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ଦୀପାବଳିରେ ଦିଆଯିବାକୁ ଥିବା ବୋନସ୍ ଘୋଷଣାର ଅପେକ୍ଷାରେ ଥିଲେ। ଏହି ସମୟ ମଧ୍ୟରେ, କରୋନା ଭାଇରସ୍ ମହାମାରୀ ହେତୁ ଚଳିତ ବର୍ଷ ବୋନସ୍ ନ ମିଳିବା ଖବର ହେତୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା । ଅନେକ ସ୍ଥାନରେ କର୍ମଚାରୀମାନେ ବିରୋଧ ମଧ୍ୟ କରିଥିଲେ, କିନ୍ତୁ ବର୍ତ୍ତମାନ ସରକାର ସମସ୍ତ କର୍ମଚାରୀଙ୍କ ନିମନ୍ତେ ବୋନସ୍ ଘୋଷଣା କରି ଖୁସି କରାଇଛନ୍ତି ।

ଏହା ଦ୍ୱାରା ଦେଶର ଅର୍ଥନୀତିରେ କ’ଣ ଲାଭ ହେବ?

କରୋନା ସଙ୍କଟ ମଧ୍ୟରେ ଚାହିଦା ହ୍ରାସ ହେତୁ ଦେଶର ଅର୍ଥନୀତିକୁ ବହୁ କ୍ଷତି ହେଉଛି । ଏହିପରି ପରିସ୍ଥିତିରେ ସରକାର ମୁଣ୍ଡପିଛା ଖର୍ଚ୍ଚ ବଢ଼ାଇବା ସହିତ ବଜାରର ଚାହିଦା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କ ବିଶ୍ୱାସ ଯେ ପାର୍ବଣ ଋତୁରେ ସିଧାସଳଖ ଲୋକଙ୍କ ପକେଟରେ ଟଙ୍କା ପହଞ୍ଚିବା ଦ୍ୱାରା ଚାହିଦା ବୃଦ୍ଧି ପାଇବ ସହିତ ଅର୍ଥବ୍ୟବସ୍ଥାକୁ ସାହାରା ମିଳିବ । ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କରିଥିବା ଏଲଟୀସୀ କ୍ୟାସ୍ ଭାଉଚର ସ୍କିମ୍ ଏବଂ ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାହିଦା ବୃଦ୍ଧି କରିବା ସହିତ ଅର୍ଥବ୍ୟବସ୍ଥାକୁ ସାହାରା ଦେବା ।

Be the first to comment

Leave a Reply

Your email address will not be published.


*