ସାତ ଫେରା ନ ନେଇ ମାଁ ହୋଇଥିଲେ ସପନା ଚୌଧୁରୀ, ଜାଣନ୍ତୁ ଏହି ହରିୟାଣୀ ନ୍ତୁତ୍ୟଶିଳ୍ପୀଙ୍କର ବିବାହର ସତ୍ୟତା !

ହରିୟାଣାର ନୃତ୍ୟ ରାଣୀ କୁହାଯାଉଥିବା ସପନା ଚୌଧୁରୀ ଗତ କିଛିଦିନ ହେବ ଏକ ପୁତ୍ର ସନ୍ତାନର ମାତା ହୋଇଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସପନା ଚୌଧୁରୀ, ଭୀର ସାହୁଙ୍କୁ ଗୁପ୍ତରେ ବିବାହ କରିଥିଲେ, ଅନ୍ୟପକ୍ଷରେ କିଛି ଦାବି ରହିଥିଲା ଯେ ଉଭୟଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ । ଏହି ଦ୍ୱିପାକ୍ଷିକ ଖବର ହେତୁ ସତ୍ୟ ସାମ୍ନାକୁ ଆସିପାରୁନାହିଁ । ଏଭଳି ପରିସ୍ଥିତିରେ ସପନାଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆସନ୍ତୁ ଜାଣିବା ସପନାଙ୍କ ବିବାହ ସହିତ ଜଡିତ ସମ୍ପୂର୍ଣ୍ଣ ସତ୍ୟ କଣ ।

ସପନାଙ୍କ ବିବାହର ସତ୍ୟତା କଣ ଜାଣନ୍ତୁ:-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସପନା ଚୌଧୁରୀ ଏବଂ ଭୀର ସାହୁ ବର୍ଷର ଆରମ୍ଭରେ ହିଁ ଗୁପ୍ତ ଭାବରେ ବିବାହ କରିଥିଲେ । କିନ୍ତୁ ଭୀର ସାହୁଙ୍କ ପରିବାରର ଜଣେ ସଦସ୍ୟଙ୍କର ମୃତ୍ୟୁ ହୋଇ ଯାଇଥିଲା, ଯେଉଁ କାରଣରୁ ଏହି ବିବାହକୁ ଘୋଷଣା କରା ଯାଇନଥିଲା । ଉଭୟ କୋର୍ଟରେ ବିବାହ କରିଛନ୍ତି, ଅର୍ଥାତ ସପନା ଏବଂ ଭୀର ପାରମ୍ପାରିକ ଉପାୟରେ ସାତ ଫେରା ନେଇ ନାହାଁନ୍ତି ।

ଏହି ମାମଲାରେ ସପନାଙ୍କ ମାଙ୍କର ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ବର୍ତ୍ତମାନ ଶିଶୁର ଜନ୍ମ ଉତ୍ସବକୁ ଅନେକ ଧୂମଧାମର ସହିତ ପାଳନ କରାଯିବ, ଏହି ଉତ୍ସବ ମାଧ୍ୟମରେ ସପନା ଏବଂ ଭୀରଙ୍କ ପାରମ୍ପାରିକ ବିବାହ ମଧ୍ୟ ଘୋଷଣା କରାଯିବ ।

୪ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ:-

କହିରଖୁଛୁ ଯେ ଭୀର ସାହୁ ଜଣେ ହରିୟାଣୀ ଅଭିନେତା ହେବା ସହିତ ଲେଖକ ତଥା ଗାୟକ ମଧ୍ୟ ଅଟନ୍ତି । ସେ ଅନେକ ହରିୟାଣୀ ଚଳଚ୍ଚିତ୍ରରେ କାମ କରିଛନ୍ତି । କିଛି ଚଳଚ୍ଚିତ୍ରରେ ତାଙ୍କ ଦ୍ୱାରା ଅଭନୀତ ଖଳନାୟକ ଭୂମିକା ଏପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ ତାଜା ରହିଛି । ଅନ୍ୟପକ୍ଷରେ ସପନା ଚୌଧୁରୀ ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅଟନ୍ତି, ଯାହାଙ୍କୁ ଆଜି ସମଗ୍ର ଦେଶ ଜାଣିଛି ।

କୁହାଯାଏ ଯେ ଏହି ଦମ୍ପତି ୪ ବର୍ଷ ପୂର୍ବେ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ, ତେବେ ଏମାନଙ୍କ ସମ୍ପର୍କ କେବେ ମଧ୍ୟ ଲୋକଙ୍କ ସାମ୍ନାକୁ ଆସି ନଥିଲା । ସପନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବାବେଳେ, ତାଙ୍କର ଲକ୍ଷ ଲକ୍ଷ ସଂଖ୍ୟକ ପ୍ରଶଂସକ ମଧ୍ୟ ଅଛନ୍ତି ।

କହିରଖୁଛୁ ଯେ ତେରୀ ଆଂଖୋ କା ୟୋ କାଜଲ ଗୀତ ପାଇଁ ସପନା ସାରା ଦେଶରେ ପରିଚିତ ହୋଇ ରହିଛନ୍ତି, ତେବେ ସେ ଏହା ବ୍ୟତୀତ ମଧ୍ୟ ଅନେକ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । କହିରଖୁଛୁ ଯେ ସପନା ବିଗ୍ ବୋସ୍ ୧୧ ସିଜନରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ, ଯାହାଦ୍ୱାରା ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଥିଲା ।

Be the first to comment

Leave a Reply

Your email address will not be published.


*