ମୋଦୀ ସରକାରଙ୍କ ବଡ ଘୋଷଣା, ଚଳିତ ବର୍ଷ ୩୦ ଲକ୍ଷ ସରକାରୀ କର୍ମଚାରୀ ମାନଙ୍କୁ ଦିଆଯିବ ଦୀପାବଳି ବୋନସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ମାନଙ୍କୁ ଦୀପାବଳି ବୋନସ୍ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ତରଫରୁ ଚଳିତ ବର୍ଷ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ପ୍ରଦାନ କରାଯିବ । ଯାହାକୁ ସିଧାସଳଖ ଭାବରେ କର୍ମଚାରୀ ମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଡିବିଟି ଅର୍ଥାତ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କର୍ମଚାରୀ ମାନଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ କରାଯିବ । ଏହି ଟଙ୍କା ଦଶହରା ପୂର୍ବରୁ ପ୍ରଦାନ କରି ଦିଆଯିବ ।

ପ୍ରକାଶ ଜାଭଡେକର କହିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉତ୍ପାଦନ ସମ୍ବନ୍ଧୀୟ ବୋନସ୍ ଏବଂ ଅଣ-ଉତ୍ପାଦନ ଜଡିତ ବୋନସକୁ କ୍ୟାବିନେଟ ଅନୁମତି ଦେଇଛି । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ଦେବାକୁ ପଡିବ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୩୦ ଲକ୍ଷରୁ ଅଧିକ ଅଣ-ରାଜପତ୍ରିତ କର୍ମଚାରୀଙ୍କୁ ଲାଭ ମିଳିବ । ଆପଣଙ୍କୁ କହିରଖୁଛୁ ଯେ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସ୍ପେସିଆଲ ଫେଷ୍ଟିଭାଲ ଆଡ଼ଭାନ୍ସ ସ୍କିମ୍ ଆରମ୍ଭ କରିଥିଲେ । ଯେଉଁଥିରେ କର୍ମଚାରୀମାନେ ଆଡ଼ଭାନ୍ସ ୧୦ ହଜାର ଟଙ୍କା ନେଇପାରିବେ ।

ସ୍ପେସିଆଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍:-

କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ସ୍ପେସିଆଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ଆରମ୍ଭ କରାଯାଇଛି । ତେବେ ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ ରାଜ୍ୟ ସରକାରୀଙ୍କ କର୍ମଚାରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ । କିନ୍ତୁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ମାନିବାକୁ ପଡ଼ିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାର ଲାଭ ଉଠାଇବା ପାଇଁ କର୍ମଚାରୀମାନଙ୍କୁ ରୂପେ ପ୍ରି-ପେଡ୍ କାର୍ଡ ମିଳିବ ଏବଂ ଏହା ପୂର୍ବରୁ ରିଚାର୍ଜ ହୋଇଥିବ । ଏଥିରେ ୧୦ ହଜାର ଟଙ୍କା ଦିଆଯିବ ଏବଂ ଏହା ଉପରେ ଲାଗୁଥିବା ସମସ୍ତ ବ୍ୟାଙ୍କ ଚାର୍ଜ ମଧ୍ୟ ସରକାର ଦେବେ । ଆଡ଼ଭାନ୍ସ ନିଆଯାଇଥିବା ଟଙ୍କାକୁ କର୍ମଚାରୀ ମାନଙ୍କୁ ୧୦ ମାସ ମଧ୍ୟରେ ଦେବାକୁ ପଡିବ ଏବଂ ମାସକୁ ହଜାରେ ଟଙ୍କାର କିସ୍ତି ଦେବାକୁ ପଡିବ ।

ଏଲଟିସି କ୍ୟାଶ ସ୍କିମକୁ ମଧ୍ୟ ଘୋଷଣା କରିଥିଲେ:-

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ଏଲଟିସି କ୍ୟାଶ୍ ସ୍କିମକୁ ମଧ୍ୟ ଘୋଷଣା କରିଥିଲେ । ଏହି ଯୋଜନା ମଧ୍ୟ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନଙ୍କ ପାଇଁ ଅଟେ । ଏହି ଯୋଜନାରେ ଏଲଟିଏ ପରିବର୍ତ୍ତେ କର୍ମଚାରୀମାନଙ୍କୁ କ୍ୟାଶ୍ ଭାଉଚର ଦେବାପାଇଁ କୁହାଯାଇଥିଲା ।

କରୋନା କାରଣରୁ ଯେଉଁ ଲୋକମାନେ ଏହି ଏଲଟିସିର ଲାଭ ଉଠାଇ ନ ପାରିବେ । ସେହି କର୍ମଚାରୀ ମାନଙ୍କୁ ଯାତ୍ରା ଭତ୍ତା ଅବକାଶ ଯୋଜନାରେ କ୍ୟାଶ୍ ଭାଉଚର ଯୋଜନାର ସୁବିଧା ଦିଆଯିବ । ଯାହାର ବ୍ୟବହାର ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ କରିବାକୁ ପଡିବ ।

Be the first to comment

Leave a Reply

Your email address will not be published.


*