31 ମାର୍ଚ୍ଚ 2020, ମଙ୍ଗଳବାର- ପ୍ରଭୁ ହନୁମାନଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ମଙ୍ଗଳମୟ ରହିବ । ମନୋବାଞ୍ଛା

31 ମାର୍ଚ୍ଚ 2020, ମଙ୍ଗଳବାର- ପ୍ରଭୁ ହନୁମାନଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ମଙ୍ଗଳମୟ ରହିବ । ମନୋବାଞ୍ଛା ପୂରଣ ହେବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ପାଇବେ । ଚନ୍ଦ୍ର ଏକାଦଶରେ ରବି ଯୋଗୁଁ ଦୀର୍ଘ ଦିନରୁ ଭାବୁଥିବା ଜିନିଷଟି ଆଜି ପାଇପାରିବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସ୍ଥିତି ରହିବ । ଘରୋଇ ଆବଶ୍ୟକତା ପୂରଣ ହେବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ସାହିତ୍ୟ, କଳା, ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ବିବାଦୀୟ ଘଟଣାରେ କୈାଣସି ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ଶୁକ୍ରଙ୍କ ଦଶମରେ ବୁଧ ହେତୁ ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁଙ୍କ ସହ ଭବିଷ୍ୟତ ଜୀବନ ବିଷୟରେ ଆଲୋଚନା କରିବେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ସହକର୍ମୀମାନେ ସାହାଯ୍ୟ କରିବେ ତଥାପି କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ଖୁସମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି ଆପଣ ଦିନଟି ସକାରାତ୍ମକ ରହିବ । ବୁଧଙ୍କ କେନ୍ଦ୍ରରେ ଶୁକ୍ର ଓ ଚନ୍ଦ୍ର ହେତୁ ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ଆଜି ସୁବିଧାରେ କରିପାରିବେ । କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟା ଗୁଡ଼ିକର ମୁକାବିଲା କରି ଆଶ୍ୱସ୍ତି ଲାଭ କରିପାରନ୍ତି । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ କୌଣସି ନୂତନ ପରିଯୋଜନା କରିପାରନ୍ତି । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଭଲ ରହିବ କିନ୍ତୁ ଶନି ଓ ରାହୁଙ୍କ ଷଡ଼ାଷ୍ଟକ ସ୍ଥିତି କଠିନ ପରିଶ୍ରମ ସାଙ୍ଗକୁ ଅତ୍ୟଧିକ ଖର୍ଚ୍ଚାନ୍ତ ମାନସିକ ଅଶାନ୍ତି ସୃଷ୍ଟି କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ । କର୍ମକ୍ଷେତରେ ନୂଆ ସୁଯୋଗ ମିଳିପାରେ । ପରିବାରରେ ଶାନ୍ତି ଅକ୍ଷୁର୍ଣ୍ଣ ରହିଲେ ମଧ୍ୟ ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗିପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦ୍ୱାଦଶସ୍ଥ ରାହୁ ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ପାଇ ମନବଳ ଦୃଢ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ମଶ୍ରଣ ଫଳ ପ୍ରଦାନ କରିବ । ଅଷ୍ଟମାଧିପତି ଧନସ୍ଥାନସ୍ଥ ଯୋଗୁଁ ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ମନରେ ବ୍ୟସ୍ତତା ବଢିଯିବ । ଯେ କୌଣସି କାର୍ଯ୍ୟରେ କରିଲେ ମଧ୍ୟ ମନ ସ୍ଥିରତା ନ ରହିବା ହେତୁ କାର୍ଯ୍ୟଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡ଼ିବ । କୌଣସି ଖଳ ଲୋକଙ୍କ କଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ସାରାଦିନ ଅଶାନ୍ତି ମୁକ୍ତ ରହିବେ କିନ୍ତୁ ବୁଧଙ୍କ ସ୍ଥିତି ପ୍ରଭାବରେ ଜିନିଷପତ୍ର ସଙ୍ଗେ ଆର୍ଥିକ ହାନୀର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି ବୃହସ୍ପତି ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ପାରିବାରିକ ବ୍ୟୟ ଅଧିକ ହେବ । କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । କୌଣସି ପ୍ରକାରର ଅଭାବ ନ ଥିଲେ ମଧ୍ୟ ଆଜି ବନ୍ଧୁଙ୍କ ସଦ୍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ରାଶ୍ୟାଧିପ ଉଚ୍ଚ ସ୍ଥାନରେ ରହିଲେ ମଧ୍ୟ ଅନ୍ୟ ଦୁଇଟି ଗ୍ରହ ଉଦ୍ୟମ ଓ ଚିନ୍ତାଧାରାରେ ବ୍ୟତିକ୍ରମ ସୃଷ୍ଟି କରିବେ । ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ଦଶମାଧିପ ଶୁକ୍ର କୋଣଭାବରେ ଅବସ୍ଥାନ କରି ବିଳାସବ୍ୟସନ ଦିଗକୁ ଟାଣି ନେଲେ ମଧ୍ୟ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିପାରେ, ଯାହାଫଳରେ ମନ ବିଚଳିତ ହୋଇଉଠିବା । ଆର୍ଥିକ ସ୍ଥିତି ଶୋଚନୀୟ ହୋଇପାରେ । ଘରେ ଚାଲିଥିବା ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ ।ବନ୍ଧୁକାରକ ବୁଧ ତୃତୀୟସ୍ଥ ଯୋଗୁଁ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସମ୍ପ୍ରତି ସମୟରେ ଅର୍ଥାତ ଆଜି ଆପଣଙ୍କର ମନ ଅତ୍ୟନ୍ତ ସକ୍ରିୟ ରହିବ, ତେଣୁ ଆପଣ ବୈଦ୍ଧିକ କାର୍ଯ୍ୟ ଭଲ ଭାବରେ କରିବାକୁ ସମର୍ଥ ହୋଇପାରିବେ । କର୍ମକ୍ଷେତ୍ରରେ ଅନେକ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି କିନ୍ତୁ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନ ପ୍ରଫୁଲ୍ଲ ରହିବା ସଙ୍ଗକୁ ପ୍ରତ୍ୟେକ କାମ ସୁରୁଖୁରୁରରେ ସମ୍ପନ୍ନ ହୋଇଯିବ । ମଙ୍ଗଳଙ୍କ ଶୁଭ ଦୃଷ୍ଟି ପାରିବାରିକ ଜୀବନରେ ଖୁସି ଓ ଆନନ୍ଦର ବାତାବରଣ ସୃଷ୍ଟି କରିବ । କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, କଳହର ସମ୍ମୁଖୀନ ହୋଇପାରନ୍ତି । ଉଚ୍ଚବର୍ଗର ଲୋକ ଜଣେ ସାହାଯ୍ୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ସବୁ ଦୁଃଖକୁ ପଛରେ ପକାଇ ପରିବାର ସହ ହସଖୁସିରେ ସମୟ କଟାଇବେ । ବ୍ୟବୟସୟ ନିଜ ନିଜ ବ୍ୟବସାୟକୁ ନେଇ ଚିନ୍ତିତ ରହିବେ । ଚାକିରୀ କରୁଥିବା କର୍ମଜୀବିଙ୍କ ଉପରେ ଅତ୍ୟାଧିକ କାର୍ଯ୍ୟଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ତଥାପି ଗ୍ରହ ନକ୍ଷେତ୍ରଙ୍କ ସୁପ୍ରଭାବରେ ଯୋଗୁଁ ସମସ୍ତ ପ୍ରକାର ପ୍ରତିରୋଧକୁ ଏଡ଼େଇ କାମ ହାସଲରେ କରିବାରେ ସମର୍ଥ ହେବେ । ଅଯଥା ସନ୍ଦେହ ପରିବାରର ଶାନ୍ତିକୁ ଭଙ୍ଗ କରିପାରେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଭଗବାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଷଷ୍ଠାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଜଣାଶୁଣା ବ୍ୟକ୍ତି କିମ୍ବା ପ୍ରଭାବଶାଳୀ ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଆଜି ଘର କାମକୁ ନେଇ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ କିନ୍ତୁ ଋଣଭାର ବଢିବ ସିନା କମିବାର କୌଣସି ପ୍ରଶ୍ନ ସମ୍ଭବ ନାହିଁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବନ୍ଧୁ ବା ମିତ୍ରଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *