31 ଜୁଲାଇ 2020, ଶୁକ୍ରବାର- ମାସର ଶେଷ ଦିନରେ ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ

31 ଜୁଲାଇ 2020, ଶୁକ୍ରବାର- ମାସର ଶେଷ ଦିନରେ ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରି ଆପଣଙ୍କ ଚେଷ୍ଟା ଓ କର୍ମାନୁସରି ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିବେ । ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ଆଜି ଅଧିକାଂଶ ସମୟ କଟାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସର ଅତ୍ୟଧିକ କାମ ସକାଶେ ବିରକ୍ତଭାବ ପ୍ରକାଶ କରିପାରନ୍ତି, ତଥାପି ସାହାଯ୍ୟ, ସହଯୋଗ ଲାଭ କରି କାମ ହାସଲରେ ସମର୍ଥ ହେବେ । ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ପରିବାରର ବରାଦ ଅନୁଯାୟୀ ଔଷଧପତ୍ର ଓ ରୋଷେଇ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ଧନ ସ୍ଥାନରେ ତୃତୀୟାଧିପତି ଯୋଗୁଁ ବିଭିନ୍ନ ପ୍ରକାରର ମନଗଢା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ । ବ୍ୟବସାୟରେ ନିଜସ୍ଵାର୍ଥ ପାଇଁ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସଙ୍ଗେ ସଙ୍ଗେ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ଆଲୋଚନା କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ପାରିବାରିକକ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ଲାଗି ମହତ୍ୱପୂର୍ଣ୍ଣ ରହିବ । ଶୁକ୍ର ଭାଗ୍ୟସ୍ଥ ଓ ରାଶିରେ ବଳବାନ୍‌ ରାହୁଙ୍କ ସ୍ଥିତି ହେତୁ କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଚଳନିୟ ରହିବ । ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ବାଦ-ବିବାଦ ଯୁକ୍ତିତର୍କ ଠାରୁ ଦୂରେଇ ରହିବ ଭଲ । ପରିବାରରେ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରି ମନୋବଳ ଦୃଢ ହେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ, ସମସ୍ତ ବାଧା ବିଘ୍ନ ଦୂରେଇ ଯିବ । ରାଶିରେ ପାପଗ୍ରହର ଅବସ୍ଥାନ ଯୋଗୁଁ ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନିର ଚିନ୍ତା ପ୍ରକଟ କରିପାରନ୍ତି । ଆୟ ଅତ୍ୟଅଳ୍ପ ଓ ବ୍ୟୟ ଅଧିକ ହେବାର ସମ୍ଭାବନା । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ଅଫିସ୍‌ରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । କଠୋର ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଜାୟ ରଖନ୍ତୁ । ଶୁଭରଙ୍ଗ: ଧଳା। ଆରାଧନା : ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । କର୍ମାଧିପ କେନ୍ଦ୍ରସ୍ଥ ଯୋଗୁଁ ଆପଣଙ୍କ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ । କିନ୍ତୁ ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । କେତେକ ଗୁରୁ‌ତ୍ୱପୂର୍ଣ୍ଣ କାମ ହାସଲ ସକାଶେ ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ନେବାକୁ ବାଧ୍ୟହେବେ । ପରିବାରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲର କାଟିବ । ମିତ୍ରଗୃହୀ ଧନାଧିପତି ଯୋଗୁଁ ବନ୍ଧୁଙ୍କ ସଦ୍‌ଭାବ ମନରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି କରିବ କିନ୍ତୁ ପ୍ରତିକୂଳ ପରିସ୍ଥିତି ଯୋଗୁଁ କର୍ମକ୍ଷେତ୍ରରେ କାମଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ଅତ୍ୟଧିକ କାମ ଯୋଗୁଁ ମନରେ ସରସତା ରହିବ ନାହିଁ । ମଧ୍ୟାହ୍ନରେ ମିଥ୍ୟା ଅଭିଯୋଗ ସକାଶେ ମନ ବିଭ୍ରାନ୍ତ ହୋଇପାରନ୍ତି । ପାରିବାରିକ ସମସ୍ୟା କେତେକାଂଶରେ ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ମଙ୍ଗଳଙ୍କ ପ୍ରଭାବରେ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟରେ ମଧ୍ୟ ଠିକ୍‌ ରହିବ ନାହିଁ । ସହକର୍ମୀମାନଙ୍କ ସହ ବାଦବିବାଦ କ୍ରମେ ଜଟିଳ ହେବ, ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ । ଆର୍ଥିକ ସ୍ଥିତି ମାନ୍ଦା ରହିବ ଏବଂ ପରିବାରରେ ଆର୍ଥିକ ସମସ୍ୟାକୁ ନେଇ ବଡ ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ, ମନକୁ ଶାନ୍ତି ମିଳିବ । ମୁଖ ଭାବରେ ମଙ୍ଗଳ ଆପଣଙ୍କ ମାନସିକ ସ୍ତରରେ ବିରକ୍ତି ଭାବକୁ ରୁକ୍ଷ ବ୍ୟବହାରରେ ପରିଣତ କରିବ । ତେଣୁ କାହା ସହିତ ମଧ୍ୟ କଥାବାର୍ତ୍ତ ହେବା ସମୟରେ ନିଜକୁ ନିୟନ୍ତ୍ରଣାଧୀନ ରଖନ୍ତୁ । ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଚେଷ୍ଟିତ କରିବେ । କର୍ମକ୍ଷେତ୍ରରୁ ଫେରିବା ବାଟରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି । ସରକାରୀ ଚାକିରି କରୁଥିବା କର୍ମଜୀବୀମାନେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ମନରେ ବିରକ୍ତିଭାବ ପ୍ରକାଶ କରିବେ । ପାରିବାରିିକ ସମସ୍ୟାର ସମାଧାନ କରିବା ସକାଶେ ବନ୍ଧୁମାନଙ୍କ ସହଯୋଗ ଭିକ୍ଷା କରିପାରନ୍ତି । ଦାଂପତ୍ୟ ଜୀବନରେ ସୁଖଦ ସ୍ଥିତି ଗଢ଼ଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ରାଶ୍ୟାଧିପତି ସଙ୍ଗେ ଏକାଧିକ ଗ୍ରହ ସଙ୍ଗତ୍ୱ ଯୋଗୁଁ ଆନୁଷ୍ଠାନିକ କାମ, ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ବେଶ୍‌ ଅନୁକୂଳ ସ୍ଥିତି ରହିବ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ, କିନ୍ତୁ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ବିଭିନ୍ନ ପ୍ରକାର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କାମରେ ଭୁଲ୍‌ ପଦକ୍ଷେପ ନେଇ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନରେ ସକାରାତ୍ମକ ଭାବନା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ରଏକାଦଶସ୍ଥ ମଙ୍ଗଳ ଓ ଧନଭାବସ୍ଥ ଶୁକ୍ର ହେତୁ କୌଣସି ଅଭାବ, ଅସୁବିଧା ରହିବ ନାହିଁ । ଜମା ଭଲ ପଡୁ ନ ଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ସଫଳ ହେବେ ନାହିଁ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ଦୀର୍ଘ ଦିନରୁ ରହିଯାଇଥିବା ବକେୟା ଆର୍ଥ ଆଜି ପାଇପାରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ । ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ଦୈହିକ ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି, ଯାହାଫଳରେ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ସାମାଜିକ ସ୍ଥିତି ଦୁର୍ବଳରୁ ଦୁର୍ବଳତର ହୋଇପାରେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ସଙ୍କଟ ଭୋଗିବେ । ବୈବାହିକ ଜୀବନରେ ସାମାନ୍ୟ ଉତ୍ଥାନପତ୍ତନ ମଧ୍ୟ ଦେଇ ଗତି କରିବ। ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ । ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ । ହାତକୁ ନେଇଥିବା କାର୍ଯ୍ୟ ଅବଶ୍ୟ ସୁବିଧାରେ ସମ୍ପର୍ଣ୍ଣ କରିବେ । ଅଫିସର ପରିବେଶ ମଧ୍ୟ ସୁସ୍ଥ ରହିବ । ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ ସମ୍ପାଦନ କରିବେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି । ପାରିବାରିକ ସମସ୍ୟା ସୁଧାର ଆସିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *