31 ଅଗଷ୍ଟରୁ 06 ସେପ୍ଟେମ୍ବର ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୮ଟି ରାଶିର ବ୍ୟକ୍ତିମାନେ ସଫଳତାର

31 ଅଗଷ୍ଟରୁ 06 ସେପ୍ଟେମ୍ବର ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୮ଟି ରାଶିର ବ୍ୟକ୍ତିମାନେ ସଫଳତାର

31 ଅଗଷ୍ଟରୁ 06 ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୮ଟି ରାଶିର ବ୍ୟକ୍ତିମାନେ ସଫଳତାର ପଥରେ ଅଗ୍ରସର ହେବେ ଓ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଆସିବ ।

ରାଶିଫଳ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବିତ ପାଇଥାଏ । ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନର ଘଟଣାଗୁଡ଼ିକୁ ଆପଣ ପୂର୍ବାନୁମାନ କରିପାରିବେ । ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ରାଶି କଣ କହୁଛି ? ଆଜି ଆମେ ଆପଣଙ୍କୁ ଆସନ୍ତା ସପ୍ତାହ ପାଇଁ ରାଶିଫଳ କହୁଛୁ । ଏହି ସାପ୍ତାହିକ ରାଶିଫଳରେ ଆମେ ଆପଣ ଜୀବନର ଏକ ସପ୍ତାହର ଘଟଣାଗୁଡ଼ିକର ସଂକ୍ଷିପ୍ତ ବର୍ଣ୍ଣନା କରିଛୁ । ତେଣୁ ଜାଣିବା ପାଇଁ ପଢନ୍ତୁ 31 ଅଗଷ୍ଟରୁ 06 ସେପ୍ଟେମ୍ବ ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ସପ୍ତାହରେ ଆପଣ ବିବାଦୀୟ ଘଟଣାବଳୀ ଉପରେ କଥାବାର୍ତ୍ତା କରନ୍ତୁ ନାହିଁ । କୌଣସି ବିଷୟକୁ ନେଇ ଆପଣଙ୍କ ଚିନ୍ତା ବଢ଼ିପାରେ । ନିଜର ଚିନ୍ତା ଦୂର କରିବା ପାଇଁ ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ । ତାଙ୍କର ସହାୟତାକୁ ଖୋଲା ମନରେ ସ୍ୱୀକାର କରନ୍ତୁ । କ୍ୟାରିୟର ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟରେ ଆମଦାନୀ ବୃଦ୍ଧି ହେବ । ନୂତନ ଆୟର ଉତ୍ସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବରିଷ୍ଠ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ । ଅତି ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତି ବା ବନ୍ଧୁଙ୍କ ସହିତ ଆପଣଙ୍କର ତିକ୍ତତା ସୃଷ୍ଟି ହୋଇପାରେ । ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଦାମ୍ପତ୍ୟ ଜୀବନରେ ଚିନ୍ତା ଲାଗି ରହିବ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ନହେଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରଶାସନିକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ମିଳିପାରେ । କାର୍ଯ୍ୟ ଚାପରେ ମାନସିକ ଭାରସାମ୍ୟ ହୋରାଇପାରନ୍ତି ଓ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଚିନ୍ତିତ ହୁଅନ୍ତି ନାହିଁ ପରିସ୍ଥିତି କିଛି ଏପରି ମୋଡ଼ ନେବ ଯେବେ ଆପଣ ନିଜେ ହିଁ ଏହି ଚିନ୍ତାରୁ ବାହାର ଆସିଯିବେ । କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତତା ରହିବ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କୁ ଆର୍ଥିକ ଲାଭର ସମ୍ଭାବନା ଅଛି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସଂଘର୍ଷ ପରେ ହିଁ ସଫଳତା ମିଳିବ । ଏହି ସପ୍ତାହଟିରେ ଟଙ୍କା ପଇସା ନେଣଦେଣ ଠାରୁ ଦୂରେଇ ରହିବା ଆପଣ ପାଇଁ ଭଲ । ବିନା କାରଣରେ କୌଣସି ଦୀର୍ଘସ୍ଥାୟୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସନ୍ତାନ ସୁଖର ପ୍ରାପ୍ତି ହେବ । ଜୀବନସାଥୀର ସହଯୋଗ ପ୍ରାପ୍ତ ହେବ । ପେଟ ସମ୍ବନ୍ଧୀୟ ରୋଗରୁ ଚିନ୍ତିତ ରହିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସାମାଜିରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ । ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରନ୍ତୁ । ସମାଜରେ ମାନସମ୍ମାନ ବୃଦ୍ଧି କାରଣରୁ ବରିଷ୍ଠ ଓ ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ଵ ସ୍ଥାପନ କରିବେ । ବ୍ୟବସାୟରେ ବେଶ୍ ଉନ୍ନତି କରିବେ । ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । କେତେକ ସମ୍ପର୍କୀୟମାନେ ଆପଣଙ୍କ ସହ ଶତ୍ରୁତା ଆଚରଣ କରିପାରନ୍ତି । ତେଣୁ ନିକଟ ସମ୍ପର୍କୀୟମାନଙ୍କ ଠାରୁ ସତର୍କତାର ସହ ରହିବା ଆପଣଙ୍କ ପାଇଁ ଭଲ ହେବ । ଦାମ୍ପତ୍ୟ ଜୀବନ ମଧୁରମୟ ରହିବ । ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ଆପଣ ସୁସ୍ଥ ଅନୁଭବ କରିବେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ଉନ୍ମକ୍ତ ହେବାର ସମ୍ଭାବନା ରହିଛି । କୌଣସି ନୂତନ ପରିଯୋଜନାକୁ କାର୍ଯ୍ୟକାରୀ କରିବେ ଓ ଧନ ଅର୍ଜିତ କରିବାର ଆଶା କରାଯାଉଛି । ଲୋକଙ୍କୁ ଦେଇଥିବା ବକେୟା ଅର୍ଥ ବା ଋଣ ସହଜରେ ଆଦାୟ କରିପାରିବେ । ଆପଣଙ୍କ ବ୍ୟବସାୟରେ ବିସ୍ତାରର ସମ୍ଭାବନା ରହିଛି । ଅଫିସରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଉନ୍ନତିର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆପଣ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିବେ । ଅନ୍ୟମାନଙ୍କ ସହ ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ ଓ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ । କୌଣସି କଥାକୁ ନେଇ ଘରେ କଳହ ସୃଷ୍ଟି ହୋଇପାରେ । ରକ୍ତଚାପ ତଥା ମଧୁମେହ ରୋଗରୁ ପ୍ରଭାବିତ ଲୋକ ସାବଧାନତା ଅବଲମ୍ବନ କରନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହଟି ଉଭୟ ସୁଖ ଓ ଦୁଃଖରେ ମିଶ୍ରଣରେ ଭରପୂର ରହିବ । ଆପଣଙ୍କ ବନ୍ଧୁଙ୍କ ସହଯୋଗରେ ଆପଣ ନିଜ ସମସ୍ୟା ଅତି ସହଜରେ ସମାଧାନ କରିନେବେ । ବୋଧହୁଏ ଏହି ସପ୍ତାହରେ ଆପଣଙ୍କ ଚିନ୍ତାର ଅନ୍ତ ଘଟିବ । ପାରିବାରିକ ଦାୟିତ୍ଵକୁ ଅଣଦେଖା କରିବା ଫଳରେ ଆପଣ ସମସ୍ତ ଦୋଷର କେନ୍ଦ୍ରବିନ୍ଦୁ ହୋଇପାରନ୍ତି । ତେଣୁ ପାରିବାରିକ ଦାୟିତ୍ଵର ଯତ୍ନ ନିଅନ୍ତୁ । ମାନସିକ ରୂପେ କୌଣସି କଥାକୁ ନେଇ ବ୍ୟସ୍ତ ରହିବେ । ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ବର୍ତ୍ତମାନ ଠାରୁ ନିଜ କାମରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଆପଣଙ୍କ ବେରୋଜଗାରୀର ଚିନ୍ତା ସମାପ୍ତ ହେବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଉନ୍ନତି ମିଳିବ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ବୈବାହିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ମଧୁମେହ ରୋଗୀମାନେ ଟିକିଏ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଚଳିତ ସପ୍ତାହରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ଆବଶ୍ୟକତା / ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ବନ୍ଧୁମାନଙ୍କ ସହିତ ମତଭେଦ ଯୋଗୁଁ ଆପଣ ନିଜର ନିୟନ୍ତ୍ରଣ ହରେଇ ପାରନ୍ତି । ବ୍ୟର୍ଥ ଚିନ୍ତାରୁ ବଞ୍ଚିବା ପାଇଁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ନିଜ କାର୍ଯ୍ୟ ସ୍ଥଳରେ ମଧୁର ବାଣୀର ପ୍ରୟୋଗ କରନ୍ତୁ । ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତ୍ତନ ଯୋଗୁଁ, ଜୀବନସାଥୀ ସହିତ ପୂର୍ଣ୍ଣ ସହଯୋଗ ମିଳିବ ନାହିଁ । ଯେଉଁଥି କାରଣରୁ ଆପଣ ନିରାଶା ଅନୁଭବ କରିବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଚାକିରି ଜୀବିଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଭଲ ରହିବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି, ଏହା ସଙ୍ଗେ ସଙ୍ଗେ ଦାୟିତ୍ଵ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଯେକୌଣସି ଲୋକଙ୍କୁ ହଠାତ ବିଶ୍ଵାସ କରି ଆପଣ ଅସୁବିଧାକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବକେୟା ଅର୍ଥ ଶୀଘ୍ର ମିଳିବାର ସମ୍ଭାବନା ରହିଛି । ଅଯଥାରେ ଟଙ୍କା ପଇସା ନଷ୍ଟ ହେବାର ସମ୍ଭାବନା ରହିଛି ତେଣୁ ସତର୍କତା ସହିତ ରଖିବାକୁ ପଡିବ । ପାରିବାରିକ ଜୀବନରେ ସାମଞ୍ଜସ୍ୟତାର ବାତାବରଣ ଦେଖିବାକୁ ମିଳିବ । ଏହି ସପ୍ତାହଟି ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ । ବିବାହିତ ଦାମ୍ପତ୍ୟଙ୍କୁ ଭଲ ଖବର ମିଳିପାରେ । ଶାରୀରିକ ଓ ମାନସିକ ଉଭୟ ରୂପରେ ସୁସ୍ଥ ରହିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଯେକୌଣସି ନୂତ କାର୍ଯ୍ୟରମ୍ଭ କରିବା ପାଇଁ ହି ସପ୍ତାହ ହେଉଛି ଉପଯୁକ୍ତ ସମୟ । କୌଣସି ନୂତନ ପ୍ରକଳ୍ପ ବା ପ୍ରୋଜେକ୍ଟ ଆରମ୍ବ କରିବା ପୂର୍ବରୁ ବୟସ୍କ ବ୍ୟକ୍ତି ତଥା ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ । ଏହି ସପ୍ତାହରେ ଆପଣ ନିଜ ମନମୁତାବକ ଯେକୌଣସି କାର୍ଯ୍ୟ କରିବେ । ଦୀର୍ଘ ଦିନରୁ ଅଟକିଥିବ କାର୍ଯ୍ୟକୁ ଆପଣ ଏହି ସପ୍ତାହରେ ପୂରଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଧୌର୍ଯ୍ୟ କାର୍ଯ୍ୟ କରନ୍ତୁ, ଧୀରେ ଧୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହା ସଙ୍ଗେ ସଙ୍ଗେ ବକେୟା ଅର୍ଥ ଆଦାୟ କରିବାରେ ମଧ୍ୟ କୌଣସି ଝଞ୍ଜଟ ହେବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ଦୂରତା ଯାତ୍ରା ନ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରି ଘର ନିର୍ମାଣ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ହେବ । କିନ୍ତୁ ଶ୍ଵାସ ସମ୍ବନ୍ଧୀୟ ରୋଗୀମାନେ ସତର୍କ ରହିବା ଭଲ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ କୌଣସି ଅଧିକାରୀବର୍ଗ କିମ୍ବା ବୟସ୍କ ବ୍ୟକ୍ତି ଆପଣଙ୍କ ପାଇଁ ବଡ଼ ସମସ୍ୟାର କାରଣ ହୋଇପାରନ୍ତି । ଦୀର୍ଘ ଦିନରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ଅନୁଭବ କରୁଛନ୍ତି, ଚଳିତ ସପ୍ତାହରେ ସେହିସବୁ ଅସୁବିଧା ଗୁଡିକ ଆପଣା ଛାଏଁ ଦୂରେଇ ଯିବ । ପରିବାରର ସଦସ୍ୟଙ୍କ ସହିତ କିଛି ମତଭେଦ ହେବାର ସମ୍ଭାବନା ଅଛି କିନ୍ତୁ ଯଥାଶୀଘ୍ର ଘନିଷ୍ଠ ବନ୍ଧୁଙ୍କ ମାଧ୍ୟମରେ ମତଭେଦ ସମଧାନ ହୋଇଯିବ । ଘରର ସଦସ୍ୟ ଓ ମିତ୍ରଙ୍କ ନକରାତ୍ମକ ସ୍ଵଭାବକୁ ନେଇ ଅଳ୍ପ ସତର୍କରେ ରହିବା ଆବଶ୍ୟକ । ମାର୍କେଟିଙ୍ଗ ମ୍ୟାନେଜମେଣ୍ଟ ତଥା ମିଡ଼ିଆ ଫିଲ୍ଡର କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଶୁଭଦାୟକ ରହିବ । ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଥିବାର ଅନୁଭବ କରିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ସନ୍ତୁଷ୍ଟ ଅନୁଭବ କରିବ ଏବଂ ଆପଣ ସାଙ୍ଗମାନଙ୍କ ସହିତ ନିକଟସ୍ଥ ଜାଗାକୁ ଯିବାକୁ ଇଚ୍ଛା କରିବ । ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବେ । ଦାନପୂଣ୍ୟ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଅନ୍ତରାତ୍ମାକୁ ଶାନ୍ତି ମିଳିବ । ବ୍ୟବସାୟିକରେ ଅନେକ ନୂତନ ସୁଯୋଗ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ କରିଥିବା ବିନିଯୋଗରୁ ଭଲ ଲାଭ ମିଳିବ । ନିଜ ପ୍ରତିଭା ବଳରେ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିବେ । ଜୀବନ ସାଥିଙ୍କ ସହ ସମ୍ପର୍କରେ ସମ୍ୟକ ତିକ୍ତତା ଆସିପାରେ । ଆପଣଙ୍କର ସ୍ୱାସ୍ଥ୍ୟ ସାମନ୍ୟ ଖରାପ ହୋଇପାରେ । ଆପଣ ଅଳସୁଆ ପଣ ଏବଂ କ୍ଳାନ୍ତ ଅନୁଭବ କରିବେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଏହି ସପ୍ତାହରେ କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ନିକଟ ସମ୍ପର୍କୀୟ ଓ ପାରିବାରିକ ସଦସ୍ୟଙ୍କ ଈର୍ଷାପରାୟଣ ଯୋଗୁଁ ମନରେ ସରସତା ରହିବ ନାହିଁ । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ବୃତ୍ତିଗତ ବ୍ୟବସାୟରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରୟାସ କରିବେ । କୌଣସି ନୂଆ ବ୍ୟବସାୟକୁ ଆରମ୍ଭ କରିପାରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଚଳନୀୟ ରହିବ । ଅଫିସ କାର୍ଯ୍ୟାଳୟରେ ଆପଣଙ୍କ ସ୍ଥିତି ଦୃଢ଼ ରହିବ । ଅବିବାହିତମାନେ ନିଜର ପ୍ରେମ ଜୀବନକୁ ନେଇ ଅତ୍ୟନ୍ତ ଖୁସି ଅନୁଭବ କରିବେ । ସ୍ୱାସ୍ଥ୍ୟ ମାମଲାରେ ସତର୍କ ରହିବାର ଅବଶ୍ୟକତା ରହିଛି । ଆଖି, କାନ କିମ୍ବା ଦାନ୍ତ ବ୍ୟଥାର ଶିକାର ହୋଇପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ରାଜନୀତି ଓ ପ୍ରଶାସନ ସହ ଜଡିତ ଲୋକମାନଙ୍କ ପାଇଁ ଚଳିତ ସପ୍ତାହଟି ଅତି ଉତ୍ତମ ରହିବ । ଅତୀତର କିଛି ସ୍ମୃତିକୁ ମନେ ପକାଇ ଦୁଃଖିତ ହୋଇପାରନ୍ତି । ସହଭାଗୀ ବ୍ୟବସାୟ ହେଉ ଅବା ଅନ୍ୟ କେଉଁ କ୍ଷେତ୍ରରେ ଆର୍ଥି ବିନିଯୋଗ କରନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ, ତଥାପି ପରିବାରରେ ଅର୍ଥ ସମ୍ପର୍କକୁ ନେଇ କୌଣସି ଅଭାବ ଅସୁବିଧା ହେବ ନାହିଁ । ଅଫିସରେ ଉଚ୍ଚଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ସପ୍ତାହ ଶେଷରେ ହଠାତ୍ କୌଣସି ଭଲ ଖବର ସମଗ୍ର ପରିବାରକୁ ଖୁସି କରିପାରେ । ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ । ବୈବାହିକ ଜୀବନରେ ସମ୍ପର୍କ ସୁଦୃଢ ରହିବ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମସ୍ୟା ଭଲ ରହିବ ଯଦିଓ ଆପଣ ଅବହେଳା କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *