31 ଅଗଷ୍ଟ 2020, ସୋମବାର – ଆଜି ସଫଳତା ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଦ ଛୁଇଁବ । ମିଳିବ ପ୍ରତିଟି କାର୍ଯ୍ୟରେ

31 ଅଗଷ୍ଟ 2020, ସୋମବାର – ଆଜି ସଫଳତା ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଦ ଛୁଇଁବ । ମିଳିବ ପ୍ରତିଟି କାର୍ଯ୍ୟରେ

31 ଅଗଷ୍ଟ 2020, ସୋମବାର – ଆଜି ସଫଳତା ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଦ ଛୁଇଁବ । ମିଳିବ ପ୍ରତିଟି କାର୍ଯ୍ୟରେ ସଫଳତା । ସମାଜରେ ମାନସମ୍ମାନ ବୃଦ୍ଧି ହେବ ।

ଆମେ ଆପଣଙ୍କୁ ୩୧ ଅଗଷ୍ଟ, ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଆପଣଙ୍କ ଅସ୍ଵାଭାବିକ ଚିନ୍ତାଧାରା ଭୋଗ ବିଳାସ ପ୍ରତି ମନକୁ ଆକର୍ଷିତ କରିବ । ବନ୍ଧୁଙ୍କ ସହଯୋଗ ସାହାଯ୍ୟରେ କିଛି ସମସ୍ୟାର ସମାଧାନ ହୋଇପାରିବ ଓ ସମସ୍ୟାରୁ ମୁକ୍ତି ପାଇପାରିବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନ କରିବା ପାଇଁ ମନସ୍ଥ କରିବେ । ଅଫିସରେ ସମ୍ୟକ ଚିନ୍ତିତ ଓ ଉଦାସୀନ ରହିବେ । ସାମାଜିକ କାର୍ଯ୍ୟରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ପ୍ରତିଟି କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ ନିର୍ବାହ କରନ୍ତୁ, ନଚେତ ମିଥ୍ୟା ଅଭିଯୋଗରେ ଫସି ଯାଇପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଭାଗ୍ୟର ସହଯୋଗ ପାଇ ଉନ୍ନତି ପଥରେ ଅଗ୍ରସର ହେବେ । ଗ୍ରହମାନଙ୍କ ଅନୁକୂଳତା ହେତୁ ସମସ୍ୟା ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବେ । ପ୍ରିୟ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସ୍‌କୁ ହଠାତ୍‌ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହେବେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ବିବାଦୀୟ ପରିସ୍ଥିତିରେ ତର୍କ-ବିତର୍କ ନକରି ବରଂ ନୀରବ ରହିବା ଶ୍ରେୟସ୍କର ହେବ । ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନଥିଲେ ମଧ୍ୟ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଉପୁଜିବ । ଆପଣଙ୍କ ପାଇଁ ସହଧର୍ମୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ବିଭିନ୍ନ କୌଶଳ ଅବଲମ୍ବନ କରି କାର୍ଯ୍ୟ ସମ୍ପାଦନ କରିବାରେ ସମର୍ଥ ହେବେ । ଶତ୍ରୁଦମନ କରି ଆଶ୍ୱସ୍ତି ହେବେ । ଅଫିସ କାର୍ଯ୍ୟକୁ ନିଷ୍ଠାର ସହିତ କରିବେ, ଆପଣଙ୍କ ନିଷ୍ଠାପର କାର୍ଯ୍ୟ ଦେଖି ସହକର୍ମଚାରୀ ଓ ଉଚ୍ଚାଧିକାରୀ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ସମାଜରେ ଆପଣଙ୍କ ମାନ-ସମ୍ମାନକୁ ଅକ୍ଷୁର୍ଣ୍ଣ ରହିବ । ଦୀର୍ଘ ଦିନରୁ ଲାଗି ରହିଥିବା ପରିବାରର ବୟୋସ୍କ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ସମସ୍ୟାରେ କେତେକାଂଶରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ଏକ ପ୍ରକାର ଖୁସି ମିଳିବ । ଦାମ୍ପତ୍ୟ ଜୀବନ ପରସ୍ପରର ସହଯୋଗ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ରାଶିରେ ଶୁକ୍ରଙ୍କ ଚତୁର୍ଥା ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ପାରିବାରିକ ସୁଖ, କର୍ମକ୍ଷେତ୍ରରେ ଯଶସ୍ଵୀ ଲାଭ କରିବେ । ଆପଣଙ୍କ କଥାବାର୍ତ୍ତରେ ଅନ୍ୟମାନେ ପ୍ରଭାବିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ମଧ୍ୟ ସୁସ୍ଥ ବାତାବରଣ ସଙ୍ଗେରେ ସହକର୍ମୀଙ୍କ ସହଯୋଗ ପାଇବେ ଏବଂ ଉଚ୍ଚଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । କିନ୍ତୁ ଫେରନ୍ତା ସମୟରେ ଅଫିସ ପରିସରରେ ଆୟୋଜିତ ବୈଠକରେ ନୀରବତା ରହିଲେ ଭଲ, ଅନ୍ୟଥା ସହକର୍ମୀମାନେ ଶତ୍ରୁତା ଆଚରଣ କରିପାରନ୍ତି । ସମାଜରେ ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ବିଭିନ୍ନ ପ୍ରକାରର ଅତୀତ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଶ୍ୟାଧିପତିଙ୍କ ସ୍ଵଗୃହାରୋହଣ ଯୋଗୁଁ ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ପାଇବେ । କାର୍ଯ୍ୟରେ ସ୍ଥିରତା ଆସିବ । ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିପାରନ୍ତି । କର୍ମକ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଅଫିସରେ ସହକର୍ମୀଙ୍କ ମଧ୍ୟରେ ପରସ୍ପର ସମଞ୍ଜସ୍ୟତା ସଂପର୍କକୁ ଦୃଢ ରହିବ । ବାର୍ତ୍ତାଳାପ ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ । ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା କରିବେ । ଧନସ୍ଥାନସ୍ଥ ଚନ୍ଦ୍ର ଏବଂ ସ୍ଵଗୃହୀ ଚତୁର୍ଥାଧିପ ଯୋଗୁଁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତାପ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କର୍ମଭାବସ୍ଥ ପାପଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ନାହିଁ । ବନ୍ଧୁ ସାହାଯ୍ୟ ନେଇ କର୍ମକ୍ଷେତ୍ରର ଲାଗିରହିଥିବା ସମସ୍ୟାର ସମାଧାନ କରିବେ । ବ୍ୟବସାୟରେ ମନୋବଳ ଟାଣ ରହିବ । ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ଆପଣଙ୍କ ଯୁକ୍ତିତର୍କ ହୋଇପାରେ । କିନ୍ତୁ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଅନଟନ ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । କିନ୍ତୁ କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ବ୍ୟବସାୟ ବା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପରସ୍ପର ମଧ୍ୟରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଆପଣଙ୍କର କୌଣସି ସ୍ଵପ୍ନ ପୂରା ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ ଓ ସହକର୍ମୀମାନେ ସହଯୋଗ କରବେ । ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁଁ ମାନସିକ ଶାନ୍ତି କ୍ଷୁର୍ଣ୍ଣ ହେବ । କିନ୍ତୁ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ସମ୍ଭାବ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲୋଡିବେ । ସାଧାରଣ କଥାରେ ଯୁକ୍ତିତର୍କ ବୃଦ୍ଧି ପାଇ କଳହର ରୂପ ନେଇପାରେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । କୌଣସି ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ । ପରିବାରରେ ଶାନ୍ତଶିଷ୍ଠର ପରିବେଶ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମାଣିକେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ଧନାଧିପ ଅଷ୍ଟମାଧିପତି ଯୁକ୍ତ ହୋଇ ରାଶିରେ ଅବସ୍ଥାନ କରିଥିବା ଯୋଗୁଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଅଫିସ ପରିସରରେ ଆୟୋଜିତ ବୈଠକରେ ଅପ୍ରିୟ ସତ୍ୟ କଥା କହିବାରୁ ଦୂରେଇ ରୁହନ୍ତୁ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ପାଇଁ ସୁଖଦାୟକ ରହିବ । ଆଜି ଏକାଦଶସ୍ଥ ତିନୋଟି ଗ୍ରହ ଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହେବ । ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ଜଣେ ବନ୍ଧୁ ହଠାତ୍‌ ଆସି ଆପଣଙ୍କୁ ଏକ ଖୁସି ଖବର ଶୁଣାଇବେ । ଅଫିସରେ ସହକର୍ମୀଙ୍କ ସହଯୋଗରେ କରଜ୍ୟଗୁଡିକ ଯଥା ସମୟରେ ସମ୍ପାଦିତ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ନିଜର ଆଶା ଓ ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କୌଣସି କ୍ଷେତ୍ରରେ ମଧ୍ୟ ତରବାରିଆ ନିଷ୍ପତ୍ତି ନେଲେ ଅସୁବିଧାରେ ପଡିବାର ସମ୍ଭାବନା ରହିଛି । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ତୃତୀୟ ସ୍ଥାନ ବଳବାନ୍‌ ଯୋଗୁଁ ପାରିବାରିକ ଜୀବନ ସହ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକଙ୍କ ହୃଦୟ ଜିଣିବା ଭଳି କଥା କହି ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ଅଫସିରେ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ସମାଲୋଚନାର ପାତ୍ର ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଲେ ମଧ୍ୟ କୌଣସି ସଞ୍ଚୟ କରିପାରିବେ ନାହିଁ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *