ଶେଖର ସୁମନଙ୍କର ବିହାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ – ‘ଶ୍ରେଷ୍ଠ ନବାଗତଙ୍କ ପାଇଁ ପ୍ରସ୍ତୁତ କରାଯାଉ ସୁଶାନ୍ତ ସିଂହ ରାଜପୁତ ଆୱାର୍ଡ’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଚାରି ମାସ ପରେ ତାଙ୍କ ସାଙ୍ଗସାଥି ଏବଂ ପ୍ରଶଂସକମାନେ ସାରା ବିଶ୍ୱରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତାହା ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ହେଉ କିମ୍ବା ବିଭିନ୍ନ ସହରରେ ବାହାରିଥିବା ରାଲି , ସମସ୍ତେ ନିଜ ନିଜ ଉପାୟରେ ସ୍ୱର୍ଗତ ଅଭିନେତାଙ୍କ ପ୍ରତି ପ୍ରେମ ପ୍ରକାଶ କରିଥିଲେ । ଏହି ସମୟ ମଧ୍ୟରେ ଅଭିନେତା ଶେଖର ସୁମନ ପରାମର୍ଶ ଦେଇଛନ୍ତି ଯେ ‘ଶ୍ରେଷ୍ଠ ନବାଗତଙ୍କ ପାଇଁ ଏକ ଆୱାର୍ଡ କିମ୍ବା ଏକ ସ୍କୋଲାରଶିପ୍ ସୁଶାନ୍ତଙ୍କ ଅର୍ଥରେ ସମର୍ପିତ କରାଯାଇପାରିବ’ । ଏହି ସମ୍ପର୍କରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି ।

ଶେଖର ସୁମନ ଟ୍ୱିଟର ମାଧ୍ୟମରେ ଲେଖିଛନ୍ତି ଯେ ‘ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ମାନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି କିମ୍ବା ବିହାର ସରକାରଙ୍କୁ ବର୍ଷର ଶ୍ରେଷ୍ଠ ନବାଗତ ପାଇଁ ଏକ ଆୱାର୍ଡ ପ୍ରସ୍ତୁତ କରିବା ଉଚିତ’ । ଏହା ସହିତ ସେ ଏକ ସ୍କୋଲାରଶିପ୍ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ବିହାରର ମୁଖ୍ୟମନ୍ତ୍ରୀଙ୍କ ସହିତ ଏହାର ସୁପାରିଶ କରିବେ ।

ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ଇଣ୍ଡଷ୍ଟ୍ରିର ଏଭଳି ବହୁତ କମ୍ କଳାକାରଙ୍କ ମଧ୍ୟରୁ ଥିଲେ, ଯିଏ ଏକ ବିନା ଫିଲ୍ମ ବ୍ୟାକଗ୍ରାଉଣ୍ଡ ପରିବାରରୁ ଆସିଥିଲେ ମଧ୍ୟ ସାତ ବର୍ଷର ଛୋଟ ସମୟ ସୀମା ମଧ୍ୟରେ ଏତେ ସଫଳତା ହାସଲ କରିଥିଲେ । ନିଜର ଡେବ୍ୟୁ ଫିଲ୍ମ ‘କାଇ ପୋ ଛେ’ ମାଧ୍ୟମରେ ଧମାକାଦାର ଡେବ୍ୟୁ କରିବା ପରେ ସେ ‘ପି.କେ’, ‘ଏମଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’, ‘ଛିଛୋରେ’, ‘ଶୁଦ୍ଧ ଦେଶୀ ରୋମାନ୍ସ’ ଏବଂ ‘କେଦାରନାଥ’ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥିସହ ଫିଲ୍ମ ‘ଡିଟେକ୍ଟିଭ ବ୍ୟାମକେଶ ବକ୍ସି’ ଏବଂ ‘ସୋନାଚିଡିଆ’ ଭଳି ଫିଲ୍ମରେ ତାଙ୍କର ଅଭିନୟକୁ ପ୍ରଶଂସକ ମାନଙ୍କ ଦ୍ଵାରା ବହୁମାତ୍ରାରେ ଗ୍ରହଣ କରା ଯାଇଥିଲା ।

ଶେଖର ସୁମନଙ୍କର ସୁଶାନ୍ତଙ୍କ ପ୍ରଶଂସକଙ୍କୁ ନିବେଦନ:-

ନିକଟରେ ଶେଖର ସୁମନ ପ୍ରଶଂସକମାନଙ୍କୁ ଅନୁରୋଧ କରିଥିଲେ ଯେ ସୁଶାନ୍ତଙ୍କୁ ଏକ ‘ଶାନ୍ତିପୂର୍ଣ୍ଣ ସ୍ଥିତି’ରେ ରହିବାକୁ ଦିଆଯାଉ । ସେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ସହିତ ଜଡିତ ବିବାଦ ମଧ୍ୟରେ ଆମେ ତାଙ୍କର ‘ମଧୁର ଏବଂ କୋମଳ ସ୍ମୃତି’, ସ୍ନେହ ଏବଂ ସୌହାର୍ଦ୍ଦ୍ୟ’କୁ ଭୁଲିଯିବା ଉଚିତ ନୁହେଁ । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ଅନୁସନ୍ଧାନର ଗତି ଉପରେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ଶେଖର, ସେହି ଅଳ୍ପ କେତେକ ଲୋକଙ୍କ ମଧ୍ୟରେ ଅଛନ୍ତି, ଯିଏ ଏହି ମାମଲାର ଆରମ୍ଭରୁ ସିବିଆଇ ତଦନ୍ତ ଦାବି କରି ଆସୁଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ଏହାର ଆବଶ୍ୟକତା ଉଠାଇଥିଲେ । ସେ ମଧ୍ୟ ଏହି ଆବେଦନକୁ ନେଇ ପାଟନା ଯାଇଥିଲେ, ଯେଉଁଠାରେ ସେ କିଛି ରାଜନେତାଙ୍କ ସହିତ ଭେଟିଥିଲେ ଏବଂ ସୁଶାନ୍ତଙ୍କ ପରିବାରକୁ ମଧ୍ୟ ଭେଟି ସେମାନଙ୍କର ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହ ଜଡିତ ହୋଇଥିଲେ ।

ଉଲ୍ଳେଖଥାଉ ଯେ, ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ମିଳିଥିଲା । ଏହି ମାମଲାରେ ତିନୋଟି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ତିନୋଟି ଭିନ୍ନ ଭିନ୍ନ ଏଜେନ୍ସି – ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅନୁସନ୍ଧାନ କରୁଅଛି । ଡାକ୍ତରଙ୍କ ଏକ ଟିମ୍ ଦ୍ୱାରା ହତ୍ୟା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିବା ପରେ ସିବିଆଇ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ମଧ୍ୟ ସେ ପ୍ରତ୍ୟେକ ପ୍ରସଙ୍ଗକୁ ଅନୁସନ୍ଧାନ କରୁଅଛି ।

Be the first to comment

Leave a Reply

Your email address will not be published.


*