ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ ଝଟକା : ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାବୋ ସିଜନରୁ ବାଦ୍ ପଡିଲେ !

ଆହତ କାରଣରୁ ଚଳିତ ସିଜନରେ ଡୱେନ ବ୍ରାଭୋ ଇଣ୍ଡିଆନ ପ୍ରିମିୟର ଲିଗରୁ ବାଦ ପଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚରେ ବ୍ରାବୋଙ୍କୁ ଆହତ ଲାଗିଥିଲା । ଚେନ୍ନାଇରେ ଆଉ ଚାରିଟି ମ୍ୟାଚ୍ ଖେଳିବାକୁ ଅଛି । ଯଦିଓ ପ୍ଲେ ଅଫ୍ ରେ ପହଞ୍ଚିବାର ଆଶା ବହୁତ କମ୍, ବ୍ରାବୋଙ୍କ ଅନୁପସ୍ଥିତି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏକ ବଡ ପ୍ରତିବନ୍ଧକ ସୃଷ୍ଟି କରିବ ।

ନୂଆଦିଲ୍ଲୀ ୨୧/୧୦ : ଇଣ୍ଡିଆନ ପ୍ରିମିୟର ଲିଗର ପଏଣ୍ଟ ଟେବୁଲର ତଳେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ ଆଉ ଚାରିଟି ମ୍ୟାଚ୍ ଖେଳି ନାହାଁନ୍ତି କିନ୍ତୁ ଅନ୍ୟ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାଭୋ ଏହି ସିଜନରୁ ବାଦ୍ ପଡିଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ସହିତ ଏକ ବାର୍ତ୍ତାଳାପରେ କାଶୀ ବିଶ୍ୱନାଥନ୍ କହିଛନ୍ତି ଯେ ଏହି ସିଜନରେ ବ୍ରାବୋ ବାଦ ଦିଆଯାଇଛି । ସେ କହିଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଖେଳୁଥିବା ସମୟରେ ଯେଉଁ ଆଘାତ ପାଇଥିଲେ ସେଥିଲାଗି ସେ ବାଦ୍ ପଡିଛନ୍ତି ଏବଂ ବ୍ରାବୋ ନିଜ ଘରକୁ ଫେରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେ କହିଥିଲେ, ବର୍ତ୍ତମାନ ବ୍ରାବୋ ଏଥର ଆଉ ଅଂଶଗ୍ରହଣ କରିବେ ନାହିଁ । ଆହତ କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି । ସେ ଦିନେ କି ଦୁଇ ଦିନ ପରେ ଘରକୁ ଫେରିବେ ।

ଟୁର୍ନାମେଣ୍ଟ ବିଷୟରେ କହିବାକୁ ଗଲେ ଏହି ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ବହୁତ ଖରାପ । ସେ ୧୦ଟି ମ୍ୟାଚ ମଧ୍ୟରୁ ମାତ୍ର ତିନୋଟି ଜିତିଛନ୍ତି । ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ଖେଳୁଥିବା ମ୍ୟାଚରେ ବ୍ରବୋଙ୍କୁ ଆହତ ଲାଗିଥିଲା, ଯେଉଁଥି କାରଣରୁ ଶେଷ ଓଭର ବୋଲିଂ କରିପାରିନଥିଲେ । ଶେଷ ଓଭରରେ ଦିଲ୍ଲୀର ରନ୍ ୧୫ ଆବଶ୍ୟକ ଥିଲା । ଅକ୍ସର ପଟେଲ ରବିନ୍ଦ୍ର ଜାଡେଜାଙ୍କ ଓଭରରେ ତିନି ଛକା ମାରି ମ୍ୟାଚ୍ ଜିତିଥିଲେ । ବ୍ରାବୋ ଏକ ବଡ଼ ଆଘାତ ଯୋଗୁଁ ସେ ଅନ୍ତିମ ଓଭରର ବୋଲିଂ କରିପାରିନଥିଲେ ।

Be the first to comment

Leave a Reply

Your email address will not be published.


*