ଶାହରୁଖ ଖାନ୍ ଏହି କାରଣ ଯୋଗୁଁ ବଦଳାଇ ଦେଇଛନ୍ତି ନିଜ ନାମ !

ସବୁ ସମୟର ବ୍ଲକ୍ ବଷ୍ଟର ଚଳଚ୍ଚିତ୍ର ‘ଦିଲବାଲେ ଦୁଲହନିଆ ଲେ ଜାଏଙ୍ଗେ’କୁ ଆଜି ୨୫ ବର୍ଷ ପୂରଣ ହୋଇ ସାରିଛି । ‘ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ’ ଚଳଚ୍ଚିତ୍ର ଇତିହାସ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ୍ ଓ କାଜଲଙ୍କ କେମିଷ୍ଟ୍ରି ଦେଖି ଫ୍ୟାନ୍ସ ମାନେ ଏହାକୁ ଖୁବ୍ ପସନ୍ଦ କରିଥିଲେ । ଚଳଚ୍ଚିତ୍ରକୁ ଏତେ ପସନ୍ଦ କରାଗଲା ଯେ ଏହି ଚଳଚ୍ଚିତ୍ର ବର୍ଷ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇର ମରାଠା ମନ୍ଦିର ଥିଏଟରରେ ଦେଖାଗଲା । ସେପକ୍ଷରେ ଏହି ଚଳଚ୍ଚିତ୍ର ୨୫ ବର୍ଷ ପୂରଣ ହେବାର ବିଶେଷ ସୁଯୋଗରେ ଶାହରୁଖ ଖାନ୍ ଓ କାଜଲ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଚଳଚ୍ଚିତ୍ରର ଚରିତ୍ରର ନାମ ରଖିନେଲେ ଓ ଚଳଚ୍ଚିତ୍ର ସହ ଜଡ଼ିତ ଫଟୋକୁ ନିଜ ପ୍ରୋଫାଇଲରେ ଲଗେଇଦେଲେ ।

ଚଳଚ୍ଚିତ୍ରରେ ଶାହରୁଖ ଖାନ୍ ରାଜ୍ ମଲହୋତ୍ରା ଚରିତ୍ରରେ ଅଭିନୟ କରିଥିଲେ । ଯିଏକି ଟିକିଏ ଦୁଷ୍ଟ ଓ ଚୁଲ୍ ବୁଲ୍ ସ୍ଵଭାବର ଯୁବକ ଥିଲେ । ରାଜକୟ ସିମରନ୍ ନାମକ ଏକ ଯୁବତୀ ସହ ପ୍ରେମ ହୋଇଯାଏ, ଯାହା ଚରିତ୍ରରେ କାଜଲ ଅଭିନୟ କରିଥିଲେ । ଶାହରୁଖ ଓ କାଜଲ ଏହି ଚରିତ୍ର ଗୁଡ଼ିକୁ ଖୁବ୍ ଭଲ ଭାବରେ ପ୍ରଦର୍ଶନ କରିଥିଲେ । ଚଳଚ୍ଚିତ୍ର ୨୫ ବର୍ଷ ପୂରଣ ହେବା ପରେ ଶାହରୁଖ ଟ୍ୱିଟରେ ନିଜ ନାମ ବଦଳାଇ ରାଜ୍ ମଲହୋତ୍ରା ରଖି ନେଇଛନ୍ତି ।

ଶାହରୁଖଙ୍କ ପରି କାଜଲ ମଧ୍ୟ ଟ୍ୱିଟରରେ ନିଜ ନାମ ସିମରନ୍ ରଖିଛନ୍ତି । ଏଥିସହ ଦୁହେଁ ଚଳଚ୍ଚିତ୍ର ସହ ଜଡ଼ିତ ନିଜର ଚରିତ୍ରର ଫଟୋକୁ ପ୍ରୋଫାଇଲରେ ଲଗାଇଛନ୍ତି । ଏହା ବ୍ୟତୀତ ଉଭୟ ଚଳଚ୍ଚିତ୍ର ସହ ଜଡ଼ିତ ଏକ ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

କାଜଲ ଭିଡ଼ିଓ ସେୟାର କରି କେପ୍ସନରେ ଲେଖିଛନ୍ତି ଯେ, “ରାଜ୍ ଓ ସିମରନ୍! ଦୁଇଟି ଲୋକ, ୧ ଚଳଚ୍ଚିତ୍ର, ୨୫ ବର୍ଷ ଓ ବର୍ତ୍ତମାନ ମଧ୍ୟ ଖୁବ୍ ଭଲପାଇବା ମିଳୁଛି ।” ସେପକ୍ଷରେ ଶାହରୁଖ ଭିଡ଼ିଓ ସେୟାର କରି ଲେଖିଛନ୍ତି ଯେ, “୨୫ ବର୍ଷ! ରାଜ୍ ଓ ସିମରନଙ୍କୁ ଭଲ ପାଇବା ପାଇଁ ଆପଣଙ୍କୁ ହୃଦୟରୁ ଆଭାର ବ୍ୟକ୍ତ କରୁଛି ।”

ସେପକ୍ଷରେ ଶାହରୁଖ-କାଜଲ ବ୍ୟତୀତ ଅନୁପମ୍ ଖେର୍ ମଧ୍ୟ ନିଜର ସୋସିଆଲ ମିଡ଼ିଆ ହେଣ୍ଡେଲ ପ୍ରୋଫାଇଲ ଫଟୋ ବଦଳି ଦେଇଛନ୍ତି । ସେ ମଧ୍ୟ ଚଳଚ୍ଚିତ୍ର ସହ ଜଡ଼ିତ ନିଜ ଚରିତ୍ରର ଫଟୋକୁ ପ୍ରୋଫାଇଲରେ ଲଗାଇଛନ୍ତି ।

ସୁଚାଇଦେଉଛୁ ଯେ ଚଳଚ୍ଚିତ୍ର ‘ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ’ ୧୯୯୫ ରେ ୨୦ ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା, ଶାହରୁଖ ଖାନଙ୍କ ସହିତ କାଜଲଙ୍କ ରୋମାଣ୍ଟିକ୍ ଚଳଚ୍ଚିତ୍ର, ଇତିହାସର ସବୁଠାରୁ ଅଧିକ ସଫଳ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଅଟେ । ଏହି ଚଳଚ୍ଚିତ୍ରରେ ଶାହରୁଖ କାଜଲଙ୍କ ବ୍ୟତୀତ ସ୍ବର୍ଗତ ଅଭିନେତା ଅମ୍ରେଶ ପୁରୀ ମଧ୍ୟ କାଜଲଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ମଧ୍ୟ ଦର୍ଶକଙ୍କ ଦ୍ୱାରା ଖୁବ୍ ପସନ୍ଦ କରାଯାଇଥିଲା । ଏଥିସହ ଅନୁପମ୍ ଖେର୍, ଫରିଦା ଜଲାଲ, ପରମିତ ସେଠି ଓ ମନ୍ଦିରା ବେଦୀ ମଧ୍ୟ ଚଳଚ୍ଚିତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । ସେପକ୍ଷରେ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ଏହାର ଗୀତ ଗୁଡ଼ିକ ମଧ୍ୟ ବହୁତ ହିଟ୍ ହୋଇଥିଲା, ଆଜି ମଧ୍ୟ ଏହି ଚଳଚ୍ଚିତ୍ରର ଗୀତ ଶୁଣି ଦର୍ଶକ ମାନେ ନାଚି ଉଠନ୍ତି ।

Be the first to comment

Leave a Reply

Your email address will not be published.


*