ଜାଣନ୍ତୁ ସେୟାର ମାର୍କେଟରେ ସବୁଠାରୁ ବଡ ସ୍କାମ୍ କରିଥିବା ହର୍ଷଦ ମେହେତାଙ୍କର ପରିବାର ଆଜି କଣ କରୁଛନ୍ତି !

୧୯୮୦-୯୦ ଦଶକରେ ସେୟାର ମାର୍କେଟର ରାଜା କୁହାଯାଉଥିବା ହର୍ଷଦ ମେହେତା ଅନେକ ହଜାର କୋଟି ଟଙ୍କାର ଦୁର୍ନୀତି କରିବେ, ଏହା କେହି ମଧ୍ୟ ଭାବି ନଥିବେ । ୧୯୯୨ ମସିହାରେ ହର୍ଷଦ ମେହେତାଙ୍କର ୪୦୦୦ କୋଟି ଟଙ୍କା ଦୁର୍ନୀତିର ପର୍ଦାଫାଶ ହୋଇଥିଲା । ବର୍ତ୍ତମାନ ଏହି ଦୁର୍ନୀତି ସହିତ ଜଡିତ ଏକ ୱେବ୍ ସିରିଜ ମଧ୍ୟ ସୋନି ଲିଭରେ ରିଲିଜ୍ ହୋଇ ସାରିଛି । ଏବଂ ଏହି ସିରିଜର ମୁଖ୍ୟ ଅଭିନେତା ପ୍ରତୀକ୍ ଗାନ୍ଧୀଙ୍କୁ ଲୋକମାନେ ବହୁତ ମାତ୍ରାରେ ପ୍ରଶଂସା କରୁଛନ୍ତି । ଆଜି ଆମେ ଆପଣଙ୍କୁ ସିରିଜ୍ ବିଷୟରେ ନୁହେଁ ବରଂ ବାସ୍ତବ ଜୀବନରେ ହର୍ଷଦ ମେହେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହିତ କଣ ହୋଇଛି, ସେ ବିଷୟରେ କହିବାକୁ ଯାଉଛୁ ।

୨୦୦୧ ମସିହାରେ ହର୍ଷଦ ମେହେତାଙ୍କର ପୋଲିସ୍ ହେପାଜତରେ ମୃତ୍ୟୁ ହୋଇ ଯାଇଥିଲା, କିନ୍ତୁ ଏହା ପରେ ତାଙ୍କ ପରିବାରକୁ ଏକ ଦୀର୍ଘ ଆଇନଗତ ଯୁଦ୍ଧ ଲଢ଼ିବାକୁ ପଡିଥିଲା । ୨୭ ବର୍ଷର ଆଇନଗତ ଯୁଦ୍ଧ ପରେ ଆୟକର ଟ୍ରିବ୍ୟୁନାଲ ଶେଷରେ ସ୍ୱର୍ଗତ ହର୍ଷଦ ମେହେତା, ତାଙ୍କ ପତ୍ନୀ ଜ୍ୟୋତି ଏବଂ ଭାଇ ଅଶ୍ୱିନଙ୍କ ଠାରୁ ଫେବୃଆରୀ ୨୦୧୯ରେ ୨,୦୧୪ କୋଟି ଟଙ୍କାର ଆୟକର ଡିମାଣ୍ଡକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସେହି ବର୍ଷ ଅର୍ଥାତ ୨୦୧୯ ମସିହାରେ ହର୍ଷଦଙ୍କ ପତ୍ନୀ ମଧ୍ୟ ଷ୍ଟକ୍ ବ୍ରୋକର କିଶୋର ଜନାନି ଏବଂ ଫେଡେରାଲ ବ୍ୟାଙ୍କ ବିରୋଧରେ ଏକ ମାମଲା ଜିତିଥିଲେ । କିଶୋର ସେ, ଯାହାଙ୍କ ଉପରେ ହର୍ଷଦଙ୍କର ୧୯୯୨ ମସିହାରୁ ୬ କୋଟି ଟଙ୍କା ଋଣ ଥିଲା, ତାଙ୍କୁ କୋର୍ଟ ୧୮ ପ୍ରତିଶତ ସୁଧ ସହିତ ଜ୍ୟୋତିଙ୍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହର୍ଷଦଙ୍କ ଭାଇ ଅଶ୍ୱିନ ମେହେତା ନିଜର ୫୦ ଦଶକରେ ଆଇନ ଡିଗ୍ରୀ ହାସଲ କରିଥିଲେ ଏବଂ ବର୍ତ୍ତମାନ ମୁମ୍ବାଇ ହାଇକୋର୍ଟ ସହିତ ସୁପ୍ରିମକୋର୍ଟରେ ମଧ୍ୟ ଅଭ୍ୟାସ କରୁଛନ୍ତି । ସେ ଏକୁଟିଆ ହିଁ ଅନେକ କୋର୍ଟ ମାମଲା ଲଢ଼ିଛନ୍ତି ଏବଂ ତାଙ୍କ ଭାଇଙ୍କ ନାମ ସଫା କରିବାକୁ ବ୍ୟାଙ୍କଗୁଡିକୁ ପ୍ରାୟ ୧,୭୦୦ କୋଟି ଟଙ୍କା ପ୍ରଦାନ କରିଥିଲେ । ସେ ହର୍ଷଦଙ୍କ ଓକିଲଙ୍କ ସହିତ ତାଙ୍କ ଫାର୍ମରେ ଷ୍ଟକ୍ ବ୍ରୋକର ଥିଲେ ।

୨୦୦୧ ମସିହାରେ ହର୍ଷଦ ମେହେତାଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ମାମଲା ଶେଷ ହୋଇ ଯାଇଥିଲା କିନ୍ତୁ ଅଶ୍ୱିନ ୨୦୧୮ ମସିହା ପର୍ଯ୍ୟନ୍ତ ଆଇନଗତ ଯୁଦ୍ଧ ଲଢ଼ିଥିଲେ, ଯେପର୍ଯ୍ୟନ୍ତ କୋର୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ଠକିବା ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖୋଲାସ ନ କରିଛି ।

ହର୍ଷଦଙ୍କ ପୁଅ ଅତୁର ମେହେତାଙ୍କ ବିଷୟରେ କୌଣସି ବିଶ୍ୱସନୀୟ ସୂଚନା ନାହିଁ । ବିଜିନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, ହର୍ଷଦଙ୍କ ପୁଅ ଅତୁର ମେହେତା ୨୦୧୮ ମସିହାରେ ଲୋକଙ୍କ ଧ୍ୟାନ ଆକର୍ଷଣ ସେତେବେଳେ କରିଥିଲେ, ଯେତେବେଳେ ସେ ବିଏସଇ ତାଲିକାଭୁକ୍ତ ଟେକ୍ସଟାଇଲ କମ୍ପାନୀ ଫେୟାର ଡିଲ୍ ଫିଲାମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଧନ କିଣିଥିଲେ ।

ହର୍ଷଦ ମେହେତାଙ୍କର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଅଟେ । ତାଙ୍କ ଜୀବନରେ ଅନେକ ସ୍ତର ଅଛି, ଯାହାକୁ ବୁଝିବା ପାଇଁ , ଆପଣ ୱେବ୍ ସିରିଜ୍ ଦେଖନ୍ତୁ କିମ୍ବା ତାଙ୍କ ବିଷୟରେ ପଢନ୍ତୁ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ହର୍ଷଦ ମେହେତା ସଦା ସର୍ବଦା ଲୋକଙ୍କ ପାଇଁ ଏକ ଜିଜ୍ଞାସାର ବିଷୟ ହୋଇ ରହିବେ ।

Be the first to comment

Leave a Reply

Your email address will not be published.


*