ଡ୍ରାଇଭିଂ ଲାଇସେନ୍ସକୁ ନେଇ କଡାକଡି ହେଲା ନୂତନ ନିୟମ, ଏହି ୫ଟି ଭୁଲ୍ କରନ୍ତୁ ନାହିଁ ନଚେତ ରଦ୍ଦ ହେବ ଲାଇସେନ୍ସ !

ସାରାଦେଶରେ ସଡକ ଦୁର୍ଘଟଣା ସରକାରଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ହୋଇଯାଇଛି । ଉଲ୍ଲେଖଥାଉ କି, ଦୁନିଆରେ ସବୁଠାରୁ ଅଧିକ ସଡକ ଦୁର୍ଘଟଣା ଭାରତରେ ହିଁ ହୋଇଥାଏ । ଦିନକୁ ଦିନ ସଡକ ଦୁର୍ଘଟଣାରେ ମରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯେଉଁଥିପାଇଁ ସରକାର ଏହି ସଂଖ୍ୟାକୁ କମ୍ କରିବା ପାଇଁ ଅନେକ ଉପାୟରେ ଚେଷ୍ଟା ଜାରି ରଖିଛନ୍ତି, କିନ୍ତୁ ଲୋକମାନେ ତଥାପି ସରକାରଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ଉପରେ ପ୍ରଶ୍ନ କରିଥାନ୍ତି । ସାରାଦେଶରେ ପୂର୍ବ ବର୍ଷ ସେପ୍ଟେମ୍ବର ମାସରୁ ନୂଆଁ ଯାନବାହାନ ଆକ୍ଟ ଲାଗୁ ହୋଇଥିଲା, ଏହା ଲାଗୁହେବା ୧ ବର୍ଷରୁ ଅଧିକ ହୋଇଗଲାଣି । ନୂତନ ଯାନବାହାନର ଆକ୍ଟ ୨୦୧୯ ନିୟମ, ଜୋରିମାନା ରାଶି ଚାଲାଣ ବିଷୟରେ ଅନେକ ପରିବର୍ତ୍ତନ କରାଯାଇଛି । ନୂଆଁ ସଂଶୋଧନ ବିଲରେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଯେଉଁ ବ୍ୟକ୍ତି ଟ୍ରାଫିକ୍ ନିୟମକୁ ପାଳନ କରେ ନାହିଁ, ତାଙ୍କ ଉପରେ ଜୋରିମାନା ଏବଂ ଅଧିକ କଠୋର କରାଯାଇଛି ।

ଆପଣଙ୍କୁ କହିଦଉଛୁ ଯେ ଡ୍ରାଇଭିଂ ଲାଇସେନ୍ସ ସହିତ ଆରସି ଏବଂ ଯାନ ବୀମା ଭଳି ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ନୂଆଁ ଯାନବାହାନ ଆକ୍ଟ ଅନୁଯାୟୀ ବର୍ତ୍ତମାନ ସାଥିରେ ଡକ୍ୟୁମେଣ୍ଟକୁ ନେଇ ଯିବାର ଅସୁବିଧାରୁ ମୁକ୍ତି ମିଳିଛି , କିନ୍ତୁ ଏହି ଆକ୍ଟରେ ଆପଣଙ୍କ ଦ୍ଵାରା ଯଦି ଛୋଟ ଭୁଲ୍ ମଧ୍ୟ ହୋଇଯାଏ, ତେବେ ଏଥିପାଇଁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯିବ । ଆଜି ଆମେ ଆପଣଙ୍କୁ କହିବୁ, ଯାନ ଚଲେଇବା ସମୟରେ କେଉଁ ୫ଟି କଥାର ବିଶେଷ ଧ୍ୟାନ ଦେବାର ଆବଶ୍ୟକ ଅଟେ ? ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ ।

* ଡ୍ରାଇଭିଂ ଲାଇସେନ୍ସକୁ ନେଇ କଡାକଡି ହେଲା ନୂତନ ନିୟମ

ବାରମ୍ବାର ସରକାରଙ୍କ ଦ୍ଵାରା ଏହି ଚେଷ୍ଟା କରାଯାଉଛି କି କୌଣସି ଉପାୟରେ ସଡକ ଦୁର୍ଘଟଣାକୁ କମ୍ କରାଯାଇପାରିବ । ଗତ ବର୍ଷ ସେପ୍ଟେମ୍ବର ମାସରୁ ଟ୍ରାଫିକ୍ ସହ ଜଡିତ ନିୟମ ଏବଂ ଏହାକୁ ଉଲ୍ଲଂଘନ କରିବା ପରେ ଲାଗୁଥିବା ଜୋରିମାନାର ରାଶିରେ ଅନେକ ପରିବର୍ତ୍ତନ କରାଯାଇଛି । ଯଦି କୌଣସି ଲୋକ ବିପଜ୍ଜନକ ଉପାୟରେ ଗାଡି ଚଲାନ୍ତି କିମ୍ବା ମଦ୍ୟପାନ କରି ଗାଡି ଚଲାନ୍ତି, ତେବେ ଏହିପରି ସ୍ଥିତିରେ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ ଜୋରିମାନା ଆଦାୟ କରାଯାଉଛି । ମୋଦି ସରକାରଙ୍କ ଦ୍ଵାରା ଉଠାଯାଇଥିବା ଏହି ପଦକ୍ଷେପ ପରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସମସ୍ତ ଲୋକ ଦଣ୍ଡ ଏବଂ ଜୋରିମାନା ଡରରେ ସାବଧାନ ରୁହନ୍ତି । କେବଳ ଏତିକି ନୁହେଁ ବରଂ ନୂତନ ନିୟମ ଲାଗୁ କରାଗଲା ପରେ ଟ୍ରାଫିକ୍ ପୋଲିସ୍ ଦ୍ଵାରା ସାମାନ୍ୟ ଯାଞ୍ଚ କରାଯିବା ପରେ ଲୋକମାନେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି ।

ପୂର୍ବରୁ ଯଦି କୌଣସି ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟର ହୋଇଯାଉଥିଲା, ତେବେ ଏହା ସତ୍ତ୍ୱେ ମଧ୍ୟ ସେ ଗାଡି ଚଲାଉଥିଲେ କିନ୍ତୁ ବର୍ତ୍ତମାନ ଏହା ପାଇଁ ମଧ୍ୟ କଠୋର ନିୟମ ଅଛି । ଗାଡିର ପ୍ରଦୂଷଣ ସାର୍ଟିଫିକେଟ ପରି ଡକ୍ୟୁମେଣ୍ଟକୁ ମଧ୍ୟ ପୂର୍ବ ଅପେକ୍ଷା ସମସ୍ତ ଲୋକ ବର୍ତ୍ତମାନ ଠିକ୍ ଭାବରେ ରଖୁଛନ୍ତି । ନିୟମରେ ପରିବର୍ତ୍ତନ ହେବା କାରଣରୁ ସଡକ ଦୁର୍ଘଟଣା ମଧ୍ୟ କମ୍ ହୋଇଛି କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଏହିପରି ଅନେକ ଚତୁର ଲୋକ ଅଛନ୍ତି, ଯେଉଁମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି ।

* ଏହି କାରଣରୁ ମଧ୍ୟ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଯଦି ନୂତନ ନିୟମ ଅନୁସାରେ ଦେଖାଯାଏ ତେବେ, ଯଦି କୌଣସି ଚତୁର ଲୋକ ପୋଲିସ୍ କିମ୍ବା ଟ୍ରାଫିକ୍ ଅଧିକାରୀଙ୍କ ସହ ଖରାପ ବ୍ୟବହାର କରନ୍ତି କିମ୍ବା ଚାଳକ ଗାଡି ରଖେନାହିଁ କିମ୍ବା ଯଦି କୌଣସି ଚାଳକ ନିଜର ଟ୍ରକ୍ କାବିନରେ କାହାକୁ ବସାଇଥାଏ, ତେବେ ଏହାକୁ ଖରାପ ବ୍ୟବହାର ଧରାଯିବ । ଏହିପରି ସ୍ଥିତିରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାର ସମ୍ଭାବନା ଅଛି । କେବଳ ଏତିକି ନୁହେଁ ଜୋରିମାନା ମଧ୍ୟ ଆଦାୟ କରାଯାଇପାରେ ।

ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଚାଳକ ନିଜର ବସ୍, ଟ୍ୟାକ୍ସିରେ ଅଧିକ ଲୋକଙ୍କୁ ବସାଇଥାଏ, ଲୋକଙ୍କ ସହ ଖରାପ ବ୍ୟବହାର କରେ, ଲୋକଙ୍କୁ ତାଙ୍କ ଷ୍ଟପରେ ଓହ୍ଲାଇନଥାଏ, ବସ୍ ଚଲାଇବା ସମୟରେ ଧୂମପାନ କରେ, ମଦ୍ୟପାନ କରି ଗାଡି ଚଲାଏ, ବିନା କିଛି କାରଣରେ ବସକୁ ଧୀରେ ଚଲାଏ, ଏହି ସବୁ କଥା ବର୍ତ୍ତମାନ ଚାଳକ ପାଇଁ ମହଙ୍ଗା ପଡିପାରେ ।

ନୂଆ ନିୟମ ଅନୁଯାୟୀ, ଟ୍ରାଫିକ୍ ପୋଲିସ୍ ଏବଂ ଆରଟିଓକୁ ଜୋରିମାନା ରାଶି ଏବଂ ଚାଳକ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସୂଚନା ପୋର୍ଟାଲରେ ରେକର୍ଡ କରିବା ଆବଶ୍ୟକ ଅଟେ । ପ୍ରତିଦିନ ପୋର୍ଟାଲକୁ ଅପଡେଟ୍ କରିବାକୁ ପଡିବ , ଯାହା ଦ୍ଵାରା ସମସ୍ତ ଚାଳକର ବ୍ୟବହାରର ପୁରା ବିବରଣୀ ପ୍ରାପ୍ତ କରାଯାଇପାରିବ । ନୂତନ ନିୟମ ଅନୁଯାୟୀ ଯଦି ଚାଳକ ବିରୋଧରେ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସେହି ଚାଳକର ବ୍ୟବହାରକୁ ମଧ୍ୟ ଉଲ୍ଲେଖ କରିବାକୁ ହେବ, ଯାହାଦ୍ଵାରା ଚାଳକ ବିଷୟରେ ସବୁ ପ୍ରକାରର ସୂଚନା ଅଲଲାଇନ ପୋର୍ଟାଲରେ ରଖାଯାଇପାରିବ । ଯଦି କୌଣସି ଚାଳକ ଜନସାଧାରଣ ପାଇଁ ବିପଦ ସୃଷ୍ଟି କରେ, ଯାନ ଚୋରି, ଲୋକଙ୍କ ଊପରେ ଆକ୍ରମଣ, ଜିନିଷପତ୍ରକୁ ଚୋରି କରୁଥିବା ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାର ବ୍ୟବସ୍ଥା ମଧ୍ୟ ଅଛି । ସରକାରଙ୍କ ପାଖରେ ପୋର୍ଟାଲରେ ଏହିସବୁର ସୂଚନା ରହିବ, ଯେଉଁ ମାଧ୍ୟମରେ ଭବିଷ୍ୟତରେ ଚାଳକର ବ୍ୟବହାର ଉପରେ ଅନଲାଇନ ତଦାରଖ କରାଯାଇପାରିବ ।

Be the first to comment

Leave a Reply

Your email address will not be published.


*