ଜାଣନ୍ତୁ ଦ୍ୱିପହରର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ କରିବା ଜରୁରୀ ଅଟେ !

ଅନେକ ଲୋକଙ୍କ ମନରେ ଏହି ଚିନ୍ତାଧାରା ଅଧିକ ରହିଥାଏ ଯେ ଦ୍ୱିପହରର ଭୋଜନ କେଉଁ ସମୟରେ ଓ କେତେ ମାତ୍ରାରେ କରିବା ଉଚିତ । ତେବେ ଏହି ଲେଖା ପଢିବା ପରେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ । ଏହି ଲେଖା ମାଧ୍ୟମରେ ଆପଣ ଦ୍ୱିପହର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ ଖାଇବେ ସେହି ବିଷୟରେ ସୂଚନା ଦେବାକୁ ଯାଉଛୁ । ଏହାସହ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷ ଖାଇବା ଉଚିତ ନୁହେଁ ତାହା ମଧ୍ୟ ଏହି ଲେଖା ମାଧ୍ୟମରେ ଆପଣ ଜାଣିପାରିବେ ।

ଦ୍ୱିପହରର ଭୋଜନ :

ଲୋକେ ଦିନରେ ତିନି ଥର ଭୋଜନ କରନ୍ତି । ଯାହାକି ସକାଳ ସମୟରେ ଥରେ (ଆଜିକାଲି ପ୍ରାୟ ସମସ୍ତେ ଜଳଖିଆ କରନ୍ତି), ଦ୍ୱିପହରରେ ଥରେ (ମଧ୍ୟାହ୍ନ ଭୋଜନ), ଏବଂ ରାତିରେ ଥରେ ଭୋଜନ କରିଥାନ୍ତି । ପ୍ରାୟତଃ ସକାଳ ଓ ରାତ୍ରି ଭୋଜନ ବିଷୟରେ ପ୍ରତ୍ୟେକ ଲୋକ ସୂଚନା ପ୍ରାପ୍ତ କରି ଭଲ ଭାବରେ ଜାଣିଥାନ୍ତି । କିନ୍ତୁ ଅନେକ ଲୋକ ଦ୍ୱିପହରର ଭୋଜନରେ କ’ଣ ଖାଇବା ଉଚିତ ତାହା ଜାଣି ନ ଥାନ୍ତି । ଅଧିକାଂଶ ଲୋକ ଦ୍ୱିପହର ଭୋଜନ କରି ନ ଥାନ୍ତି ।

ଦ୍ୱିପହରର ଭୋଜନ କେଉଁ ସମୟରେ ଓ କେତେ ମାତ୍ରାରେ କରିବା ଉଚିତ ତାହା ଲୋକମାନେ ଜାଣି ନ ଥାନ୍ତି । ଯେଉଁଭଳି ଭାବରେ ସକାଳ ଓ ରାତ୍ରି ଭୋଜନ ଶରୀର ପାଇଁ ଜରୁରୀ ହୋଇଥାଏ, ସେହିପରି ଦ୍ୱିପହରର ଭୋଜନ ମଧ୍ୟ ଅତ୍ୟଧିକ ମାତ୍ରାରେ ଜରୁରୀ ହୋଇଥାଏ । ଏଥିପାଇଁ ଆପଣ ଦ୍ୱିପହରର ଭୋଜନ ନ କରିବାର ଅର୍ଥ ଶରୀରକୁ ଜାଣିଶୁଣି ଦୁର୍ବଳ କରିବା ଏବଂ ରୋଗକୁ ନିମନ୍ତ୍ରଣ କରିବା ଭଳି ହୋଇଥାଏ ।

ଦ୍ୱିପହରର ଭୋଜନ କେଉଁ ସମୟରେ କରିବେ :

ଭୋଜନ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ଏବଂ ଏହା ଶରୀରକୁ ଉର୍ଜା ମଧ୍ୟ ପ୍ରଦାନ କରିଥାଏ । ସେଥିପାଇଁ ଦ୍ୱିପହରରେ ଭୋଜନ କରିବା ଉଚିତ ଓ ଏହି ଭୋଜନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ଘଣ୍ଟା ମଧ୍ୟରେ କରିବା ଉଚିତ । ଯଦି ଆପଣ ଜଳଖିଆ ସକାଳ ସମୟରେ ଶୀଘ୍ର କରୁଛନ୍ତି, ତେବେ ଦ୍ୱିପହରର ଭୋଜନ ୧୨ ଘଣ୍ଟା ସମୟରେ କରନ୍ତୁ କିନ୍ତୁ ଯଦି ଆପଣ ସକାଳର ଜଳଖିଆ ୧୦ଟାରେ କରୁଛନ୍ତି; ତେବେ ଦ୍ୱିପହରର ଭୋଜନ ୨ଟା ପୂର୍ବରୁ କରନ୍ତୁ । ଏହି ସମୟ ସାରଣୀ ମଧ୍ୟରେ ଦ୍ଵିପହରର ଭୋଜନ କରନ୍ତୁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଭଲ ।

କେତେ ମାତ୍ରାରେ ଖାଇବେ ଦ୍ୱିପହରର ଭୋଜନରେ :

ଦ୍ୱିପହରର ଭୋଜନ କେଉଁ ସମୟରେ କରିବା ଉଚିତ ଜାଣିବା ପରେ ଆପଣଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ, କେତେ ମାତ୍ରାରେ ଭୋଜନ କରିବେ ? ଦ୍ୱିପହରର ଭୋଜନ ଅଧିକ ହେବା ଉଚିତ ନୁହେଁ କାହିଁକି ନା ଏହାଦ୍ଵାରା ଆଳସ୍ୟପଣ ମଧ୍ୟ ଆସି ଯାଇଥାଏ ଓ ଯାହାଫଳରେ ମନରେ କାମ କରିବାର ଆଗ୍ରହ ଆସିନଥାଏ । ଏଥିପାଇଁ ଦ୍ୱିପହରର ଭୋଜନ ହାଲୁକା ହେବା ଉଚିତ ।

ଖାଦ୍ୟର ମାତ୍ରା :

• ଯଦି ଆପଣ ରୁଟି ଦ୍ୱିପହରର ଭୋଜନରେ ଖାଉଛନ୍ତି; ତେବେ ଆପଣ ତିନୋଟି ରୁଟିକୁ ସାମିଲ କରିପାରିବେ । ଏହାସହ ଅଧା ଡାଲି ଓ ତରକାରୀ ଏବଂ ଦହି ସାମିଲ କରିପାରିବେ ।

• ଯଦି ଆପଣଙ୍କୁ ଦ୍ଵିପହରର ଭୋଜନରେ ଭାତ ପସନ୍ଦ କରନ୍ତି, ତେବେ ଏହା ସହ ଆପଣ ଡାଲି ଓ ତରକାରୀ ଏବଂ ଦହି ମଧ୍ୟ ସାମିଲ କରିପାରିବେ ।

• ଅନେକ ଲୋକ ରୁଟି ଓ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କ ରୁଟି ଓ ଭାତ ଉଭୟ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଗୋଟିଏ ଅଳ୍ପ ପରିମାଣର ଭାତ ସହିତ ଆବଶ୍ୟକତା ଅନୁସାରେ ଗୋଟିଏ କିମ୍ବା ଦୁଇଟି ରୁଟି ସହ ଡାଲି, ତରକାରୀ ଓ ଦହି ମଧ୍ୟ ଖାଦ୍ୟରେ ଗ୍ରହଣ କରିପାରିବେ ।

• ଦ୍ୱିପହରର ଭୋଜନରେ ଆପଣ ଇଡଲି ଏବଂ ଶାମ୍ବରୀ ମଧ୍ୟ ଖାଇପାରିବେ ।

ଆପଣ କେବଳ ଧ୍ୟାନ ରଖିବେ ଯେ, ଦ୍ଵିପହରରେ ଅତ୍ୟାଧିକ ଭୋଜନ ଗ୍ରହଣ କରିବେ ନାହିଁ । ଭୋଜନରେ ଆପଣ ସବୁ ଜିନିଷକୁ ସାମିଲ କରିପାରିବେ କିନ୍ତୁ ଅଳ୍ପ ଅଳ୍ପ କରି ଖାଇନ୍ତୁ, ଯାହାଦ୍ଵାରା ଆଲସ୍ୟପଣର ବଶବର୍ତ୍ତୀ ହେବାକୁ ପଡିବ ନାହିଁ ।

କାହିଁକି ଜରୁରୀ ହୋଇଥାଏ ଦ୍ୱିପହରର ଭୋଜନ :

ଯେଉଁ ଲୋକ ଦ୍ୱିପହରର ଭୋଜନ କରି ନ ଥାନ୍ତି; ସେମାନଙ୍କୁ ହାଲିଆ ଅନୁଭବ ହୋଇଥାଏ ଏବଂ ଦୁର୍ବଳ ମଧ୍ୟ ହୋଇଯାଇଥାନ୍ତି । ଅଧିକାଂଶ ଲୋକ ଅଫିସ ଯାଇଥା’ନ୍ତି ସେଥିପାଇଁ ତାଙ୍କୁ ଉର୍ଚ୍ଚା ଆବଶ୍ୟକ ହୋଇଥାଏ । ଶରୀରକୁ ଊର୍ଜା ମିଳିବା ପାଇଁ ଦ୍ୱିପହରର ଭୋଜନ ଅତ୍ୟନ୍ତ ଜରୁରୀ ଅଟେ । ଭୋଜନ ୧୨ ଘଣ୍ଟା ସମୟ ପରେ ଏବଂ ଅପରାହ୍ନ ୨ଟା ପୂର୍ବରୁ କରିବା ଉଚିତ ଏବଂ ଖାଦ୍ୟ ପୁଷ୍ଟିକର ହେବା ଆବଶ୍ୟକ ।

ଏହି କଥାର ଧ୍ୟାନ ରଖନ୍ତୁ :

• ଅଧିକ ଲୋକ ଖାଦ୍ୟ ଖାଇବା ପରେ ପରେ ପାଣି ପିଅନ୍ତି; ଯାହାକି ଉଚିତ ନୁହେଁ । ଖାଦ୍ୟ ଖାଇବା ପରେ ଅତି କମ୍ ରେ ୩୦ ମିନିଟ୍ ବ୍ୟବଧାନ ପରେ ପାଣି ପିଅନ୍ତୁ ।

• ଖାଦ୍ୟ ଖାଇବା ପରେ କେବେ ମଧ୍ୟ ଜୁସ୍ କିମ୍ବା କ୍ଷୀର ପିଅନ୍ତୁ ନାହିଁ ।

• ଖାଦ୍ୟ ଖାଇବା ପରେ, ତୁରନ୍ତ କୌଣସି ସ୍ଥାନରେ ବସିବା କିମ୍ବା ଶୋଇବା ଠିକ୍ ନୁହେଁ । ବସିବା କିମ୍ବା ଶୋଇବା ପୂର୍ବରୁ ଟିକେ ଚାଲବୁଲ କରନ୍ତୁ, ଯାହାଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇପାରିବ ।

• ଅନେକ ଲୋକ ଖାଦ୍ୟ ଖାଇବା ପରେ ଚାହା କିମ୍ବା କଫି ପିଅନ୍ତି, ଯାହାକି ଆଦୌ ଉଚିତ ନୁହେଁ । ଏହାଦ୍ୱାରା ଖାଦ୍ୟରେ ଥିବା ତତ୍ତ୍ଵ ଶରୀରକୁ ମିଳି ପାରିନଥାଏ ।

• ଦ୍ୱିପହରର ଭୋଜନରେ ପନିର୍ କିମ୍ବା ମାଂସ ସାମିଲ କରନ୍ତୁ ନାହିଁ । କାହିଁକି ନା ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ ।

• ଯଦି ଆପଣ ଡାଇଟ୍ କରୁଛନ୍ତି; ତେବେ ଭୋଜନରେ ଜୁସ୍ କିମ୍ବା ସୁପ୍ କୁ ସାମିଲ କରନ୍ତୁ ଏବଂ ଏହାର ମନେ ରଖନ୍ତୁ କେବେ ମଧ୍ୟ ଭୋକକୁ ମାରନ୍ତୁ ନାହିଁ ଅର୍ଥାତ ଭୋକ ଲାଗିବା କ୍ଷଣେ କିଛି ନା କିଛି ଖାଇ ନିଅନ୍ତୁ ।

• ଭୋଜନରେ ଆପଣ ତରକାରୀକୁ ସାମିଲ କରନ୍ତୁ । ଏହା ବ୍ୟତୀତ ସାଲାଟ୍ ମଧ୍ୟ ସାମିଲ କରିପାରିବେ ।

• ସର୍ବଦା ଘର ଖାଦ୍ୟ ହିଁ ଖାଆନ୍ତୁ ।

ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଦ୍ୱିପହରର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ ଖାଇବା ଉଚିତର ସୂଚନା ମିଳିବା ପରେ ମୁଁ ଆଶା କରୁଛି ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯାଇଥିବ । ଏହାସହ ଆପଣଙ୍କୁ କଣ ଖାଇବା ଉଚିତ ଏବଂ କଣ ନୁହେଁ ତାହା ମଧ୍ୟ ଜ୍ଞାତ ହୋଇଯାଇଥିବ ।

ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*