ଏହି ୬ଟି କାମ କରୁଥିବା ଲୋକ କେବେ ମଧ୍ୟ ହୋଇପାରିବେ ନାହିଁ ଧନୀ ! ଦାରିଦ୍ର୍ୟତାରେ ହିଁ ଅତିବାହିତ ହୋଇବାକୁ ପଡିଥାଏ ଜୀବନ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରବିତ୍, ନ୍ୟାୟବାଦୀ ଏବଂ ଜଣେ ରାଜକୀୟ ପରାମର୍ଶଦାତା ଭାବରେ ବେଶ୍ ଜଣାଶୁଣା । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ୱାନ ଥିଲେ । ଏହି ବଡ଼ ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ସେ ଏକ ସାଧାରଣ କୁଟୀରରେ ରହିବାକୁ ପସନ୍ଦ କରୁଥିଲେ । ଏହା ସହିତ ସେ ଅତ୍ୟନ୍ତ ସାଧାରଣ ଜୀବନ ବଞ୍ଚିବାକୁ ବିଶ୍ୱାସ କରୁଥିଲେ ।

ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ନିଜ ଦ୍ଵାରା ରଚିତ “ଚାଣକ୍ୟ ନୀତି”ରେ ସ୍ଥାନ ଦେଇଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ନିଜ “ନୀତିଶାସ୍ତ୍ର” ବା “ନୀତିଗ୍ରନ୍ଥ”ରେ ମନୁଷ୍ୟ ଜୀବନ ପାଇଁ ଅନେକ ନୀତିର ଉଲ୍ଲେଖ କରାଯାଇଛି । ଯଦି ମନୁଷ୍ୟ ନିଜ ଜୀବନ କାଳରେ ଏହିସବୁ ନୀତିକୁ ଅନୁସରଣ କରନ୍ତି, ତେବେ ସେମାନଙ୍କ ଜୀବନ ସୁଖମୟ ହୋଇଯାଏ । ସେ ଏକ ଶ୍ଳୋକ ମାଧ୍ୟମରେ ସେହି ୬ଜଣ ବ୍ୟକ୍ତିଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ କେବେ ମଧ୍ୟ ଧନୀ ହୋଇପାରିବେ ନାହିଁ । ଏବେ ମନରେ ପ୍ରଶ୍ନ ଆସୁଥିବା ସେହି ବ୍ୟକ୍ତିମାନେ କିଏ କିଏ ଅଟନ୍ତି ? ଆସନ୍ତୁ ଜାଣିବା ।

ଶ୍ଳୋକ:-

କୁଚୈଳିନଂ ଦନ୍ତମଳୋପଧାରିଣଂ ବ୍ରହ୍ମାଶିନଂ ନିଷ୍ଠୁରଭାସିନଂ ଚ ।

ସୂର୍ଯ୍ୟୋଦୟେ ଚାସ୍ତମିତେ ଶାୟାନଂ ବିମୁଶ୍ଚତିଶ୍ରୀର୍ୟାଦି ଚକ୍ରପାଣିଃ ।।

ଏହିପ୍ରକାରର ଲୋକ କେବେ ମଧ୍ୟ ଧନୀ ହୋଇପାରିବେ ନାହିଁ:-

* ଚାଣକ୍ୟ କହିଛନ୍ତି ଖରାପ ପୋଷାକ ପରିଧାନ କରୁଥିବା ଲୋକ ଏବଂ ନିଜ ଚାରିପାଖରେ ଅଳିଆ ଆବର୍ଜନା ବିସ୍ତାର କରୁଥିବା ଲୋକଙ୍କ ପାଖରେ ଲକ୍ଷ୍ମୀ କେବେ ମଧ୍ୟ ରୁହନ୍ତି ନାହିଁ । ଏହିଭଳି ଲୋକମାନେ ସମାଜରେ ନିଜର ମାନ-ସମ୍ମାନ ପ୍ରାପ୍ତ ମଧ୍ୟ କରିପାରନ୍ତି ନାହିଁ ।

Google

* ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଥିବା ଲୋକମାନଙ୍କ ନିକଟରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଉଥିବା ଲୋକଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥାଏ ଏବଂ ଏମାନଙ୍କ ଉପରେ କେବେ ମଧ୍ୟ ମାଆ ଲକ୍ଷ୍ମୀଙ୍କର କୃପା ଆଶୀର୍ବାଦ ମିଳେ ନାହିଁ ।

* ଆଚାର୍ଯ୍ୟଙ୍କ ଅନୁଯାୟୀ ସେହି ଲୋକଙ୍କ ପାଖରେ ମଧ୍ୟ କେବେ ଟଙ୍କା ରହିପାରେ ନାହିଁ, ଯେଉଁମାନେ ନିଜ ଦାନ୍ତ ସଫା କରନ୍ତି ନାହିଁ । ଏହିପରି ଲୋକଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ରହିଥା’ନ୍ତି, ଯେଉଁଥି କାରଣରୁ ବ୍ୟକ୍ତି ଦରିଦ୍ର ହୋଇଯାଆନ୍ତି ।

* କଟୁବାଣୀ କହୁଥିବା ଲୋକ କିମ୍ବା ନିଜ ବାଣୀ ଉପରେ ସଂଯମତା ରକ୍ଷା କରି ପାରୁନଥିବା ଲୋକମାନଙ୍କ ପାଖରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଯେଉଁ ଲୋକମାନେ ଅନ୍ୟମାନଙ୍କ ମନକୁ ଦୁଃଖ ପହଞ୍ଚାନ୍ତି, ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି, ଏହିପରି ଲୋକମାନେ ଜୀବନ ସାରା ଦାରିଦ୍ର୍ୟତାରେ ଜୀବନ ଅତିବାହିତ କରନ୍ତି ।

* ଆବଶ୍ୟକତା ଠାରୁ ଅଧିକ ଭୋଜନ କରୁଥିବା ଲୋକଙ୍କୁ ଚାଣକ୍ୟ ନୀତିରେ ଦରିଦ୍ର ବୋଲି କୁହାଯାଇଛି । ଏଥିପାଇଁ ଯେଉଁ ଲୋକମାନେ ଭୋକରେ ଅଧିକ ଭୋଜନ କରନ୍ତି, ସେମାନଙ୍କ ପାଖରେ କେବେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା ବ୍ୟକ୍ତିଙ୍କୁ ଦାରିଦ୍ର୍ୟତା ଆଡକୁ ନେଇଯାଏ, ଏହା ସହିତ ଏହିପରି ଲୋକମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ କେବେ ଭଲ ରହେ ନାହିଁ ।

* ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି; ଛଳକପଟ ଏବଂ ଖରାପ କର୍ମ ଦ୍ୱାରା ହାସଲ କରାଯାଇଥିବା ଟଙ୍କା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟକ୍ତି ନିକଟରେ ରହିପାରେ ନାହିଁ । ଏହିପରି ଲୋକମାନେ ଆଗାମୀ ଦିନରେ ସମସ୍ୟାର ଘେରିରେ ଛନ୍ଦି ହୋଇଯାନ୍ତି; ଯେଉଁଥି କାରଣରୁ ଏହି ଲୋକମାନଙ୍କର ଟଙ୍କା ନଷ୍ଟ ହୋଇଯାଏ ।

Be the first to comment

Leave a Reply

Your email address will not be published.


*