ରଣବିର କପୂରଙ୍କ ଭାଉଜ ହେବାକୁ ଯାଉଛନ୍ତି ତାରା ସୁତାରିୟା ? କପୂର ପରିବାରର ଏହି ପୁଅକୁ କରିବେ ବିବାହ ?

ରଣବିର କପୂରଙ୍କ ଲଭ୍ ଅଫେୟାର ଗୁଡ଼ିକ ସର୍ବଦା ଚର୍ଚ୍ଚାରେ ରହିଥାଏ । ରଣବିର ବର୍ତ୍ତମାନ ଆଲିୟା ଭଟ୍ଟଙ୍କ ସହ ସମ୍ପର୍କରେ ଅଛନ୍ତି । ଗୋଟିଏ ପକ୍ଷରେ ଫ୍ୟାନ୍ସ ମାନେ ଯେତେବେଳେ ରଣବିରଙ୍କ ବାହାଘରକୁ ଅପେକ୍ଷା କରିଛନ୍ତି ଅନ୍ୟପକ୍ଷରେ ଗତ କିଛି ସମୟରୁ ତାଙ୍କ ସମ୍ପର୍କୀୟ ଭାଇ ଆଦର ଜୈନ ଓ ଅଭିନେତ୍ରୀ ତାରା ସୁତାରିୟାଙ୍କ ବିବାହର ଖବର ଗଣମାଧ୍ୟମରେ ଛାଇ ରହିଛି । ଏପରିକି କୁହାଯାଉଛି ଯେ ପରିବାର ଲୋକମାନେ ଦୁହିଁଙ୍କ ବିବାହର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଓ ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । କିନ୍ତୁ ବର୍ତ୍ତମାନ ଆଦର ଜୈନ ନିଜ ବିବାହ ଖବର ବିଷୟରେ କହିଛନ୍ତି ଯେ ଏହା ଗୁଜବ ଅଟେ, ଓ ବର୍ତ୍ତମାନ ସେ ବିବାହ କରିବା ପାଇଁ ଚାହଁନ୍ତି ନାହିଁ । ସେ ବର୍ତ୍ତମାନ ଏକ୍ସସେଲ ଏଣ୍ଟରଟେନମେଣ୍ଟ ସହ ନିଜର ଆଗାମୀ ଚଳଚ୍ଚିତ୍ର ‘ହେଲୋ ଚାର୍ଲି’ର କାମରେ ବ୍ୟସ୍ତ ଅଛନ୍ତି ।

ପରିବାରର ସମାରୋହ ଗୁଡ଼ିକରେ ନଜର ଆସନ୍ତି ତାରା

ଆଦର ଓ ତାରାଙ୍କୁ ଅନେକ ଥର ସାଥିରେ ସମୟ ଅତିବାହିତ କରୁଥିବାର ଦେଖାଯାଇଛି । ଏଥିସହ ଦୁହେଁ ସମସ୍ତ ଉତ୍ସବ ଓ ସମାରୋହରେ ଏକାଠି ନଜର ଆସନ୍ତି । ଆଦରଙ୍କ ଘରର ସମସ୍ତ ଉତ୍ସବରେ ତାରା ସାମିଲ ହୁଅନ୍ତି । ଆଦର ଜୈନଙ୍କ ଭାଇ ଅରମାନ ଜୈନ ଓ ଅନିଶାଙ୍କ ବିବାହ ଉତ୍ସବରେ ମଧ୍ୟ ତାରା ସୁତାରିୟା ଯୋଗ ଦେଇଥିଲେ ।

ଅରମାନ ଜୈନଙ୍କ ବିବାହରେ ତାରା ସୁତାରିୟାଙ୍କ ଫଟୋଗୁଡିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା । କିଛି ଦିନ ଆଗରୁ ଏକ ଇଣ୍ଟରଭ୍ୟୁ ସମୟରେ ତାରା ଆଦରଙ୍କ ସହିତ ସମ୍ପର୍କରେ ଥିବା ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଥିଲେ । ତାରା କହିଥିଲେ ଯେ ଏପରି କଥାକୁ ଗୋପନୀୟ ରଖିବାରେ ମୁଁ ବିଶ୍ୱାସ କରେ ନାହିଁ ଯାହାକି ସୁନ୍ଦର ଅଟେ । ତାରା କହିଥିଲେ, ତାଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ସମ୍ପର୍କରେ ଅଛି ତେବେ ଏହା ସ୍ପଷ୍ଟ ଯେ ସେହି ସମ୍ପର୍କ ପବିତ୍ର ଓ ବ୍ୟକ୍ତିଗତ ଅଟେ । ତାଙ୍କ ପ୍ରଫେସନରେ ଏପରି ଖୁବ ଅଳ୍ପ ଜିନିଷ ହିଁ ବ୍ୟକ୍ତିଗତ ହୋଇଥାଏ କିମ୍ବା କୌଣସି କଳ୍ପନାରେ ଛାଡି ଦିଆଯାଏ ଏଥିପାଇଁ ସେ କୁହନ୍ତି କିଛି ଲୋକ ନିଜ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ ଏବଂ ଲୋକଙ୍କୁ ନିଜ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ସୁଚାଇବାକୁ ପସନ୍ଦ କରନ୍ତି ନାହିଁ ।

ଡିଜ୍ନି ଶୋ ଠାରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର

ତାରା ସୁତାରିୟା ୨୦୧୦ରେ ଡିଜ୍ନି ଚ୍ୟାନେଲର ଏକ ଧାରାବାହିକ ‘ବିଗ୍ ବଡା ବୁମ୍’ରେ ଏକ ଶିଶୁ କଳାକାର ଭାବେ ନିଜ ଅଭିନୟ କ୍ୟାରିୟର ର ଶୁଭାରମ୍ଭ କରିଥିଲେ । ଏହା ପରେ ସେ ଆଉ କିଛି ଟିଭି ଶୋ ମାନଙ୍କରେ ନଜର ଆସିଲେ । ତାରା ‘ଷ୍ଟୁଡେଣ୍ଟ ଅଫ ଦ ଇୟର୨’ ଠାରୁ ନିଜ ବଲିଉଡ଼ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ବଲିଉଡ଼ରେ ପାଦ ରଖିଲେ । ତା’ପରେ ତାରା ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶମୁଖଙ୍କ ସହ ଚଳଚ୍ଚିତ୍ର ‘ମରଜାବା’ରେ ନଜର ଆସିଲେ । ତାରା ସୁତାରିୟା ନିକଟରେ ବର୍ତ୍ତମାନ ‘ତଡ଼ପ୍’ ଓ ‘ଏକ ବିଲେନ୍ ୨’ ଭଳି ଚଳଚ୍ଚିତ୍ର ରହିଛି । ‘ତଡ଼ପ୍’ ତେଲୁଗୁ ଚଳଚ୍ଚିତ୍ର ‘ଆରଏକ୍ସ ୧୦୦’ର ରିମେକ୍ ଅଟେ ଯେଉଁ ଚଳଚ୍ଚିତ୍ରରୁ ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଏକ ବିଲେନ୍ ୨’ର ନିର୍ଦେଶନା ଦେଇଛନ୍ତି ମୋହିତ ସୁରି । ଏହି ଚଳଚ୍ଚିତ୍ରରେ ତାରା ସୁତାରିୟାଙ୍କ ସହ ଜନ୍ ଅବ୍ରହାମ୍, ଦିଶା ପଟାନୀ ଓ ଆଦିତ୍ୟ ରଏ କପୂର ମଧ୍ୟ ନଜର ଆସିବେ ।

Be the first to comment

Leave a Reply

Your email address will not be published.


*