କୁମ୍ କୁମ୍ ଭାଗ୍ୟର ‘ଇନ୍ଦୁ ଦାଦି’ ଜରିନା ରୋଶନଙ୍କର ଦେହାନ୍ତ, ଷ୍ଟାରମାନେ ଦେଲେ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି !

ସିରିୟଲ ‘କୁମ୍ କୁମ୍ ଭାଗ୍ୟ’ର ଦର୍ଶକଙ୍କ ପାଇଁ ବହୁତ ଦୁଃଖ ଖବର ଆସିଛି । ସିରିୟଲରେ ଇନ୍ଦୁ ଦାଦିର ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଜରିନା ରୋଶନ ବର୍ତ୍ତମାନ ଆମ ମଧ୍ୟରେ ନାହାଁନ୍ତି । ହୃଦଘାତ ହେବା କାରଣରୁ ଜରିନା ରୋଶନଙ୍କ ଦେହାନ୍ତ ହୋଇଛି । ସେ ୫୪ବର୍ଷର ଥିଲେ । ତାଙ୍କର ହଠାତ ଦେହାନ୍ତକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି । ଆପଣଙ୍କୁ କହିଦଉଛୁ ଯେ ଜରିନା ରୋଶନ ଅନେକ ଲୋକପ୍ରିୟ ଫିଲ୍ମରେ କାମ କରିଥିଲେ । ସେ ତାଙ୍କ କ୍ୟାରିୟରର ଆରମ୍ଭ ଫିଲ୍ମରୁ କରିଥିଲେ । ଯେଉଁଥିରେ ସେ ଷ୍ଟଣ୍ଟ ହିରୋଇନ ଭାବରେ ଦେଖାଯାଇଥିଲେ । ଜରିନା ରୋଶନ ସିରିୟଲ ‘ୟେ ରିସ୍ତା କ୍ୟା କହଲାତା ହେ’ରେ ମଧ୍ୟ କାମ କରିଥିଲେ ।

ତାଙ୍କ ସହ କାମ କରିଥିବା ସିରିୟଲ ‘କୁମ୍ କୁମ୍ ଭାଗ୍ୟ’ର ପୁରା ଟିମ୍ ଗଭୀର ଦୁଃଖ ଏବଂ ଚକିତରେ ଅଛନ୍ତି ।

ସିରିୟଲର ମୁଖ୍ୟ ଅଭିନେତ୍ରୀ ଶ୍ରୀତି ଝା ଜରିନା ରୋଶନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କସହ ନିଜର ଏକ କ୍ୟୁଟ୍ ସେଲ୍ଫି ପୋଷ୍ଟ କରିଛନ୍ତି । ଏହା ସହିତ ଶ୍ରୀତି ଝା ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ଜରିନା ରୋଶନଙ୍କୁ ନାଚୁଥିବାର ଦେଖାଯାଇପାରେ । ଏହି ଫଟୋ ଏବଂ ଭିଡ଼ିଓକୁ ପୋଷ୍ଟ କରି ଶ୍ରୀତି ଏକ ହୃଦୟ ଭାଙ୍ଗିଥିବା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।

ତେବେ ଶୋ’ରେ ଅଭି ମେହେରାର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଶାବୀର ଅହଲୁୱାଲିଆ ଇନ୍ଦୁ ଦାଦିଙ୍କୁ ମନେ ପକାଇ ଜରିନା ରୋଶନଙ୍କ ସହ ନିଜର ପ୍ରେମଭରା ସେଲ୍ଫି ସେୟାର କରିଛନ୍ତି । ଏହି ଫଟୋରେ ଶାବୀର ଜରିନା ରୋଶନଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଫଟୋର କ୍ୟାପସନରେ ଶାବୀର ଲେଖିଛନ୍ତି କି, ‘ୟେ ଚାନ୍ଦ ସା ରୋଶନ ଚେହେରା’ ।

ଶୋ’ର ଅଭିନେତା ଭିନ ରାଣା ମଧ୍ୟ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଜରିନା ରୋଶନଙ୍କ ଏକ ଫଟୋ ସେୟାର କରିଛନ୍ତି ।

ଶୋ’ରେ କାମ କରୁଥିବା ଅଭିନେତା ଅନୁରାଗ ଶର୍ମା ମଧ୍ୟ ଜରିନା ରୋଶନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନୁରାଗ କହିଛନ୍ତି, “ଏହି ଖବର ଅତ୍ୟନ୍ତ ଚକିତ ଅଟେ । ଜରିନା ରୋଶନ ଜୀ ଜଣେ ଭଲ ମହିଳା ଥିଲେ । ଏହି ବୟସରେ ମଧ୍ୟ ତାଙ୍କର ଏନର୍ଜୀ ଦେଖିବା ଯୋଗ୍ୟ ଥିଲା । ମୋ ଭବନାରେ ସେ ତାଙ୍କ କ୍ୟାରିୟରର ଆରମ୍ଭ ଷ୍ଟଣ୍ଟ ମହିଳା ଭାବରେ କରିଥିଲେ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ସଂଗ୍ରାମୀ ଥିଲେ । ମୁଁ ତାଙ୍କ ସହିତ ଗତ ମାସରେ କାମ କରିଥିଲି ଏବଂ ଆମେ ଭଲ ସମୟ ଏକାଠି କଟାଇଥିଲୁ । ସେହି ସମୟରେ ସେ ଠିକ୍ ଥିଲେ କିନ୍ତୁ ଆଜି ହଠାତ ଏହି ଖବର ଆସିଲା । ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ।”

Be the first to comment

Leave a Reply

Your email address will not be published.


*