ଷ୍ଟିଙ୍ଗ ଅପରେସନ ମାଧ୍ୟମରେ ମହାରାଷ୍ଟ୍ର ସରକାରଙ୍କର ଜଣାପଡିଲା ସତ୍ୟତା: ଧରାପଡିଲା ରିପବ୍ଲିକ୍ ଟିଭି ଉପରେ ପ୍ରତିବନ୍ଧକ ଲଗାଇବାର ଷଡ଼ଯନ୍ତ୍ର !

ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ୍ ଟିଭି ବର୍ତ୍ତମାନ ସମୟରେ ବିବାଦରେ ରହିଛି । ତାଙ୍କ ଉପରେ ମୁମ୍ବାଇ ପୋଲିସ୍ ମିଥ୍ୟା ଟିଆରପିର ଅଭିଯୋଗ ଲଗାଇଛନ୍ତି । ଏଥିସହିତ ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ମଧ୍ୟ ତାଙ୍କୁ ସମାଲୋଚନା କରାଯାଉଛି । ବର୍ତ୍ତମାନ ଏହି ସମୟ ମଧ୍ୟରେ ରିପବ୍ଲିକ୍ ଟିଭି କଂଗ୍ରେସ ହେଡକ୍ବାର୍ଟର ମଧ୍ୟରେ ଏକ ଷ୍ଟିଙ୍ଗ ଅପରେସନ କରିଦେଇଛି । ଏହି ଷ୍ଟିଙ୍ଗ ମାଧ୍ୟମରେ ରିପବ୍ଲିକ୍ ଟିଭି ଏହା କହିବାକୁ ଚାହୁଁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଏକ ରାଜନୈତିକ ଷଡ଼ଯନ୍ତ୍ର ଅଟେ ।

ଏହି ଷ୍ଟିଙ୍ଗ ଅପରେସନର ଭିଡିଓ ମଧ୍ୟ ରିପବ୍ଲିକ୍ ଟିଭି ନିଜ ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ରିପବ୍ଲିକ୍ ଟିଭି ଅନୁଯାୟୀ ଏହି ଭିଡିଓ କଂଗ୍ରେସ ହେଡକ୍ବାର୍ଟର ଭିତରର ଅଟେ । ଏହି ଭିଡିଓରେ କଂଗ୍ରେସ ନେତା ରାଘବେନ୍ଦ୍ର ଶୁକ୍ଳା ଦେଖା ଯାଉଛନ୍ତି । ସେ ଜଣେ ମହିଳାଙ୍କୁ ଅଫ କ୍ୟାମେରାରେ କହୁଛନ୍ତି ଯେ କିପରି ଉଦ୍ଧବ ସରକାରଙ୍କ ଦ୍ଵାରା ରିପବ୍ଲିକ୍ ଟିଭିକୁ ବନ୍ଦ କରିବାର ପ୍ରଚେଷ୍ଟା କରାଯାଉଛି ।

ଭିଡିଓରେ କଂଗ୍ରେସ ନେତା ରାଘବେନ୍ଦ୍ର ଶୁକ୍ଳା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଟାର୍ଗେଟ୍ କରିବାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଅର୍ଣ୍ଣବଙ୍କୁ ତାଙ୍କ ସ୍ୱଭାବ ଯୋଗୁଁ ଟାର୍ଗେଟ୍ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଣ୍ଣବ କାହାକୁ କିଛି ମାନନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମାନନ୍ତି ନାହିଁ । ସେ ମୁଖ୍ୟମନ୍ତ୍ରୀ ଅଟନ୍ତି, ଆଜି ନିଜ ଦକ୍ଷତା ବଳରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ରାଘବେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ରିପବ୍ଲିକ୍ ଟିଭି ବନ୍ଦ ହୋଇ ରହିବ । ତାହା ଉପରେ ପ୍ରତିବନ୍ଧକ ଲଗାଇବାକୁ କେହି ମଧ୍ୟ ରକ୍ଷା କରିପାରିବେ ନାହିଁ । ଭିଡ଼ିଓରେ ଆହୁରି ଖୁଲସା ହୋଇଛି ଯେ ଅର୍ଣ୍ଣବଙ୍କ ଚ୍ୟାନେଲକୁ ବନ୍ଦ କରିବା ପାଇଁ ଏକ ସମ୍ପୁର୍ଣ୍ଣ ଦଳ ଗଠନ କରାଯାଇଛି । ଏହି ଦଳ ଉଦ୍ଧବ ସରକାରଙ୍କ ଦ୍ଵାରା ଗଠିତ ବୋଲି ଦାବି କରାଯାଇଛି । ରାଘବେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଯେପରି ଟିଆରପି ମାମଲା ସାମ୍ନାକୁ ଆସିଥିଲା, ଠିକ୍ ସେହିପରି ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏକ ନୂତନ ମାମଲା ମଧ୍ୟ ସାମ୍ନାକୁ ଆସିବ ।

Be the first to comment

Leave a Reply

Your email address will not be published.


*