ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣି ନେଉଥିବା ସାଧବୀ ଜୟା କିଶୋରୀ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧ, ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି ଅଜଣା କଥା !

ଭାରତରେ ଯେଉଁଠି ଚଳଚ୍ଚିତ୍ର ଓ କଳାକାରଙ୍କ ଚର୍ଚ୍ଚା ହୁଏ, ସେପକ୍ଷରେ ଏପରି ଏକ ପ୍ରଖ୍ୟାତ ମହିଳା ଅଛନ୍ତି ଯିଏକି ଚଳଚ୍ଚିତ୍ର ଜଗତରୁ ଖୁବ୍ ଦୂରବର୍ତ୍ତୀ ଅଛନ୍ତି କିନ୍ତୁ ଏହା ସତ୍ତ୍ୱେ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରୁହନ୍ତି । ଏହି ଖ୍ୟାତିନାମା ମହିଳା ହେଉଛନ୍ତି ସାଧବୀ ଜୟା କିଶୋରୀ । ଜୟା କିଶୋରୀଙ୍କ ନାମ ଭାରତର ପ୍ରସିଦ୍ଧ ଧାର୍ମିକ କଥା ବାଚକ ମଧ୍ୟରେ ସାମିଲ ରହିଛି । ଏହା ବ୍ୟତୀତ ସେ ନିଜର ପ୍ରେରଣାଦାୟକ ବକ୍ତୃତା ପାଇଁ ମଧ୍ୟ ବେଶ ଜଣାଶୁଣା । ତାଙ୍କ ମଧୁର ବାଣୀ କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଏ । ୟୁଟ୍ୟୁବରେ ତାଙ୍କ ଅନେକଗୁଡ଼ିଏ ଭଜନ ରହିଛି । ଏଥିସହ ସେ ଜଣେ କୃଷ୍ଣଭକ୍ତ ଅଟନ୍ତି । ଆଜି ଆମେ ଆପଣଙ୍କୁ ଜୟା କିଶୋରୀଙ୍କ ସହ ଜଡ଼ିତ କିଛି ଅଜଣା କଥାସବୁ ଜଣାଇବୁ, ଯାହା ଆପଣ ଆଗରୁ ଜାଣି ନଥିବେ ।

କୃଷ୍ଣଭକ୍ତ ଅଟନ୍ତି ସାଧବୀ ଜୟା କିଶୋରୀ

କୃଷ୍ଣ ଭକ୍ତ ଜୟା କିଶୋରୀଙ୍କ ଅଧିକାରୀକ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଜନ୍ମ ୧୩ ଜୁଲାଇ ୧୯୯୫କୁ କୋଲକାତା ସହରରେ ହୋଇଥିଲା । ତାଙ୍କ ମାଁଙ୍କ ନାମ ସୋନିୟା ଶର୍ମା ଓ ତାଙ୍କ ପିତାଙ୍କ ନାମ ଶିବ ଶଙ୍କର ଅଟେ । ଯେତେବେଳେ ସେ ମାତ୍ର ୭ ବର୍ଷ ବୟସର ଥିଲେ ତେବେଠାରୁ ସେ ଅଧ୍ୟାତ୍ମ ମାର୍ଗରେ ଜଡ଼ିତ ହୋଇଗଲେ । ସେ ମୁଖ୍ୟ ଭାବେ ନିଜ କଥା ଓ କାହାଣୀ ପାଇଁ ପ୍ରସିଦ୍ଧ ଅଟନ୍ତି । ତାଙ୍କ କଥାର ପ୍ରଭାବ ତାଙ୍କ ଭକ୍ତମାନଙ୍କ ଜୀବନରେ ଦେଖିବାକୁ ମିଳେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶ୍ରୀମତଭଗବତ ଗୀତା କଥା, ନାନୀ ବାଇ ରୋ ମାୟରାରେ ଆଧାରିତ ୩୫୦ କାହାଣୀର ବର୍ଣ୍ଣନା କରିଛନ୍ତି । ଏହି ସମସ୍ତ କଥା ତାଙ୍କ ଇଷ୍ଟଦେବ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଅଟେ ।

ବାଲ୍ୟ କାଳରୁ ଥିଲା ଅଧ୍ୟାତ୍ମରେ ରୁଚି

ଯେଉଁଠାରେ ଆଜିକାଲି ଛୋଟ ବୟସର ପୁଅଝିଅ ମାନେ ମୋବାଇଲ ଫୋନ କିମ୍ବା ଗେମ୍ ସହ ଜଡ଼ିତ ହୋଇଯାଆନ୍ତି, ସେପକ୍ଷରେ ସାଧବି ଜୟା କିଶୋରୀଙ୍କ ସମ୍ପୂର୍ଣ୍ଣ ବାଲ୍ୟକାଳ ଆଧ୍ୟାତ୍ମିକ ବିଚାରରେ ଭରପୁର ଥିଲା । ମାତ୍ର ସାତ ବର୍ଷ ବୟସରେ ସେ ଧାର୍ମିକ କ୍ଷେତ୍ରର ଗଭୀରତାରେ ବୁଡି ଯାଇଥିଲେ । ଏହାର ଏକ କାରଣ ତାଙ୍କ ପରିବାର ମଧ୍ୟ ଥିଲେ । କାରଣ ସେ ଏପରି ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯେଉଁଠାରେ ସମସ୍ତ ବ୍ୟକ୍ତି ଧାର୍ମିକ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ତାଙ୍କ ଅଜା ଆଇ ସବୁବେଳେ ତାଙ୍କ ଧାର୍ମିକ କାହାଣୀ ସବୁ ଶୁଣାଉଥିଲେ । ଅଧିକାଂଶ କୃଷ୍ଣ କଥା ଗୁଡ଼ିକ ଶୁଣି ଶୁଣି ଜୟା କିଶୋରୀ ବାଲ୍ୟ କାଳରୁ ହିଁ ଭଜନ ସବୁ ମନେ ରଖି ଦେଉଥିଲେ । ବୋଧହୁଏ ଏଥିପାଇଁ ଆଜି ମଧ୍ୟ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ପ୍ରେମ ଓ ଭକ୍ତି ରହିଛି ।

ଏହା ଅଟେ ତାଙ୍କର ପ୍ରସିଦ୍ଧ ଭଜନଗୁଡ଼ିକ

ଯେବେମଧ୍ୟ ସାଧବୀ ଜୟା କିଶୋରୀଙ୍କ ନାମ ଆସେ, ସବୁଠାରୁ ପ୍ରଥମେ ତାଙ୍କର ଭଜନ ଗୁଡ଼ିକ ମନେ ଆସେ । ତାଙ୍କର ସମସ୍ତ ଭଜନ ଗୁଡ଼ିକ ଖୁବ ପ୍ରଶଂସା ଓ ମାନ୍ୟତା ପ୍ରଦାନ କରାଯାଏ । ସେ ଅନେକ ଧାର୍ମିକ ଏଲବମ୍ ଗୁଡ଼ିକରେ କାର୍ଯ୍ୟ କରିଛନ୍ତି ଏବଂ ସେଥି ମଧ୍ୟରୁ ‘ଶିବ ସ୍ତୋତ୍ର’, ‘ସୁନ୍ଦର କାଣ୍ଡ’, ‘ମେରେ କାହ୍ନା କି’, ‘ଶ୍ୟାମ୍ ଥାରୋ ଖାଟୁ ପାର’, ‘ଦିୱାନୀ ଶ୍ୟାମ୍ କି’, ଆଦି ପ୍ରସିଦ୍ଧ ଅଟେ । ଅନେକଗୁଡ଼ିଏ ଭକ୍ତ ତାଙ୍କ ବିଷୟରେ ଇଣ୍ଟରନେଟରେ ତାଙ୍କ ବୈବାହିକ ଜୀବନ, ସ୍ୱାମୀ, ବୟସ ଆଦି ବିଷୟରେ ସନ୍ଧାନ କରନ୍ତି ।

କଣ ବିବାହିତା ଅଟନ୍ତି ଜୟା କିଶୋରୀ ?

ସାଧବୀ ଜୟା କିଶୋରୀଙ୍କ କୋଟି କୋଟି ସଂଖ୍ୟାରେ ଭକ୍ତ ଅଛନ୍ତି । ତାଙ୍କ ବିଷୟରେ ସମସ୍ତଙ୍କ ମନରେ ପ୍ରଥମ ପ୍ରଶ୍ନ ଆସେ ଯେ ସେ ବିବାହିତା ଅଟନ୍ତି କିମ୍ବା ନୁହେଁ । ତେବେ ଆପଣଙ୍କୁ ସୁଚାଇଦେଉଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜୟା କିଶୋରୀ ବିବାହ କରି ନାହାଁନ୍ତି । ଏକ ଇଣ୍ଟରଭିୟୁରେ ସେ କହିଥିଲେ ଯେ ସେ ସାମାନ୍ୟ ଯୁବତୀଙ୍କ ଭଳି ନୁହଁନ୍ତି ଏବଂ ସଠିକ୍ ସମୟ ଆସିଲେ ବିବାହ ନିଶ୍ଚିତ ଭାବରେ କରିବେ । ସୂଚନାଥାଉକି ସାଧବୀ ଜୟାଙ୍କ ଆରମ୍ଭ ଶିକ୍ଷା ଗୁରୁ ଗୋବିନ୍ଦରାମ ମିଶ୍ରା ଦେଇଥିଲେ । ସେ ତାଙ୍କୁ ‘କିଶୋରୀଜୀ’ ଉପାଧି ଆଶୀର୍ବାଦ ସ୍ୱରୂପ ପ୍ରଦାନ କରିଥିଲେ ।

ଦାନରେ ରଖନ୍ତି ବିଶ୍ୱାସ

ମିଡ଼ିଆ ରିପୋର୍ଟ ଅନୁଯାୟୀ ଜୟା କିଶୋରୀ ଜୀ ଦାନ କରିବାରେ ଖୁବ୍ ବିଶ୍ୱାସ ରଖନ୍ତି । ସେ ତାଙ୍କ କଥାରୁ ମିଳୁଥିବା ଦାନ ରାଶିକୁ ନାରାୟଣ ସେବା ଟ୍ରଷ୍ଟ, ଉଦୟପୁରରେ ଦାନ କରି ଦିଅନ୍ତି । ଏହି ଟଙ୍କାରୁ ଟ୍ରଷ୍ଟ ବିକଳାଙ୍ଗ ମାନଙ୍କୁ ସହାୟତା ଯୋଗାଇ ଦିଏ ଏଥିସହ ଗରିବ ଶିଶୁଙ୍କ ଖାଦ୍ୟପେୟ ଓ ସ୍କୁଲ ଯିବା ଉପରେ ମଧ୍ୟ ଧ୍ୟାନ ରଖାଯାଏ ।

Be the first to comment

Leave a Reply

Your email address will not be published.


*