ଶାଢ଼ୀରେ ସ୍ୱର୍ଗରୁ ଓହ୍ଲେଇ ଆସିଥିବା ଅପ୍ସରା ଭଳି ଲାଗୁଛନ୍ତି କିୟାରା ଆଡ଼ଭାନୀ, ବୋଲ୍ଡ ଲୁକ୍ସରେ ଜିଣିନେଲେ ଫ୍ୟାନ୍ସଙ୍କ ହୃଦୟ !

ବଲିଉଡ଼ରେ କିୟାରା ଆଡ଼ଭାନୀ ଜଣେ ବେଶ୍ ପରିଚିତ ନାମ । ସେ ବାରମ୍ବାର ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କିୟାରା ଆଡ଼ଭାନୀ ମାତ୍ର କିଛି ଚଳଚ୍ଚିତ୍ରରେ ନଜର ଆସିଛନ୍ତି, କିନ୍ତୁ ଏହି ଚଳଚ୍ଚିତ୍ର ଗୁଡ଼ିକରେ ସେ ଏପରି ଅଭିନୟ ପ୍ରଦର୍ଶନ କଲେ ଯେ ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

କିଛି ଦିନ ତଳେ କିୟାରା ଆଡ଼ଭାନୀଙ୍କ ମୋଷ୍ଟ ଅୱେଟେଡ଼ ଚଳଚ୍ଚିତ୍ର’ଲକ୍ଷ୍ମୀ ବମ୍’ର ଟ୍ରେଲର ମୁକ୍ତିଲାଭ କରିଛି । ଫ୍ୟାନ୍ସ କିୟାରା ଓ ଅକ୍ଷୟଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି । ନିକଟରେ ଚଳଚ୍ଚିତ୍ରର ଏକ ଗୀତ ‘ବୁର୍ଜ ଖଲିଫା’ ମଧ୍ୟ ସାମ୍ନାକୁ ଆସିଛି, ଯାହା ସବୁ ସ୍ଥାନରେ ଚହଳ ସୃଷ୍ଟି କରିଛି । ସେପକ୍ଷରେ, କିୟାରା ନିଜ ଲୁକ୍ସରୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବାସ୍ତବରେ, ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିୟାରା ଆଡ଼ଭାନୀ ନିଜର କିଛି ଫଟୋ ସେୟାର କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି । କିୟାରା ଶାଢୀରେ ନିଜର କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ମାନେ ଖୁବ୍ ଆନନ୍ଦିତ ଦେଖାଯାଉଛନ୍ତି । କବୀର ସିଂହଙ୍କ ଅଭିନେତ୍ରୀ ଏହି ଶାଢ଼ୀର ଫଟୋ ଗୁଡ଼ିକରେ ଖୁବ୍ ସୁନ୍ଦରୀ ଦେଖାଯାଉଛନ୍ତି ।

ମେରୁନ ରଙ୍ଗର ଶାଢ଼ୀରେ କିୟାରାଙ୍କ ଆକର୍ଷକ ଶୈଳୀ ଦେଖିବାକୁ ମିଳୁଛି । କିୟାରାଙ୍କ ଏହି ଫଟୋ ଗୁଡିକରୁ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ ବିଷୟରେ ଆଲୋଚନା କରିବା ତେବେ ଏହାର ଟ୍ରେଲରକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ଏଥିସହ ଏହାର ଗୀତ ‘ବୁର୍ଜ ଖଲିଫା’ ମଧ୍ୟ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହେଉଛି । ୨୪ ଘଣ୍ଟା ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଗୀତକୁ ୨ କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଗତବର୍ଷ ବକ୍ସ ଅଫିସରେ କିୟାରା ଆଡ଼ଭାନୀଙ୍କ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏଥି ମଧ୍ୟରୁ ପ୍ରଥମଟି ହେଉଛି ‘କବୀର ସିଂହ’ ଓ ଅନ୍ୟଟି ଥିଲା ‘ଗୁଡ୍ ନ୍ୟୁଜ୍’ । ଉଭୟ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପୁରାପୁରି ଅଲଗା ଥିଲା । ଚଳଚ୍ଚିତ୍ର ‘କବୀର ସିଂହ’ରେ କିୟାରା ଏକ ମେଡ଼ିକାଲ ଛାତ୍ରୀ ଓ ଶାହୀଦ୍ କପୂରଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିବା ବେଳେ ଚଳଚ୍ଚିତ୍ର’ଗୁଡ୍ ନ୍ୟୁଜ୍’ରେ ଦିଲଜିତ୍ ଦୋଷାଞ୍ଝଙ୍କ ସହ ତାଙ୍କ ଯୋଡ଼ି ମଧ୍ୟ ଲୋକପ୍ରିୟ ହୋଇଥିଲା ଓ ଚୁଲବୁଲି ଚରିତ୍ର ହେତୁ ଦର୍ଶକ ତାଙ୍କୁ ଖୁବ୍ ପସନ୍ଦ କଲେ ।

ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହେଲା । ଚଳଚ୍ଚିତ୍ର’ଲକ୍ଷ୍ମୀ ବମ୍’ ବିଷୟରେ ଯଦି ଆଲୋଚନା କରିବା ତେବେ ଏହି ଚଳଚ୍ଚିତ୍ରଟି ଆସନ୍ତା ମାସ ଅର୍ଥାତ ନଭେମ୍ବର ୯ ତାରିଖରେ ଓଟିଟି ପ୍ଲେଟଫର୍ମରେ ମୁକ୍ତିଲାଭ କରିବ । ଲକ୍ଷ୍ମୀ ବମ୍ ଏକ କମେଡ଼ି ହରର୍ ଚଳଚ୍ଚିତ୍ର ଅଟେ । ବର୍ତ୍ତମାନ ଅକ୍ଷୟ ଓ କିୟାରା ନିଜ ଚଳଚ୍ଚିତ୍ରର ପ୍ରଚାର କରିବାରେ ଲାଗିଛନ୍ତି ।

Be the first to comment

Leave a Reply

Your email address will not be published.


*