ମିଡିଆ ଲାଇମଲାଇଟ ଠାରୁ ଦୂରରେ ସନ୍ନି ଦେଓଲଙ୍କ ନିଜ ଭଉଣୀ, ଅଜ୍ଞାତ ଭାବେ ବିତାଉଛନ୍ତି ଜୀବନ !

ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଅଭିନୟ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ୧୯ ଅକ୍ଟୋବର ୧୯୫୬ରେ ପଞ୍ଜାବର ସାହନେୱାଲରେ ଜନ୍ମଗ୍ରହଣ କରିଥିବା ସନ୍ନି ଆଜି ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି ।  ଚଳଚ୍ଚିତ୍ରରେ ସର୍ବଦା ଏଙ୍ଗ୍ରିମ୍ୟାନ୍ ଭାବେ ଦେଖାଯାଉଥିବା ସନ୍ନି, ବାସ୍ତବ ଜୀବନରେ ବହୁତ ଶାନ୍ତ ଏବଂ ଭଦ୍ର ବ୍ୟକ୍ତି ଅଟନ୍ତି ।

ବହୁତ କମ୍ ଲୋକ ଜାଣନ୍ତି ଯେ ସନ୍ନି ଦେଓଲଙ୍କର ୪ଟି ଭଉଣୀ ଅଛନ୍ତି । ଅଧିକାଂଶ ଲୋକ ତାଙ୍କ ସାବତ ଭଉଣୀ ଇଶା ଦେଓଲ ଏବଂ ଅହାନା ଦେଓଲ ବିଷୟରେ ଜାଣନ୍ତି କିନ୍ତୁ ଅଭିନେତାଙ୍କର ଦୁଇଟି ନିଜ ଭଉଣୀ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ଅଜେତା ଏବଂ ବିଜେତା । ସନ୍ନିଙ୍କ ପିତା ଅର୍ଥାତ ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୌର୍ ଓ ସେ ଚାରି ସନ୍ତାନ ସନ୍ନି, ବବି, ଅଜେତା ଏବଂ ବିଜେତାଙ୍କୁ ଜନ୍ମ ଦେଇଥିଲେ । ଏବଂ ଦ୍ୱିତୀୟ ପତ୍ନୀ ହେମା ମାଳିନିଙ୍କଠାରୁ ଇଶା ଓ ଅହାନା ଆସିଥିଲେ ।

ଇଶା ଦେଓଲ ଫିଲ୍ମରେ ଜଣେ ଅଭିନେତ୍ରୀ ହୋଇସାରିଛନ୍ତି ଏଵଂ ତାଙ୍କ ସାନ ଭଉଣୀ ଅହାନା ମଧ୍ୟ କେତୋଟି ଫିଲ୍ମରେ ଅଭିନୟ କରିଥିଲେ । ହେମାମାଳିନୀଙ୍କ ଝିଅ ହୋଇଥିବାରୁ ଦୁହେଁ ମିଡ଼ିଆର ଲାଇମଲାଇଟରେ ଚର୍ଚ୍ଚାରେ ରୁହନ୍ତି । ଏହି କାରଣରୁ ସମସ୍ତେ ସେମାନଙ୍କୁ ଜାଣନ୍ତି କିନ୍ତୁ ସନ୍ନିଙ୍କ ଦୁଇ ଭଉଣୀ ଅଜେତା ଏବଂ ବିଜେତା ମିଡିଆ ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଏହି କାରଣରୁ, ବହୁତ କମ୍ ଲୋକ ସେମାନଙ୍କ ବିଷୟରେ ଜାଣନ୍ତି ।

ବାସ୍ତବରେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ଝିଅ ଅଜେତା ଏବଂ ବିଜେତା ଗତ କିଛି ବର୍ଷ ଧରି ଅଜ୍ଞାତ ଜୀବନ ବିତାଉଛନ୍ତି । ତାଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଯାଏ ନାହିଁ କିମ୍ବା ଘରେ କୌଣସି ପାରିବାରିକ କାର୍ଯ୍ୟରେ ତାଙ୍କୁ ଦେଖାଯାଏ ନାହିଁ । ବିଶେଷ ସୂତ୍ରରୁ ଜଣାପଡିଛି ଉଭୟ ଭଉଣୀ ବିବାହ କରି ଆମେରିକାରେ ସେଟେଲ ହୋଇସାରିଛନ୍ତି ।

ଅଜେତା ଓ ବିଜେତାଙ୍କ ଫଟୋ ମଧ୍ୟ ଇଣ୍ଟରନେଟରେ ବହୁତ କମ୍ ଅଟେ । ତାଙ୍କର ପିଲାଦିନର କିଛି ଫଟୋ ଅନଲାଇନ ଉପଲବ୍ଧ କିନ୍ତୁ ଲାଟେଷ୍ଟ ଫଟୋ ନାହିଁ କହିଲେ ଚଳେ । ଉଲ୍ଲେଖଥାଉ କି, କିଛି ନୂତନ ଫଟୋ କିଛି ସମୟ ପୂର୍ବରୁ ଆସିଥିଲା, ଯାହାକୁ ଅଜେତା, ବିଜେତା ଭାବରେ କୁହାଯାଉଥିଲା ।

ଅଜେତା ଏବଂ ବିଜେତା ଆମେରିକାର କାଲିଫର୍ନିଆରେ ରୁହନ୍ତି । ଅଜେତାଙ୍କ ସ୍ୱାମୀଙ୍କ ନାମ କିରନ୍ ଚୌଧୁରୀ । ସେ ” ୧୦୦୦ ଡ଼େକୋରେଟିଭି ଡିଜାଇନ ଫର୍ମ ଇଣ୍ଡିଆ ” ନାମକ ଏକ ପୁସ୍ତକର ଲେଖକ ମଧ୍ୟ ଅଟନ୍ତି । ପରିବାର ଲୋକମାନେ ଅଜେତାଙ୍କୁ ‘ ଲାଲୀ ‘ ବୋଲି ମଧ୍ୟ ଡାକନ୍ତି । ବିଜେତାଙ୍କ ବିବାହ ବିଷୟରେ ଅଧିକ ସୂଚନା ନାହିଁ ।

ଧର୍ମେନ୍ଦ୍ର ତାଙ୍କ ଝିଅ ବିଜେତାଙ୍କ ନାମରେ ଏକ ଚଳଚ୍ଚିତ୍ର ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଛନ୍ତି । ଏହାର ନାମ ହେଉଛି ‘ ବିଜେତା ପ୍ରଡକ୍ସନ୍ସ ପ୍ରାଇଭେଟ ଲିମିଟେଡ ‘ । ସନ୍ନି ତାଙ୍କର ଦୁଇ ନିଜ ଭଉଣୀଙ୍କ ସହିତ ଅତି ନିକଟତର  । ଏଥି ସହିତ , ସାବତ ଭଉଣୀ ଇଶା-ଆହାନାଙ୍କ ସହିତ ତାଙ୍କର କୌଣସି କଥାବାର୍ତା ନାହିଁ ।

Be the first to comment

Leave a Reply

Your email address will not be published.


*