ଆଘାତ ପରେ ମଧ୍ୟ ସାରା ଭଲ ପ୍ରଦର୍ଶନ ଜାରି ରଖିଥିଲେ କିନ୍ତୁ ସିଦ୍ଧାର୍ଥଙ୍କ ସହ ଲ୍ୟାପ୍ ଡ୍ୟାନ୍ସ ନ କରିଥିବାରୁ ଶୋ’ରୁ କରଯାଇଥିଲା ଏଲିମିନେଟ୍ !

ଟିଭିର ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ “ବିଗ୍ ବୋସ୍”ର ନୂତନ ସିଜନ ଆରମ୍ଭ ହୋଇଛି । ଏହି ସମୟରେ ଶୋ’କୁ ଆକର୍ଷଣୀୟ କରିବା ପାଇଁ ପ୍ରତିଯୋଗୀମାନଙ୍କ ସହିତ ସିନିୟରମାନଙ୍କୁ ମଧ୍ୟ ପ୍ରବେଶ କରାଯାଇଛି । ସିନିୟରମାନଙ୍କର କୌଣସି ପ୍ରତିଯୋଗୀଙ୍କୁ ପ୍ରତିରକ୍ଷା ଏବଂ ଏଲିମିନେଟ୍ କରିବାର ଶକ୍ତି ଅଛି । ବିଗ୍ ବୋସର ପ୍ରଥମ ସପ୍ତାହରେ ପଞ୍ଜାବୀ ଅଭିନେତ୍ରୀ ତଥା ଗାୟକ ସାରା ଗୁରୁପାଲ ଘରୁ ବାହାରିଛନ୍ତି । ସାରାଙ୍କୁ ହଟାଇବାକୁ ନିଷ୍ପତ୍ତି ଗତ ସିଜିନର ବିଜେତା ତଥା ସିନିୟର ସିଦ୍ଧାର୍ଥ ଶୁକ୍ଲାଙ୍କ ନିଷ୍ପତ୍ତି ଥିଲା ।

ଏହା ପୂର୍ବରୁ ଖବର ଥିଲା କି ସାରା ଗୁରୁପାଲ ଏକ ଟାସ୍କ ସମୟରେ ଆହତ ହୋଇଥିଲେ । ଏହି କାରଣରୁ ସେ ନିଜର ଚିକିତ୍ସା ପାଇଁ ଘରୁ ବାହାରକୁ ଆସିଥିଲେ । ତେବେ ସାରା ନିଜେ ମଧ୍ୟ ତାଙ୍କ ଏଲିମିନେଟକୁ ନେଇ କ୍ରୋଧିତ ଥିବା ଦେଖାଯାଇଛି । ସେ ବିଶ୍ୱାସ କରନ୍ତି ଯେ ଆଘାତ ପରେ ମଧ୍ୟ ସେ ତାଙ୍କ ପ୍ରଦର୍ଶନରେ କୌଣସି କମ୍ କରିନଥିଲେ । ଜଣାଇଦେଉଛୁ ଯେ ସାରା ଗୁରୁପାଲ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଲ୍ୟାପଡ୍ୟାନ୍ସ କରିବାକୁ ମନା କରିଦେଇଥିଲେ । ଏହି କାରଣରୁ ତାଙ୍କୁ ବିଗ୍ ବୋସ୍ ଘରୁ ବାହାରକରି ଦିଆଯାଇଥିଲା ।

ଟିଭି ରେ କରିପାରିବିନି ଲ୍ୟାପଡ୍ୟାନ୍ସ

ସାରା ଗୁରୁପାଲ କହିଛନ୍ତି ଯେ ତାଙ୍କ ଆଖିରେ ଆଘାତ ଲାଗିଯାଇଥିଲା, ଏହା ପରେ ମଧ୍ୟ ସେ ଏକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁକିଛି ଅଣଦେଖା କରି, ନିଷ୍ପତ୍ତି ନିଆଗଲା ଯେ ସେ ଦିଆଯାଇଥିବା ଟାସ୍କ କରିବାକୁ ସୁବିଧାଜନକ ମନେ କରୁନଥିଲେ । ସାରାଙ୍କ ଅନୁଯାୟୀ ବିଗ୍ ବୋସ୍ ହେଉଛି ଚରିତ୍ର ଏବଂ ବ୍ୟକ୍ତିତ୍ୱର ଏକ ଶୋ । ତାଙ୍କ ଚରିତ୍ର ଏପରି ନୁହେଁ ଯେ ସେ ଜାତୀୟ ଟିଭିରେ ଲାପ୍ ଡ୍ୟାନ୍ସ କରିବେ । ତାଙ୍କ କହିବାନୁସାରେ, ଜନସାଧାରଣ ଏସବୁରେ ନିଷ୍ପତ୍ତି ନେବାର ଅଧିକାର ପାଇବା ଉଚିତ । କୌଣସି ସିନିୟରଙ୍କ ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ଘରୁ ବାହାର କରିବା ଠିକ୍ ନୁହେଁ ।

ହିନା ଖାନ୍ କରିଥିଲେ ସାରାଙ୍କୁ ସମର୍ଥନ

ସୂଚନାଯୋଗ୍ୟ ଯେ ସାରା ଗୁରୁପାଲଙ୍କୁ ଘରୁ ବାହାରକୁ ପଠାଇବାକୁ ନିଷ୍ପତ୍ତି ସିଦ୍ଧାର୍ଥ ଶୁକ୍ଲା ନେଇଥିଲେ । ସିଦ୍ଧାର୍ଥ ହିଁ ଗୌହର ଏବଂ ହିନା ଖାନଙ୍କୁ ସାରଙ୍କୁ ଘରୁ ବାହାରକୁ ପଠାଇବାକୁ ନିବେଦନ କରିଥିଲେ କିନ୍ତୁ ହିନା ଖାନ୍ ସାରାଙ୍କ ପକ୍ଷ ନେଇ କହିଲେ , ସାରାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ତାଙ୍କୁ ଆଉ ଏକ ସୁଯୋଗ ମିଳିବା ଉଚିତ କିନ୍ତୁ ସିଦ୍ଧାର୍ଥ ଶୁକ୍ଲା ତାଙ୍କ କଥାକୁ ଟାଳି ଦେଇ କହିଲେ ଯେ, ୧୪ ଦିନର ସମୟ ପାଳନ କରିବା ପାଇଁ ଦିଆଯାଇନାହିଁ, ଏପରି ମଧ୍ୟ ସେମାନଙ୍କ ପାଖରେ ଏତେ ସମୟ ନାହିଁ । ଏହା ପରେ ତିନିଜଣ ସିନିୟର ସାରା ଗୁରୁପାଲଙ୍କୁ ବାହାରକୁ ଯିବା ବାଟ ଦେଖାଇଦେଲେ ।

ବୁଲଡୋଜର ଟାସ୍କରେ ହୋଇଥିଲେ ଆହତ

ଶୋ’ର ପ୍ରଥମ ସପ୍ତାହରେ, ବୁଲଡୋଜର ଟାସ୍କ ସମୟରେ ସାରା ଗୁରୁପାଲ ଆହତ ହୋଇଥିଲେ । ସାରା ଟାସ୍କରେ ଏକ ବୁଲଡୋଜରରେ ବସିଥିଲେ ଓ ନିକ୍କି ତାମ୍ବୋଲି ତାଙ୍କୁ ସେଠାରୁ ଉଠାଇବାକୁ ଚେଷ୍ଟା କରୁଥିଲେ , ଏହି ପ୍ରୟାସରେ ନିକି ତାମ୍ବୋଲିଙ୍କ ନଖ ସାରାଙ୍କ ଆଖିରେ ପସିଗଲା, ଏହାସତ୍ୱେ ସାରା ସେହି ଟାସ୍କକୁ ବହୁତ ଭଲ ଭାବରେ ସମାପ୍ତ କରିଥିଲେ । ଘରୁ ବାହାରକୁ ଆସିବା ପରେ ସାରା ମଧ୍ୟ ତାଙ୍କ ଆଖିର ଚିକିତ୍ସା କରାଇଥିଲେ । ନିକଟରେ ସୋସିଆଲ ମିଡିଆରେ ତାଙ୍କ ଆଖି ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ଘା ସ୍ପଷ୍ଟ ଦେଖାଯାଉଥିଲା ।

Be the first to comment

Leave a Reply

Your email address will not be published.


*