ଡ୍ରଗ୍ସ ମାମଲା : ଅର୍ଜୁନ ରାମପାଳଙ୍କ ପ୍ରେମିକାଙ୍କ ଭାଇ ହେଲେ ଗିରଫ ! ଗଞ୍ଜେଇ ଓ ଏଲପ୍ରାଜୋଲମ ହେଲା ଜବତ !

ମୁମ୍ବାଇ : ବଲିଉଡ଼ରୁ ଟଲିଉଡ଼ ପର୍ଯ୍ୟନ୍ତ ଡ୍ରଗ୍ସ ରେକେଟ ମାମଲାର ଚେର ଲମ୍ବି ରହିଛି । ଏହି ସୂଚୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀଙ୍କ ନାମ ସାମନାକୁ ଆସିଅଛି । ଯାହାଙ୍କୁ ଏନସିବି ପଚରାଉଚରା କରି ସାରିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଅଭିନେତା ଅର୍ଜୁନ ରାମପାଳଙ୍କ ନାମ ମଧ୍ୟ ସାମନାକୁ ଆସିଛି । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅର୍ଜୁନଙ୍କ ପ୍ରେମିକା ଗେବ୍ରିଏଲା ଡେମେଟ୍ରିଏଡ୍ସଙ୍କ ଭାଇ ଅଗିସିୟାଲୋସ ଡେମେଟ୍ରିଏଡ୍ସକୁ ଗିରଫ କରି ନେଇଛନ୍ତି । ଯାହାଫଳରେ ଅର୍ଜୁନ ଚିନ୍ତାରେ ପଡ଼ି ଯାଇଛନ୍ତି ।

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦଳ ଅଭିନେତା ଅର୍ଜୁନ ରାମପାଳଙ୍କ ଲିବ୍-ଇନ ଗାର୍ଲ ଫ୍ରେଣ୍ଡ ଗେବ୍ରିଏଲା ଡେମେଟ୍ରିଏଡ୍ସଙ୍କ ଭାଇ ଆଗିସିୟାଲୋସଙ୍କୁ ଗିରଫ କରି ନେଇଛନ୍ତି । ଏଥିସହ ଏହି ଖବରରୁ ଡ୍ରଗ୍ସ ମାଫିଆମାନଙ୍କ ମଧ୍ୟରେ ଆହୁରି ଅଧିକ ଭୟ ସୃଷ୍ଟି ହୋଇଯାଇଛି । ଖବର ଅନୁଯାୟୀ ଏନସିବି, ତା’ନିକଟରୁ ଗଞ୍ଜେଇ ବା ହଶିଷ ଓ ଏଲପ୍ରାଜୋଲମ ଟେବଲେଟ୍ ମଧ୍ୟ ଜବତ କରିଛନ୍ତି । ଡ୍ରଗ୍ସ ପେଡ଼ଲରଙ୍କ ଗିରଫ ପରଠାରୁ ଅଗିସିୟାଲୋସ ଡେମୋଟ୍ରିଏଡ୍ସଙ୍କ ଡ୍ରଗ୍ସ ଡ଼ିଲିଙ୍ଗରେ ଯୋଗଦାନ ଥିବାର ମାମଲା ସାମନାକୁ ଆସିଥିଲା ।

ସୂତ୍ରରୁ ଜଣାପଡ଼ିଛି ଯେ, ଗିସିୟାଲୋସ ଡେମେଟ୍ରିଏଡ୍ସ ସେହି ଡ୍ରଗ୍ସ ପେଡ଼ଲରଙ୍କ ସହିତ ସମ୍ବନ୍ଧ ରହିଛି, ଯେଉଁମାନଙ୍କୁ ଗିରଫ କରାଯାଇଛି । ଏନସିବିର ଜୋନାଲ ଡ଼ାଇରେକ୍ଟର ସମୀର ୱାନଖଡେ ଏକ ମୁଖ୍ୟ ଟେବଲାଇଡ଼କୁ ଜଣାଇଥିଲେ ଯେ, “ଗିରଫ କରାଯାଇଥିବା ଅଗିସିୟାଲୋସ ଡେମୋଟ୍ରିଏଡ୍ସ ସୁଶାନ୍ତ ସିଂହ ରାଜପୁତ ମାମଲା ସହ ଜଡ଼ିତ ବଲିଉଡ଼ ଡ୍ରଗ୍ସ ପେଡଲର୍ସ ସମ୍ପର୍କରେ ଅଛନ୍ତି । ଏତିକିନୁହେଁ ଏନସିବି ତାଙ୍କର ଦୁଇ ଦିନର ହେପାଜତ ମଧ୍ୟ ହାସଲ କରିଛନ୍ତି ।’

ଡ୍ରଗ୍ସ ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣ ଗିରଫ ହୋଇଥିଲା । ବର୍ତ୍ତମାନ ଗିସିୟାଲୋସ ଗିରଫ ପରେ ଏହି ସଂଖ୍ୟା ବୃଦ୍ଧି ଘଟି ୨୩ ହୋଇଯାଇଛି । ଏହା ବ୍ୟତୀତ ସୁଶାନ୍ତ ସିଂହ ରାଜପୁତ ମାମଲାରେ ସାମନାକୁ ଆସିଥିବା ଡ୍ରଗ ଏଙ୍ଗଲରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋବିକ ଚକ୍ରବର୍ତ୍ତୀ ବର୍ତ୍ତମାନ ସୁଦ୍ଧା ଜେଲରେ ଦଣ୍ତ ଭୋଗୁଛନ୍ତି ।

Be the first to comment

Leave a Reply

Your email address will not be published.


*