ଦକ୍ଷିଣ ଭାରତୀୟ ବଧୂ ବେଶରେ ରଶ୍ମି ଦେଶାଇ ନଜର ଆସିଛନ୍ତି । ପ୍ରଶଂସକମାନେ କହିଲେ Beautiful bride…

“ଉତ୍ତରନ, ଦିଲ୍ ସେ ଦିଲ୍ ତକ୍, ନାଗିନ୍ ଏବଂ ବିଗ୍ ବସ୍”ର ଅଂଶୀଦାର ଥିବା ରଶ୍ମି ଦେଶାଇ ଆଜିକାଲି ସୋସିଆଲ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ପ୍ରଶଂସକମାନେ ତାଙ୍କ ଫୋଟକୁ ବହୁତ ପସନ୍ଦ କରନ୍ତି । ବିଗ୍ ବସ୍-୧୩ରେ ଅଂଶଗ୍ରହଣ କରିବା ପରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି । ରଶ୍ମି ଦେଶାଇ ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଭାରତୀୟ ବଭୂ ରୂପରେ ଏକ ଫଟୋସୁଟ୍ କରାଇଥିଲେ ଏବଂ ବର୍ତ୍ତମାନ ତାଙ୍କର ସେହି ବଧୂ ବେଶର ଫଟୋସୂଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭାରୀ ଅଳଙ୍କାର, କେଶରେ ଗଜରା ଏବଂ କ୍ରିମ୍ ରଙ୍ଗର ଶାଢୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ରଶ୍ମିଙ୍କର ଏହି ବଧୂ ବେଶକୁ ଦେଖି ପ୍ରଶଂସକମାନେ ଅପ୍ସରା ବୋଲି ସମ୍ବୋଧନ କରିଛନ୍ତି । ରଶ୍ମି ଭିନ୍ନ ଭିନ୍ନ ପୋଜରେ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଓ ତାଙ୍କ ଷ୍ଟାଇଲ୍ ଦେଖି ଯୋଗ୍ୟ ଅଟେ ।

ଫୋଟ ସହିତ ଥିବା କ୍ୟାପସନରେ ରଶ୍ମି ଦେଶାଇ ଲେଖିଛନ୍ତି- “ଧଳା ରଙ୍ଗକୁ ଶୁଦ୍ଧତା ଏବଂ ସକରାତ୍ମକତା ପାଇଁ ଜଣା ଯାଇଥାଏ କିନ୍ତୁ ମୁଁ ଭାବୁଛି ଏହା ଭାଗ୍ୟର ପରିବର୍ତ୍ତନ ଏବଂ ନୂତନ ଜୀବନର ଆରମ୍ଭ ଅଟେ ।”

ଆପଣଙ୍କୁ କହିରଖୁଛୁ ଯେ ରଶ୍ମି ଦେଶାଇ ଉତ୍ସବର ଋତୁକୁ ଦୃଷ୍ଟିରେ ରଖି ଏହି ଫଟୋସୁଟ କରାଇଛନ୍ତି । ତାଙ୍କର ଏହି ଫୋଟ ଗୁଡ଼ିକ ଉପରେ ଅନେକ କମେଣ୍ଟ ଆସୁଅଛି ।

ସେହି ସମୟରେ ଜଣେ ଉପଭୋକ୍ତା କମେଣ୍ଟରେ- ଏକ ନମ୍ବର ଲେଖିଥିବା ବେଳେ ଅନ୍ୟ କେହି ତାଙ୍କୁ ରାଣୀର ଆଖ୍ୟା ଦେଇଛନ୍ତି ।

ରଶ୍ମି ଦେଶାଇଙ୍କ ଏହି ଫଟୋସୁଟ ଦେଖିବା ପରେ ଲୋକମାନେ ଖୁବ୍ କଳ୍ପନା କରୁଛନ୍ତି ଯେ ଅଭିନେତ୍ରୀ ଶୀଘ୍ର ବିବାହ କରିବେ କି ?

ରଶ୍ମି ଦେଶାଇ ତାଙ୍କ ବ୍ୟକ୍ତିଗତ ଜୀବନ ନିମନ୍ତେ ବହୁ ଚର୍ଚ୍ଚିତ ରହିଥିଲେ । ୧୨ ଫେବୃଆରୀ ୨୦୧୨ରେ ସେ ତାଙ୍କର ‘ଉତରନ’ ଧାରାବାହିକର ସହ-କଳାକାର ନନ୍ଦୀଶ ସନ୍ଧୁଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ୪ ବର୍ଷ ପରେ ଉଭୟ ଛାଡପତ୍ର ଦେଇଥିଲେ ।

କୁହାଯାଏ ଯେ, ନନ୍ଦୀଶ ସନ୍ଧୁ ଜଣେ ମହିଳାଙ୍କ ସହ କିଛି ଫୋଟ ଭାଇରାଲ୍ ହେବା ପରେ ରଶ୍ମି ତାଙ୍କ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ ।

ବୃତ୍ତିଗତ ସାମ୍ମୁଖ୍ୟ ବିଷୟରେ କହିବାକୁ ଗଲେ ରଶ୍ମି ଦେଶାଇଙ୍କୁ ‘ନାଗିନ୍-୪’ରେ ଦେଖିବାକୁ ମିଳିଥିଲା ​​। ସେ ପରଦାକୁ କେବେ ଫେରିବେ ଏନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Be the first to comment

Leave a Reply

Your email address will not be published.


*