ଏଟିଏମରୁ ୫୦୦୦ରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡିବ ଶୁଳ୍କ ! RBI କରିପାରେ ନିୟମରେ ପରିବର୍ତ୍ତନ…

ଆଗାମୀ ଦିନରେ, ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିପାରେ । ଏହା ମାଗଣା ପାଞ୍ଚଟି କାରବାର ବା (Transaction)ରେ ସୀମିତ ରହିବ ନାହିଁ, ବରଂ ଏଥିନିମନ୍ତେ ଆପଣଙ୍କୁ ଭିନ୍ନ ଭିନ୍ନ ରାଶି ଦେବାକୁ ପଡିବ । ଯେତେବେଳେ ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠେଇବେ, ସେତେବେଳେ ଏହା ପ୍ରଯୁର୍ଯ୍ୟ ହେବ ।

ଏକ ସମୟରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ଜଣେ ଗ୍ରାହକଙ୍କୁ ୨୪ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିପାରେ । ଏଟିଏମରୁ ମାସକୁ ପାଞ୍ଚଟି ମାଗଣା କାରବାର (Transaction) କରାଯାଇପାରିବ, ଏହାପରେ ଯଦି ସେହି ମାସରେ ଅଧିକ କାରବାର କରନ୍ତି, ତେବେ ଷଷ୍ଠ କାରବାର (Transaction) ନିମନ୍ତେ ଦେୟ ବାବଦକୁ ୨୦ ଟଙ୍କା ଦେବାକୁ ପଡିବ ।

ଅସୁବିଧାରେ ପଡ଼ିଲେ କଙ୍ଗନା ! କୋର୍ଟ ଦେଇଛି FIR ପଞ୍ଜିକରଣ ପାଇଁ ନିର୍ଦ୍ଦେଶ !

ବାସ୍ତବରେ, ଏଟିଏମ ଦେୟ ସମୀକ୍ଷା କରିବା ପାଇଁ ଆରବିଆଇ (RBI) ଏକ କମିଟି ଗଠନ କରିଛି । ଏହାକୁ ଆଧାର କରି ବ୍ୟାଙ୍କଗୁଡିକ ଆଠ ବର୍ଷ ପରେ ଏଟିଏମ ଫି’ ପରିବର୍ତ୍ତନ କରିପାରିବେ । ମଧ୍ୟପ୍ରଦେଶର ଏସଏଲବିସି ସଂଯୋଜକ ଏସଡି ମହୁରକରଙ୍କ ଅନୁଯାୟୀ, ଏକ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହରରେ ଏଟିଏମ କାରବାର ବୃଦ୍ଧି ଉପରେ କମିଟି ଗୁରୁତ୍ୱାରୋପ କରିଛି ।

ଅଧିକାଂଶ ଲୋକ ଅଳ୍ପ ପରିମାଣର ରାଶି ଉଠାନ୍ତି । ତେଣୁ କମିଟି ଛୋଟ କାରବାରକୁ ମାଗଣା କାରବାରରେ ରଖିଛି । ଛୋଟ ସହରର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମରେ ପ୍ରତିମାସରେ ୬ଥର ଟଙ୍କା ଉଠାଇବା ପାଇଁ ରିହାତି ପାଇବେ । ବର୍ତ୍ତମାନ ଛୋଟ ସହରରେ କେବଳ ପାଞ୍ଚଥର ହିଁ ଟଙ୍କା ଉଠାଇ ପାରିବ । ମୁମ୍ବାଇ, ଦିଲ୍ଲୀ ଏବଂ ବାଙ୍ଗାଲୋର ଭଳି ମେଟ୍ରୋରେ ଗ୍ରାହକଙ୍କୁ ଏକ ମାସରେ ତିନିଥର ଏଟିଏମରୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି, ଏହାପରେ ଚତୁର୍ଥ ଥର ପାଇଁ ଅତିରିକ୍ତ ଚାର୍ଜ ଲାଗୁଛି ।

Be the first to comment

Leave a Reply

Your email address will not be published.


*