Birthday Special : ସନି ଦେଓଲ ସମସ୍ତଙ୍କୁ ଲୁଚାଇ କରିଥିଲେ ବିବାହ ! ଲାଇମଲାଇଟ ଠାରୁ ଏଥିପାଇଁ ଦୂରରେ ରୁହନ୍ତି ତାଙ୍କ ପତ୍ନୀ !

ସନି ଦେଓଲଙ୍କ ଏମିତି ଏକ ବଲିଉଡ ଅଭିନେତା ରୂପରେ ପରିଚିତ ହୋଇଛନ୍ତି, ଯିଏକି ପ୍ରତ୍ୟେକ ଚରିତ୍ରରେ ନିଜକର ନିପୁଣତା ଦେଖାଇପାରିଛନ୍ତି । ତାଙ୍କ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ମୁଖ୍ୟତଃ ଗଦର୍, ସଲାଖେ, ଘାୟାଲ ଏବଂ ଦାମିନୀ ଇତ୍ୟାଦି ସାମିଲ ରହିଛି । ଆଜି ଦିନରେ ୧୯ ଅକ୍ଟୋବର ୧୯୫୬ ମସିହାରେ ସନି ଦେଓଲ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ।

ସନି ଦେଓଲ କେବଳ ନିଜର ଆକ୍ସନ ପାଇଁ ଜଣାଶୁଣା ନୁହଁନ୍ତି ବରଂ ତାଙ୍କର ଉତ୍କୃଷ୍ଟ ଡାଇଲଗ୍ ବିତରଣ କରିବାର ଶୈଳୀ ହେତୁ କୋଟି କୋଟି ଲୋକ ତାଙ୍କର ପ୍ରଶଂସକ ଅଟନ୍ତି । ନିଜର ବ୍ୟକ୍ତିଗତ ଜୀବନକୁ ସେ ସର୍ବଦା ଲାଇମଲାଇଟ ଠାରୁ ଦୂରରେ ରଖିଛନ୍ତି । ବହୁତ କମ ଲୋକ ଜାଣନ୍ତି ଯେ, ସେ ତାଙ୍କ ବିବାହର ବିଷୟକୁ ଦୀର୍ଘ ସମୟ ଧରି ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ ।

ବଲିଉଡରେ ଡେବ୍ୟୁ :

ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ସହ ୧୯୮୨ ମସିହାରେ ସନ୍ନି ଦେଓଲ ଫିଲ୍ମ “ବେତାବ” ମାଧ୍ୟମରେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ । ୯୦ ଦଶକରେ ପହଞ୍ଚିବା ବେଳକୁ ସନ୍ନି ଦେଓଲ ବଲିଉଡରେ ନିଜକୁ ଜଣେ ଶ୍ରେଷ୍ଟ, ଅଭିଜ୍ଞ ଓ ପ୍ରତିଷ୍ଠିତ ଅଭିନେତା ରୂପେ ପ୍ରସିଦ୍ଧି ଲାଭ କରିସାରିଥିଲେ । ୧୯୯୦ ମସିହାରେ ଯେତେବେଳେ ସନ୍ନି ଦେଓଲଙ୍କ ଫିଲ୍ମ “ଘାୟଲ” ରିଲିଜ୍ ହୋଇଥିଲା, ଏହି ଫିଲ୍ମରେ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା ​​। ଫିଲ୍ମ ଫେୟାର ସହିତ ଜାତୀୟ ପୁରସ୍କାରରେ ମଧ୍ୟ ସନ୍ନି ଦେଓଲଙ୍କୁ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ୨୦୦୧ ମସିହାରେ ତାଙ୍କ ଫିଲ୍ମ ‘ଗଦର: ଏକ ପ୍ରେମ କଥା’ ଏତେ ଭଲ ଥିଲା ଯେ, ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ ସୁପରହିଟ ଫିଲ୍ମ ହୋଇଗଲା । ପ୍ରେକ୍ଷାଳୟରୁ ଅନେକ ସପ୍ତାହ ଧରି ଏହି ଫିଲ୍ମଟି ଚାଲୁରହିଥିଲା ।

ଲୁଚାଇ ରଖିଥିଲେ ଏହି କଥା :

ସନ୍ନି ଦେଓଲଙ୍କ ବିବାହ ୧୯୮୪ ମସିହାରେ ପୂଜା ନାମକ ଜଣେ ଏନଆରଆଇ ଝିଅ ସହିତ ହୋଇଥିଲା । ଅବଶ୍ୟ, ଏହି ଦୁଇଜଣଙ୍କୁ ଏକାଠି ବହୁତ କମ ଦେଖାଯାଇଛି । ଏପରିକି ସନ୍ନି ଦେଓଲଙ୍କ ପତ୍ନୀଙ୍କ ଫୋଟ ମଧ୍ୟ ଇଣ୍ଟରନେଟରେ କମ ହିଁ ଦେଖିବାକୁ ମିଳିଥାଏ । ଏହା କୁହାଯାଏ ଯେ, ସନ୍ନି ଦେଓଲଙ୍କୁ ତାଙ୍କ ପରିବାର ଏହି ପରାମର୍ଶ ଦେଇଥିଲେ ଯେ ସେ ତାଙ୍କ ବିବାହକୁ ଗଣମାଧ୍ୟମର ଆଲୋକରୁ ଲୁଚାଇ ରଖିବା ଉଚିତ । ଯଦି ସେ ଏମିତି କରନ୍ତି, ଏହା ଦ୍ଵାରା ତାଙ୍କୁ ଅଧିକ ଲୋକପ୍ରିୟତା ହାସଲ କରିବାରେ ସାହାଯ୍ୟ ମିଳିବ ।

ସନ୍ନି ଦେଓଲ ଯେତେବେଳେ ଫିଲ୍ମ “ବେତାବ”ର ସୁଟିଂ କରୁଥିଲେ, ସେତେବେଳେ ଅମୃତା ସିଂଙ୍କ ସହ ତାଙ୍କ ସମ୍ପର୍କର ଖବର ଖୁବ୍ ଉଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା । ଏପରି କୁହାଯାଉଥିଲା ଯେ, ଉଭୟଙ୍କ ମଧ୍ୟରେ କିଛି ଚାଲିଛି । ଉଭୟଙ୍କ ମଧ୍ୟରେ ସମ୍ପର୍କର କଥା ଯେତେବେଳେ ଅଧିକ ହେବାକୁ ଲାଗିଲା ସେତେବେଳେ ଅମୃତା, ସନ୍ନିଙ୍କ ବିବାହ ବିଷୟରେ ଜାଣିବାକୁ ପାଇଲେ । ଏଭଳି ପରିସ୍ଥିତିରେ ଅମୃତା ସିଂଙ୍କ ସହ ସନ୍ନି ଦେଓଲଙ୍କ ସମ୍ପର୍କ ସମାପ୍ତ ହୋଇଥିଲା । ତା’ପରେ ଅମୃତା ସିଂ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ପ୍ରେମରେ ପଡ଼ି ଉଭୟ ବିବାହ କରିଥିଲେ ।

କୌଣସି କଳଙ୍କ ଲାଗି ନାହିଁ :

ଯେତେବେଳେ ସନ୍ନି ଦେଓଲ ତାଙ୍କ କ୍ୟାରିୟରର ଦ୍ୱିତୀୟ ଫିଲ୍ମ ଅର୍ଜୁନରେ କାମ କରୁଥିଲେ, ବଲିଉଡ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ସହ ତାଙ୍କ ନାମ ମଧ୍ୟ ଯୋଡ଼ା ହୋଇଥିଲା । କୁହାଯାଏ ଯେ ଡିମ୍ପଲ କାପାଡିଆ ବିବାହର କିଛି ବର୍ଷ ପରେ ରାଜେଶ ଖାନ୍ନାଙ୍କ ଠାରୁ ଅଲଗା ହୋଇଥିଲେ । ତଥାପି ସନ୍ନି ଦେଓଲ କିମ୍ବା ଡିମ୍ପଲ ଏହି କଥାକୁ କେବେ ବି ସ୍ଵୀକାର କରିନଥିଲେ । ୨୦୧୭ ମସିହାରେ ସନ୍ନି ଦେଓଲଙ୍କ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ସନ୍ନି ଦେଓଲ ଏବଂ ଡିମ୍ପଲ କାପାଡିଆ ଲଣ୍ଡନରେ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ । ତେବେ ଏହା କେବଳ ଏକ ଫିଲ୍ମର ଦୃଶ୍ୟ ଥିଲା । ଦୁହିଁଙ୍କ ସମ୍ପର୍କ କେବେ ଅଧିକାରିକ ଭାବେ ନିଶ୍ଚିତ ହୋଇନଥିଲା ।

Be the first to comment

Leave a Reply

Your email address will not be published.


*