୨୩ ବର୍ଷ ବୟସ୍କା ହେଲେ ଦିଗଙ୍ଗନା ସୂର୍ଯ୍ୟବଂଶୀ ! ଏହି ସୁନ୍ଦର ଓ ମନୋମୁଗ୍ଧ ଫୋଟ ଦେଖିବା ପରେ ଆପଣଙ୍କ ମଧ୍ୟ ତାଙ୍କର ଦିୱାନା ହୋଇଯିବେ । ତେବେ ଆସନ୍ତୁ ଦେଖିବା…

ଧାରାବାହିକ “ବୀର କି ଅରଦାସ ବୀରା” ପ୍ରସିଦ୍ଧ ଅଭିନେତ୍ରୀ ଦିଗଙ୍ଗନା ସୂର୍ଯ୍ୟବଂଶୀ (Digangana Suryavanshi) ଆଜି ତାଙ୍କର ୨୩ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମ ୧୫ ଅକ୍ଟୋବର ୧୯୯୭ ମୁମ୍ବାଇରେ ହୋଇଥିଲା । ଦିଗଙ୍ଗନା ସୂର୍ଯ୍ୟବଂଶୀ ଶିଶୁ କଳାକାର ଭାବେ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ୨୦୦୨ରେ ଟିଭି ଶୋ’ “କ୍ୟା ହାଦସା କ୍ୟା ହକିକତ”ରୁ କରିଥିଲେ ।

ଏହା ପରେ ସେ ଅନେକଗୁଡ଼ିଏ ଧାରାବାହିକରେ ସହ କଳାକାର ଭାବେ ନଜର ଆସିଲେ । ଦିଗଙ୍ଗନା ଧାରାବାହିକ “କୃଷ୍ଣା ଅର୍ଜୁନ” ଓ “ଶକୁନ୍ତଳା”, “ସାଥ ନିଭାନା ସାଥିୟା”, “ବାଳିକା ବଧୂ”, “କୁବୁଲ ହେ” ସମେତ ଅନେକଗୁଡ଼ିଏ ଶୋ’ଗୁଡିକରେ ନଜର ଆସିଛନ୍ତି ।

ଦିଗଙ୍ଗନାଙ୍କୁ ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ଧାରାବାହିକରେ ନିଜ ଅଭିନୟରୁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଦିଗଙ୍ଗନା ୨୦୧୩ରେ “ଷ୍ଟାର୍ ପ୍ଲସ୍”ର ଶୋ’ “ବୀର କି ଅରଦାସ ବୀରା”ରୁ ଘରେ ଘରେ ପରିଚିତ ହେଲେ । ଏହି ଚରିତ୍ର ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ । ସେ ବକ୍ସ କ୍ରିକେଟ ଲିଗ୍ ସିଜନ୍-୧ ଓ ସିଜନ୍-୨ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯେଉଁଠି ସେ ମୁମ୍ବାଇ ୱାରୀଅର୍ସ ଓ ମୁମ୍ବାଇ ଟାଇଗର୍ସ ପାଇଁ ଖେଳୁଥିବାର ନଜର ଆସୁଥିଲେ ।

ଏହା ସହିତ ଦିଗଙ୍ଗନା ୨୦୧୫ ମସିହାରେ ରିଏଲିଟି ଶୋ’ “ବିଗ୍ ବସ୍-୯”ରେ ପ୍ରତିଯୋଗୀ ଭାବେ ମଧ୍ୟ ନଜର ଆସିଛନ୍ତି । ସେ “ବିଗ୍ ବିସ୍”ରେ ଆସିଥିବା ବର୍ତ୍ତମାନ ସୁଦ୍ଧା ସବୁଠାରୁ କମ୍ ବୟସର ପ୍ରତିଯୋଗୀ ଅଟନ୍ତି । ସେହି ସମୟରେ ଦିଗଙ୍ଗନା ମାତ୍ର ୧୭ ବର୍ଷ ବୟସ୍କ ଥିଲେ ।

ଯଦି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା, ତେବେ ଦିଗଙ୍ଗନା ୨୦୧୮ ମସିହାରେ “ଫ୍ରାଇ ଡେ” ଚଳଚ୍ଚିତ୍ରରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ । ଏହାପରେ ଚଳଚ୍ଚିତ୍ର ‘ଜଲେବି’ରେ ମଧ୍ୟ ସେ “ଅନୁ” ଚରିତ୍ରରେ ଅଭିନୟ କରିଥିଲେ, ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ରିୟା ଚକ୍ରବର୍ତ୍ତୀ ମଧ୍ୟ ନଜର ଆସିଥିଲେ । ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ସେ ସାଉଥ ଚଳଚ୍ଚିତ୍ର ଜଗତରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ଗୋବିନ୍ଦାଙ୍କ ସହିତ ଚଳଚ୍ଚିତ୍ର “ରଙ୍ଗିଲା ରାଜା”ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଦିଗଙ୍ଗନା ସୂର୍ଯ୍ୟବଂଶୀଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା, ତେବେ ସେ ଖୁବଶୀଘ୍ର ତେଲୁଗୁ ଚଳଚ୍ଚିତ୍ର “ବେଲିୟମ”ରେ ନଜର ଆସିବେ ।

ବେଲିୟମ ଚଳଚ୍ଚିତ୍ରରେ ସେ ଦିଶାଙ୍କ ଭୂମିକାରେ ଅଭିନୟ କରିଥିଲେ । ଯଦିଓ ବର୍ତ୍ତମାନ ଏହି ଚଳଚ୍ଚିତ୍ର ବିଷୟରେ ଅଧିକ କିଛି ଜଣାନାହିଁ ।

ଏହା ବ୍ୟତୀତ ସେ ଚଳଚ୍ଚିତ୍ର “ସିଟିମାର୍”ରେ ମଧ୍ୟ ନଜର ଆସିବେ । ଯାହା ସମ୍ପତ୍ତ ନନ୍ଦୀ ଦ୍ୱାରା ନିର୍ଦ୍ଦେଶିତ କରାଯିବ । ଏହି ଚଳଚ୍ଚିତ୍ରରେ ଗୋପୀଚନ୍ଦ, ତମାନ୍ନା ଓ ଦିଗଙ୍ଗନା ସୂର୍ଯ୍ୟବଂଶୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

Be the first to comment

Leave a Reply

Your email address will not be published.


*