ଏହି ପ୍ରସିଦ୍ଧ କ୍ରିକେଟର୍ ‘ଡ୍ରିମ ଗାର୍ଲ’ (ହେମା ମାଳିନୀ)ଙ୍କ ପ୍ରେମରେ ଦିୱାନା ଥିଲେ ! ସମସ୍ତଙ୍କ ସମ୍ମୁଖରେ କରିଥିଲେ ପ୍ରେମ ଜାହିର !

ବଲିଉଡ଼ରେ ଡ୍ରିମ ଗାର୍ଲ ରୂପେ ପରିଚିତ ଅଭିନେତ୍ରୀ ହେମା ମାଳିନୀ ନିଜ ଅଭିନୟ ଅପେକ୍ଷା ଅଧିକ ସୁନ୍ଦରତା ପାଇଁ ବେଶ୍ ଲୋକପ୍ରିୟ ଥିଲେ । ତାଙ୍କ ସୁନ୍ଦରତାରୁ କେବଳ ବଲିଉଡ଼ ନୁହେଁ ବରଂ ନେତାଗଣ ଓ କ୍ରିକେଟର୍ ମଧ୍ୟ ଆକର୍ଷିତ ହୋଇଯାଇଥିଲେ । କୁହାଯାଏ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ହେମା ମାଳିନୀଙ୍କ ଫ୍ୟାନ ଥିଲେ । ଅନ୍ୟପଟେ ଚଳଚ୍ଚିତ୍ର ଜଗତରେ ମଧ୍ୟ ତାଙ୍କର ଖୁବ୍ ପ୍ରଶଂସକ ଓ ଫ୍ୟାନ ରହିଥିଲେ । ଏହା ବ୍ୟତୀତ କ୍ରିକେଟ ଜଗତରେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା । ଏହିପରି ହେମାଙ୍କ ଏକ ଫ୍ୟାନ ଥିଲେ କ୍ରିକେଟ ଖେଳାଳୀ ଶ୍ରୀନିବାସ ରାଘବନ ବେଙ୍କଟରାଘବନ, ଯାହାଙ୍କ ସ୍ଵପ୍ନର ନାୟିକା ଥିଲେ ହେମା ମାଳିନୀ । ଏହା ବିଷୟରେ ବେଙ୍କଟରାଘବନ ଥରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଥିଲେ । ଆସନ୍ତୁ ଜାଣିବା, କଣ ଥିଲା ସମ୍ପୂର୍ଣ୍ଣ ମାମଲା…

କ୍ରିକେଟର ଡ୍ରିମ୍ ଗାର୍ଲକୁ ପ୍ରେମ କରିବା ପଛରେ ରହିଥିଲା ଏହି କାରଣ…

ହେମା ମାଳିନୀଙ୍କ ଜନ୍ମ ତାମିଲନାଡୁର ଅମ୍ମାନକୁଡ଼ିରେ ୧୬ ଅକ୍ଟୋବର ୧୯୪୮କୁ ହୋଇଥିଲା । ହେମା ଏକ ଅୟଙ୍ଗର ତାମିଲ ପରିବାରର ଝିଅ ଥିଲେ । ସେପଟେ ହେମା ମାଳିନୀଙ୍କ ପରି ବେଙ୍କଟରାଘବନ ମଧ୍ୟ ଅୟରଙ୍ଗ ତାମିଲ ଥିଲେ । ଏହି କାରଣରୁ ବେଙ୍କଟରାଘବନ ହେମା ମାଳିନୀଙ୍କୁ ନିଜ ଜୀବନସାଥୀ ରୂପେ ଦେଖିବା ପାଇଁ ଚାହୁଁଥିଲେ । କିନ୍ତୁ ସେହିସମୟରେ ବଲିଉଡ଼ର ଡ୍ରିମ୍ ଗାର୍ଲଙ୍କ ବଲିଉଡର ପ୍ରସିଦ୍ଧ ଅଭିନେତା ଯେପରି କି ଧର୍ମେନ୍ଦ୍ର, ରାଜେଶ ଖାନ୍ନା, ଜିତେନ୍ଦ୍ର ଓ ଅମିତାଭ ବଚ୍ଚନ ଉପରେ ନିଜ ସୁନ୍ଦରତାର ଯାଦୁ ଚଳାଇଥିଲେ ।

ଧର୍ମେନ୍ଦ୍ର ଓ ହେମା :

ନିଜ ସମୟର ପ୍ରସିଦ୍ଧ କ୍ରିକେଟର୍ ଶ୍ରୀନିବାସ ବେଙ୍କଟରାଘବନ ଥରେ ଖୋଲାଖୋଲି ଭାବେ କହିଥିଲେ ଯେ, ସେ ହେମାଙ୍କ ସୁନ୍ଦରତାରେ ଆକର୍ଷିତ ଓ ତାଙ୍କୁ ପ୍ରେମ କରନ୍ତି । କିନ୍ତୁ ବେଙ୍କଟରାଘବନଙ୍କ ପ୍ରେମ ଏକତରଫା ପ୍ରେମ ଥିଲା, ଯାହା ଆଗକୁ ବଢ଼ିପାରି ନଥିଲା । ଏହାର କାରଣ ଥିଲା ଯେ ହେମା ଧର୍ମେନ୍ଦ୍ରଙ୍କୁ ଭଲ ପାଉଥିଲେ ଓ କିଛିଦିନ ପରେ ହେମା ଓ ଧର୍ମେନ୍ଦ୍ର ବିବାହ କରିନେଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ୧୯୮୦ରେ ହେମା ଓ ଧର୍ମେନ୍ଦ୍ର ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେମା ମାଳିନୀଙ୍କୁ ବିବାହ କରିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ସନୀ ଓ ବବି ।

ଏହି ଅଭିନେତା ମଧ୍ୟ ଥିଲେ ହେମାଙ୍କ ପ୍ରେମରେ ପାଗଳ :

ମିଡ଼ିଆ ରିପୋର୍ଟ ଅନୁଯାୟୀ ଜିତେନ୍ଦ୍ର ମଧ୍ୟ ହେମା ମାଳିନୀଙ୍କ ପ୍ରେମରେ ପାଗଳ ଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ହେମା ଜିତେନ୍ଦ୍ରଙ୍କୁ ନୁହେଁ ଧର୍ମେନ୍ଦ୍ରଙ୍କୁ ଭଲ ପାଉଥିଲେ । ଯଦିଓ ହେମା ମାଳିନୀଙ୍କ ମାଆ ଜୟା ଲକ୍ଷ୍ମୀ, ଧର୍ମେନ୍ଦ୍ର ଓ ହେମାଙ୍କ ସମ୍ପର୍କରେ ଖୁସି ନଥିଲେ । ଏହାର କାରଣ ହେଉଛି ଧର୍ମେନ୍ଦ୍ର ଆଗରୁ ବିବାହିତ ଥିଲେ । କୁହାଯାଏ ଯେ ହେମାଙ୍କ ମାଆ ଜୟା ଲକ୍ଷ୍ମୀ ଚାହୁଁଥିଲେ ଯେ ହେମା ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରନ୍ତୁ । ଅନ୍ୟପଟେ ହେମା କେବଳ ଧର୍ମେନ୍ଦ୍ରଙ୍କୁ ହିଁ ଭଲ ପାଉଥିଲେ ଓ ତାଙ୍କୁ ହିଁ ବିବାହ କରିବା ପାଇଁ ଚାହୁଁଥିଲେ । ଏଥିପାଇଁ ଜିତେନ୍ଦ୍ର ବିବାହର ବିଚାର ତ୍ୟାଗ କରିଦେଲେ କିନ୍ତୁ ଆଜି ମଧ୍ୟ ହେମା ଓ ଜିତେନ୍ଦ୍ର ଭଲ ବନ୍ଧୁ ଅଟନ୍ତି ।

Be the first to comment

Leave a Reply

Your email address will not be published.


*