ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାକୁ ନେଇ ଅମିତ ଶାହା ଦେଲେ ଏପରି ବିବୃତ୍ତି । କହିଲେ CBI ଏହି ମାମଲାକୁ….

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାକୁ ନେଇ ଅମିତ ଶାହା ଦେଲେ ବିବୃତ୍ତି । କହିଲେ CBI ଏହି ମାମଲାକୁ ଯଥାଶୀଘ୍ର ସତ୍ୟତାକୁ ଖୋଜି ବାହାର କରିବାରେ ସମର୍ଥ ହେବ ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଚାରି ମାସ ବିତିଗଲାଣି, ହେଲେ ଅଭିନେତାଙ୍କ ମୃତ୍ୟୁର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ଏଭଳି ପରିସ୍ଥିତିରେ ଫ୍ୟାନ୍ସ ଏବଂ ସୁଶାନ୍ତଙ୍କ ପରିବାର ନିରାଶ ହୋଇଥିବାର ଦେଖାଯାଉଛି । ସିବିଆଇ ଏହି ମାମଲାରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହାଁନ୍ତି । ଅନ୍ୟପକ୍ଷରେ, AIIMSର ଫୋରେନସିକ ରିପୋର୍ଟ ସୁଶାନ୍ତଙ୍କ ହତ୍ୟାକୁ ପ୍ରତ୍ୟାଖ୍ୟାନ କରିଛି । ଏହି ରିପୋର୍ଟ ଅନୁଯାୟୀ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ।

ମୁମ୍ବାଇ ପୋଲିସର ତଦନ୍ତରେ ପ୍ରଶ୍ନ ଉଠିଛି :

ଗୋଟିଏ ପଟେ ସିବିଆଇ ଏହି ମାମଲାକୁ ପ୍ରତ୍ୟେକ କୋଣରୁ ଅନୁଧ୍ୟାନ କରୁଥିବାବେଳେ ଅନ୍ୟପଟେ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଭାରତୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି ବିବୃତ୍ତି ଦେଇଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ, ସୁଶାନ୍ତ ସିଂ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିନାହୁଁ, ଏହାକୁ ସିବିଆଇର ଦାବିରେ ରାଜ୍ୟ ସରକାର ଏବଂ ସୁଶାନ୍ତଙ୍କ ପରିବାର ଅନୁମୋଦନ କରିଛନ୍ତି ।

ସିବିଆଇ ତଦନ୍ତରେ ସମସ୍ତ ତଥ୍ୟ ଲକଲୋଚନକୁ ଆସିଯିବ :

ଅମିତ ଶାହା ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ସୁଶାନ୍ତଙ୍କ ସ୍ଥାନରେ ଅନ୍ୟ କେହି ଥାଆନ୍ତେ; ତେବେ ଆମେ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ନ୍ୟାୟ ସହ ଅନୁସନ୍ଧାନରେ ସାହାଯ୍ୟ କରିଥା’ନ୍ତୁ । ଶାହା ବର୍ତ୍ତମାନ ଏହି ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି । ତେବେ ସେ କେବଳ କହିଛନ୍ତି ଯେ ଶୀଘ୍ର ସିବିଆଇ ତଦନ୍ତ ପରେ ସବୁକିଛି ପରିଷ୍କାର ହୋଇଯିବ ।

ଏପର୍ଯ୍ୟନ୍ତ ହେଉଛନ୍ତି ଗିରଫ :

ସିବିଆଇ ବ୍ୟତୀତ ଏନସିବି ମଧ୍ୟ ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଆଙ୍ଗେଲରୁ ଯାଞ୍ଚ କରୁଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୨୨ ଜଣ ଗିରଫ ହୋଇଛନ୍ତି । କିଛି ଦିନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରିଥିବାରୁ ମୁମ୍ବାଇ ପୋଲିସ ଦିଲ୍ଲୀର ଓକିଲ ବିବେକ ଆନନ୍ଦଙ୍କୁ ମଧ୍ୟ ଅଟକ ରଖିଥିଲା ।

ସୂଚନାଯୋଗ୍ୟ, ୧୪ ଜୁନରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କୁ ଫେନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରଯାଇଥିଲା । ସେଠାରେ ପୋଲିସ କୌଣସି ଆତ୍ମହତ୍ୟା କରିଥିବା ସୁରଗ୍ ପାଇନଥିଲା । ମୁମ୍ବାଇ ପୋଲିସ ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ଆତ୍ମହତ୍ୟା ଘୋଷଣା କରିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା । ତେବେ ପରିବାର ଓ ପ୍ରଶଂସକଙ୍କ ଦାବି ପରେ ବିହାର ପୋଲିସ ଏବଂ ପରେ ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

Be the first to comment

Leave a Reply

Your email address will not be published.


*