ଲଜ୍ଜାର ସମସ୍ତ ସୀମା ଅତିକ୍ରମ କଲା ଚୀନ ! ଭାରତୀୟ ସୀମାରେ କ୍ଷେପଣାସ୍ତ୍ର ନିକ୍ଷେପ କରି ଟିଭିରେ ଦେଖାଇଲା !

ଚୀନ ଏବଂ ଭାରତ ମଧ୍ୟରେ ଗତ କିଛି ମାସ ଧରି ସୀମା ବିବାଦ ରହିଛି । ସମସ୍ତ ଆଲୋଚନା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ । ନିକଟରେ ଚୀନ ପୁଣି ଥରେ ଲଜ୍ଜାର ସମସ୍ତ ସୀମା ଅତିକ୍ରମ କରିଛି । ଚୀନର ପିଏଲଏ (ପିପୁଲ୍ସ ଲିବରେସନ ଆର୍ମି) ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ମାମଲା ଏଠାରେ ଶେଷ ହୋଇ ନାହିଁ । ଏହିପରକର ଲଜ୍ଜ୍ୟାଜନକ କାର୍ଯ୍ୟ କରିବା ପରେ ଚୀନ ନିଜ ଦେଶର ଘରୋଇ ଟିଭି ଚ୍ୟାନେଲରେ ଏହି କାର୍ଯ୍ୟ ପ୍ରଦର୍ଶନ ମଧ୍ୟ କରିଛି । ଚୀନର ଏହି ବର୍ବରଚିତ କାର୍ଯ୍ୟରେ ଭାରତ, ଚୀନ ପ୍ରତି କ୍ରୋଧଭାବ ପ୍ରକାଶ କରିଛି ।

ଲଦାଖ ସୀମା ନିକଟରେ ଚୀନ ର୍ୟାକେଟ ଦ୍ୱାରା ଗୁଳି ଚାଳନା କରାଯାଇଛି; ଯେଉଁଥିପାଇଁ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଚୀନ ଏହା ଜାଣିଶୁଣି କରୁଛି ସେ ଭାରତରେ ନିଜର ଚାପ ବଢାଇବାକୁ ଚାହୁଁଛି । ଚୀନ କରିଥିବା ଏହି କାର୍ଯ୍ୟର ଏକ ଭିଡିଓ ପ୍ରସ୍ତୁତ କରି, ଚୀନର ଘରୋଇ ଟିଭି ଚ୍ୟାନେଲରେ ମଧ୍ୟ ପ୍ରଦର୍ଶନ କରିଛି । ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏହା ଦାବି କରିଛି । ଦାବି ଅନୁଯାୟୀ, ଏହି ଅଭ୍ୟାସରେ ୯୦ ପ୍ରତିଶତ ନୂତନ ଅସ୍ତ୍ର ବ୍ୟବହାର କରାଯାଇଛି ।

ଗ୍ଲୋବାଲ ଟାଇମ୍ସ ଏହି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଏହା ସହିତ ସେ କହିଛନ୍ତି, ଏହି ଅଭ୍ୟାସ ପିଏଲଏ (ପିପୁଲ୍ସ ଲିବରେସନ ଆର୍ମି)ର ତିବ୍ବତ ଥିଏଟର କମାଣ୍ଡ ଦ୍ୱାରା କରାଯାଇଥିଲା । ଏହି ଅଭ୍ୟାସ ୪୭୦୦ମିଟର ଉଚ୍ଚତାରେ କରାଯାଉଛି । ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଚୀନ ସେନା ଅନ୍ଧାରରେ ଭାରତୀୟ ସୀମା ଉପରେ ଆକ୍ରମଣ କରିଛି ଏବଂ ଡ୍ରୋନ୍ ବିମାନ ସାହାଯ୍ୟରେ ଆକ୍ରମଣ କରିଥିଲା । ଏହି ଭିଡିଓରେ ଚୀନ ସେନା ଏକ ସମଗ୍ର ପାର୍ବତ୍ୟ ଅଞ୍ଚଳକୁ ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି ।

Be the first to comment

Leave a Reply

Your email address will not be published.


*