ଫରାଜ ଖାଁଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲା ବଲିଉଡ଼ ! ସଲମାନ ସମେତ ୬୫୩ ଲୋକ ମିଶି ଏକତ୍ରିତ କଲେ ୧୩ ଲକ୍ଷରୁ ଅଧିକ ଟଙ୍କା… !

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଫାରାଜ ଖାନ ବର୍ତ୍ତମାନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । “ମେହେନ୍ଦୀ” ଫିଲ୍ମରୁ ଫାରାଜ ଖାନଙ୍କୁ ଅନେକ ମାନ୍ୟତା ମିଳିଥିଲା । ଏଥିରେ ଅଭିନେତ୍ରୀ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଅପରିଚିତ ଭାବେ ଜୀବନ କାଟୁଥିବା ୯୦ ଦଶକର ଅଭିନେତା ଫରାଜ ଖାଁ ଗତ କିଛି ଦିନରୁ ହଠାତ ଚର୍ଚ୍ଚାରେ ଆସି ଯାଇଥିଲେ । ବହୁତ ଗମ୍ଭୀର ଅବସ୍ଥାରେ ଫରାଜ ଖାଁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନରୁ ସେ ବେଙ୍ଗାଲୁରୁର ଘରୋଇ ହସ୍ପିଟାଲରେ ଆଇସିୟୁରେ ଅଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଫରାଜ ଖାଁ ନ୍ୟୁରୋଲୋଜିକାଲ ଡିସ-ଅର୍ଡରରେ ପୀଡ଼ିତ ଅଛନ୍ତି । ତାଙ୍କୁ ବ୍ରେନ୍ ଇଂଫେକ୍ସନ ଓ ନିମୋନିଆ ଡାଇଗ୍ନୋସ୍ସିରେ ପୀଡିତ ଅଛନ୍ତି । ଫରାଜଙ୍କ ଚିକିତ୍ସା ପାଇଁ ପାଖାପାଖି ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ନିକଟରେ ଫରାଜଙ୍କ ଭାଇ ଫହମାନ ଖାଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ଦେଖୁ ଦେଖୁ ଫରାଜଙ୍କ ଦେହ ଦିନକୁ ଦିନ ଖରାପ ହେବାରେ ଲାଗିଲା ଏବଂ ଆର୍ଥିକ ଅଭାବର ଖବର ଗଣମାଧ୍ୟମରେ ଭାଇରାଲ୍ ହୋଇଗଲା ।

ଅଭିନେତ୍ରୀ ପୂଜା ଭଟ୍ଟ ଗଣମାଧ୍ୟମ ଜରିଆରେ ଫରାଜଙ୍କ ସାହାଯ୍ୟ ପାଇଁ ଲୋକଙ୍କୁ ଆଗକୁ ଆସିବା ପାଇଁ ଅନୁରୋଧ କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଫରାଜଙ୍କ ସହାୟତା ପାଇଁ ବଲିଉଡ଼ କଳାକାର ସମେତ ଲକ୍ଷ ଲକ୍ଷ ଲୋକ ଆଗକୁ ଆସିଛନ୍ତି ଏବଂ ବର୍ତ୍ତମାନ ଅଭିନେତାଙ୍କ ପାଇଁ ଗତ କିଛି ଦିନରୁ ୧୩ ଲକ୍ଷରୁ ଅଧିକ ଟଙ୍କା ଏକତ୍ରିତ ହୋଇଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଫରାଜ ଖାଁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଏକ ଫଣ୍ଡ-ରାଇଜର ୱେବସାଇଟ ଜରିଆରେ ଏହି ଆର୍ଥିକ ସହାୟତା ପାଇଁ ଗୁହାରି କରିଥିଲେ ।

ଏତିକି ନୁହେଁ, କିଛି ବଲିଉଡ଼ କଳାକାର ମଧ୍ୟ ଫରାଜଙ୍କୁ ସହାୟତା କରୁଛନ୍ତି :

ଫରାଜ ଖାଁଙ୍କ ଖବର ଯେପରି ହିଁ ସଲମାନ ଖାଁ ନିକଟକୁ ପହଞ୍ଚିଲା, ସଲମାନଙ୍କ ଟିମ ବେଙ୍ଗାଲୁରୁର ସେହି ହସ୍ପିଟାଲରେ ପହଞ୍ଚି ଥିଲେ । ଯେଉଁଠାରେ ଫରାଜଙ୍କ ଚିକିତ୍ସା ଚାଲୁଛି । ଫରାଜଙ୍କ ଚିକିତ୍ସାର ଦାୟିତ୍ଵ ବହନ କରି ସଲମାନ ଫରାଜଙ୍କ ସମସ୍ତ ମେଡ଼ିକାଲ ବିଲ୍ ପୂରଣ କରି ଦେଇଛନ୍ତି ।

ପୂଜା ଭଟ୍ଟଙ୍କ ସମେତ ବଲିଉଡର ଅନ୍ୟ କେତେକ କଳାକାର ମଧ୍ୟ ଫରାଜଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ପୂଜା ଭଟ୍ଟ ଗଣମାଧ୍ୟମରେ ପୋଷ୍ଟ ସେୟାର କରି ଫରାଜଙ୍କୁ ସହାୟତା କରିବା ପାଇଁ ସର୍ବସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି । ସୋନି ରାଜଦାନୀ ମଧ୍ୟ ଫରାଜ ଖାଁଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି ।

Be the first to comment

Leave a Reply

Your email address will not be published.


*