୧ ନଭେମ୍ବର ଠାରୁ ବଦଳିଯିବ LPG ସିଲିଣ୍ଡର Delivery କରିବା ପ୍ରକ୍ରିୟା : ଫୋନରେ ବୁକିଂ ବ୍ୟତୀତ ଏହା କରିବାକୁ ପଡ଼ିବ…

ଆଜିକାଲି ପ୍ରାୟତଃ ସମସ୍ତେ ଗ୍ୟାସ ସିଲିଣ୍ଡର ମାଧ୍ୟମରେ ରୋଷେଇ କାର୍ଯ୍ୟ କରନ୍ତି । ଏପରିକି ଗ୍ୟାସ ସିଲେଣ୍ଡର ଆମ ରୋଷେଇର ଏକ ମୁଖ୍ୟ ଅଂଶ ହୋଇସାରିଛି । ଆଜିକାଲି ଘରେ ବସି ନିଜର ଫୋନ ମାଧ୍ୟମରେ ଗ୍ୟାସ ବୁକିଂ କରାଯାଉଛି ଏବଂ ବୁକିଂ ପରେ ସିଲିଣ୍ଡର ଆପଣଙ୍କ ଘରକୁ ପହଞ୍ଚାଇ ଦିଆଯାଇଥାଏ । ଯଦିଓ ଆଗାମୀ ମାସ ଅର୍ଥାତ ନଭେମ୍ବର ମାସରୁ LPG ସିଲିଣ୍ଡରର ଡିଲିଭରରେ ଏକ ନୂତନ ପରିବର୍ତ୍ତନ ଆସିବାକୁ ଯାଉଛି । ଯଦି ଆପଣ ମଧ୍ୟ ଘରେ ବସି ଫୋନରେ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ନଭେମ୍ବର ଠାରୁ ବଦଳିଯିବ ଗ୍ୟାସ ସିଲିଣ୍ଡର ଡିଲିଭରିର ଉପାୟ :

ବାସ୍ତବରେ ବର୍ତ୍ତମାନ ସିଲିଣ୍ଡରରୁ ଗ୍ୟାସ ଚୋରି ହେବା କିମ୍ବା ସଠିକ୍ ଗ୍ରାହକର ପରିଚୟ ନମିଳିବା ଭଳି ଅସୁବିଧା ହୋଇଥାଏ । ସରକାରୀ ତୈଳ କମ୍ପାନୀ ଏହିସବୁ ସମସ୍ୟାକୁ ରୋକିବା ପାଇଁ ଚାହଁନ୍ତି ଏବଂ ଏଥିପାଇଁ ସେମାନେ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ନିକଟରେ ଯୋଗାଇବା ପାଇଁ ଏକ ନୂତନ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ଯୋଜନା ଅନୁଯାୟୀ କେବଳ ଫୋନରେ ବୁକିଂ କରିଦେଲେ କାମ ହେବ ନାହିଁ ବରଂ ଆପଣଙ୍କୁ ଆଉ ଏକ ପ୍ରକ୍ରିୟାକୁ ମଧ୍ୟ ଆପଣାଇବାକୁ ପଡ଼ିବ ।

ଡିଲିଭରି ଅଥେଣ୍ଟିକେସନ କୋଡ଼ ହେବ ଜରୁରୀ :

ଏହି ନୂତନ ନିୟମ ଅନୁଯାୟୀ ଆପଣଙ୍କୁ ସିଲିଣ୍ଡର ନେବା ପୂର୍ବରୁ ଡିଲିଭରି ଅଥେଣ୍ଟିକେସନ କୋଡ଼କୁ ସିଲିଣ୍ଡର ଦେବାକୁ ଆସିଥିବା ଡିଲିଭରି ବୋୟ (Delivery boy)କୁ ଦେବାକୁ ପଡ଼ିବ । ଏହି କୋଡ୍ ଗ୍ୟାସ ସିଲିଣ୍ଡର ବୁକିଂ ସମୟରେ ଆପଣଙ୍କ ରେଜିଷ୍ଟ୍ରେସନ ମୋବାଇଲ ନମ୍ବରରେ ଆସିଯିବ । ଯେତେବେଳେ ପର୍ଯ୍ୟନ୍ତ ଆପଣ ଏହି କୋଡ୍ ଦେବେ ନାହିଁ; ସେତେବେଳେ ଯାଏଁ ଡିଲିଭରି ଷ୍ଟେଟସ୍ ପେଣ୍ଡିଙ୍ଗ ରହିବ । ଯାହାଦ୍ୱାରା ଏଥିରୁ କେହି ମଧ୍ୟ ଗ୍ୟାସ ସିଲିଣ୍ଡରର ଚୋରି କରିପାରିବେ ନାହିଁ ।

ମୋବାଇଲ ନମ୍ବର ମଧ୍ୟ କରିପାରିବେ ଅପଡେଟ୍ :

ଆପଣ ନିଜ ମୋବାଇଲ ନମ୍ବର ଡିଲିଭରି ସମୟରେ ଅପଡ଼େଟ୍ କରିପାରିବେ । ଗ୍ୟାସ ବିକ୍ରେତା ଏଜେନ୍ସିରେ ମୋବାଇଲ ନମ୍ବର ରେଜିଷ୍ଟର ନହେବା କିମ୍ବା ନମ୍ବର ବଦଳିଯିବା ସ୍ଥିତିରେ ଆପଣ ଡିଲିଭରି ସମୟରେ ଏହାକୁ ଅପଡେଟ୍ କରିପାରିବେ । ବାସ୍ତବରେ ଡିଲିଭରି ବୋୟ (Delivery boy) ନିକଟରେ ଏକ ଏପ୍ (Application) ରହିବ ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ଠିକ୍ ସମୟରେ ଅପଟେଡ଼ ହୋଇଯିବ । ପରେ ଆପଣ ଏହି ନମ୍ବରରୁ ମଧ୍ୟ କୋଡ୍ ଜେନେରେଟ୍ କରିପାରିବେ ।

ବର୍ତ୍ତମାନ କେବଳ ସ୍ମାର୍ଟ ସିଟିରେ ଲାଗୁ ହେବ ଏହି ଯୋଜନା :

ଏହି ନୂତନ ଡିଲିଭରି ସିଷ୍ଟମ୍ ସର୍ବପ୍ରଥମେ ୧୦୦ଟି ସ୍ମାର୍ଟ ସିଟିରେ ଲାଗୁ କରାଯିବ । ଏହା ଏକ ପାୟଲଟ୍ ପ୍ରାଜେକ୍ଟ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଧୀରେ ଧୀରେ ଦେଶର ଅନ୍ୟାନ୍ୟ ସହରମାନଙ୍କରେ ଲାଗୁ କରାଯିବ । ବର୍ତ୍ତମାନ ଏହି ପାୟଲଟ ପ୍ରାଜେକ୍ଟ ଦୁଇଟି ସହରରେ ଚାଲୁଅଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହାକୁ କେବଳ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ଲାଗୁ କରାଯିବ । କର୍ମଶିଆଲ ସିଲିଣ୍ଡର ଏହି ନୂତନ ଯୋଜନାର ଅଂଶବିଶେଷ ରହିବେ ନାହିଁ ।

Be the first to comment

Leave a Reply

Your email address will not be published.


*