ଏହି ଅଭିନେତ୍ରୀମାନଙ୍କ ନିମନ୍ତେ ପ୍ଲାଷ୍ଟିକ ସର୍ଜରୀ ବହୁତ ମହଙ୍ଗା ପଡିଗଲା ! ବର୍ତ୍ତମାନ ଏହିପରି ଦେଖାଯାଉଛନ୍ତି…

ବଲିଉଡର କେତେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଶରୀରର କେତେକ ଅଙ୍ଗଗୁଡ଼ିକର ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି । ପ୍ଲାଷ୍ଟିକ ସର୍ଜରୀ କରି ସେମାନେ ଆହୁରି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି । କିଛି ଅଭିନେତ୍ରୀ ସର୍ଜରୀ କରି ସୁନ୍ଦର ହୋଇଛନ୍ତି, କିନ୍ତୁ କିଛି ହିରୋଇନ ବା ଅଭିନେତ୍ରୀମାନେ ମନମୁତାବକ ପ୍ଲାଷ୍ଟିକ ସର୍ଜରୀ କରିବାର ଫଳାଫଳ ମିଳିନାହିଁ, ଯେଉଁଥି କାରଣରୁ ସେମାନେ ସୁନ୍ଦରରୁ ଅସୁନ୍ଦର ହୋଇଯାଇଛନ୍ତି । ଏହି କାରଣରୁ ସେମାନଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ୍ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀମାନଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବା ମହଙ୍ଗା ପଡିଥିଲା :-

କୋଇନା ମିତ୍ରା :- (Koena Mitra)

କୋଇନା ମିତ୍ରା ବଲିଉଡରେ “ମୁସାଫିର” ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ସୁପରହିଟ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ୨୦୧୧ ମସିହାରେ “କୋଇନା” ନାକର ସର୍ଜରୀ କରିଥିଲେ କିନ୍ତୁ ଏହି ସର୍ଜରୀ ପରେ ତାଙ୍କର ହାଡ ଫୁଲିବା ଆରମ୍ଭ କରିଥିଲା, ଯାହାପରେ ଡାକ୍ତରମାନେ ମଧ୍ୟ କିଛି ସହାୟତା କରି ପାରିନଥିଲେ । ଏହି ସର୍ଜରୀ ଦ୍ୱାରା ତାଙ୍କ ଲୁକ୍ ବହୁତ ଖରାପ ଦେଖାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ଥର ଟ୍ରୋଲ୍ କରାଯାଇଥିଲା ।

ଆୟେଶା ଟୋକିଆ :- (Ayesha Takia)

ବଲିଉଡ ଅଭିନେତ୍ରୀ ଆୟେଶା ଟୋକିଆ ନିଜ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ପାଇଁ ଓଠ ସର୍ଜରୀ ଏବଂ ସିଲିକନ ସ୍ତନ ପ୍ରତିରୋପଣ ସର୍ଜରୀ କରିଥିଲେ । ଏହି ଚିକିତ୍ସା ପରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥିଲା । ଏହି କାରଣରୁ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ କଡ଼ା ଟ୍ରୋଲ୍ କରିଥିଲେ । ଏହି ଖରାପ ସର୍ଜରୀର ଫଳାଫଳ ଯୋଗୁଁ ଆୟେଶା ବଲିଉଡ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ଆୟେଶା ଓଠ ସର୍ଜରୀ କରିବା ପୂର୍ବରୁ “ୱାଣ୍ଟେଡ” ଫିଲ୍ମରେ ଅଭିନୟ କରିଥିଲେ, ଯାହା ସୁପରହିଟ ହୋଇଥିଲା ।

ଅନୁଷ୍କା ଶର୍ମା :- (Anushka Sharma)

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ “ରବ୍ ନେ ବନା ଦି ଯୋଡି” ମାଧ୍ୟମରେ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା ଓ ସେ ଘରେ ଘରେ ପରିଚିତ ହୋଇଯାଇଥିଲେ । କିଛି ସମୟ ପରେ ଅନୁଷ୍କା ଓଠ ଏନହେନ୍ସମେଣ୍ଟ କରିଥିଲେ, ଯେଉଁଥିପାଇଁ ସେ ଅନେକ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଓଠକୁ ସୋସିଆଲ ମିଡିଆରେ “ଡକ ଲିପ୍ସ” ବୋଲି କହି ଟ୍ରୋଲ୍ କରାଯାଇଥିଲା ।

ବାଣୀ କପୁର :- (Vaani Kapoor)

ଶୁଦ୍ଧ ଦେଶୀ ରୋମାନ୍ସ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିବା ବାଣୀ କପୁର ନିଜର ସୁନ୍ଦରତା ଏବଂ ଅଭିନୟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । କିନ୍ତୁ ଯେତେବେଳେ ସେ ଓଠର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ବେଫିକ୍ରେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ଏହି ସର୍ଜରୀ କରିଥିଲେ, ଯାହା ତାଙ୍କୁ ଭାରି ପଡିଥିଲା । ପ୍ରଶଂସକମାନଙ୍କୁ ବାଣୀଙ୍କ ନୂଆ ଲୁକ୍ ପସନ୍ଦ ଆସି ନଥିଲା ଏବଂ ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ପ୍ରଶଂସକମାନେ କହିଥିଲେ ଯେ ପ୍ଲାଷ୍ଟିକ ସର୍ଜରୀ ପୂର୍ବରୁ ବାଣୀ ଭଲ ଦେଖାଯାଉଥିଲା ଏବଂ ବର୍ତ୍ତମାନ ସେ ବହୁତ ଅଜବ ଦେଖାଯାଉଛନ୍ତି ।

ମୌନି ରୟ :- (Mouni Roy)

ନାଗିନ ଖ୍ୟାତି ମୌନି ରୟ ନିଜ ସର୍ଜରୀ ଯୋଗୁଁ ନିକଟରେ ଆଲୋଚନାକୁ ଆସିଛନ୍ତି । ମୌନି ଯେତେବେଳେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ସ୍କ୍ରିନିଂରେ ପହଞ୍ଚିଥିଲେ, ସେତେବେଳେ ପ୍ରଶଂସକମାନେ ମୌନିଙ୍କ ଲୁକ୍ ବହୁତ ପରିବର୍ତ୍ତିତ ହୋଇଯାଇଥିବାର ଜାଣିବାକୁ ପାଇଥିଲେ । ତାଙ୍କ ଓଠର ଆକାର ମଧ୍ୟ ପରିବର୍ତ୍ତିନ ହୋଇଯିବା ଭଳି ଦେଖାଯାଉଥିଲା । ଏହି ସମୟ ମଧ୍ୟରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା । ଟ୍ରୋଲରମାନେ ତାଙ୍କୁ ବହୁତ ଟ୍ରୋଲ୍ କରିଥିଲେ କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କୁ ତାଙ୍କୁ ଏହି ଲୁକରେ ଦେଖିବାର ଅଭ୍ୟାସ ହୋଇଗଲା ।

Be the first to comment

Leave a Reply

Your email address will not be published.


*