ବାସ୍ତବ ଜୀବନରେ ଖୁବ୍ ଗ୍ଲେମର୍ସ ଅଟନ୍ତି ପଲକ୍ ସିଦ୍ଧବାନୀ, ତାରକ୍ ମେହତା ଧାରାବାହିକରେ ନିଭାନ୍ତି ସୋନୁଙ୍କ ଚରିତ୍ର ! ଦେଖନ୍ତୁ ଫୋଟ ।

ଛୋଟ ପରଦାର ସବୁଠାରୁ ଲୋକପ୍ରିୟ ଓ ପ୍ରସିଦ୍ଧ ଟିଭି ଶୋ ତାରକ୍ ମେହତା କା ଉଲଟା ଚଷମାରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାହା ଦୟାବେନ ହୁଅନ୍ତୁ, ଟପୁ ହେଉ, ତାରକ୍ ମେହତା ହୁଅନ୍ତୁ ବା ରୋଶନ ସିଂହ ଷୋଢ଼ି ହୁଅନ୍ତୁ, ଶୋ’ର ଏହି ସମସ୍ତ ଚରିତ୍ରରୁ ଲୋକମାନେ ପରିଚିତ ଅଛନ୍ତି ଏବଂ ଫ୍ୟାନ୍ ମାନେ ଏହିସବୁ କଳାକାରଙ୍କ ବାସ୍ତବ ଜୀବନ ବିଷୟରେ ଜାଣିବା ପାଇଁ ମଧ୍ୟ ଆଗ୍ରହୀ ରୁହନ୍ତି । ଏମିତିରେ ଏକ ପାତ୍ର ହେଉଛନ୍ତି, ଭିଡ଼େଙ୍କ ଝିଅ ସୋନୁ । ଟପୁ ସେନାଙ୍କ ଏହି ସଦସ୍ୟ ବିଷୟରେ ଲୋକମାନେ ସର୍ବଦା ଜାଣିବା ପାଇଁ ଉତ୍ସୁକ ରୁହନ୍ତି । ଆସନ୍ତୁ ଜାଣିବା, ବାସ୍ତବ ଜୀବନରେ କିପରି ଦେଖାଯାଆନ୍ତି ସୋନୁ….

ବାସ୍ତବ ଜୀବନରେ ଖୁବ୍ ଗ୍ଲେମର୍ସ ଓ ଷ୍ଟାଇଲିସ୍ ଦେଖାଯାଆନ୍ତି ସୋନୁ……

ପଲକ୍ ସିଦ୍ଧବାନୀ

ସୁଚାଇଦେଉଛୁ ଯେ ତାରକ୍ ମେହତା କା ଉଲଟା ଚଷମା ଶୋ’ରେ ଭିଡ଼େର ଝିଅ ସୋନୁଙ୍କ ଚରିତ୍ରରେ ବର୍ତ୍ତମାନ ପଲକ୍ ସିଦ୍ଧବାନ ଅଭିନୟ କରୁଛନ୍ତି । ସୋନୁ, ଶୋ’ର ଟପୁ ସେନାର ଏକ ମୁଖ୍ୟ ସଦସ୍ୟ ଅଟନ୍ତି । ସୋନୁଙ୍କ ଅଭିନୟ ଫ୍ୟାନ୍ ମାନଙ୍କ ଚେହେରା ହସ ଆଣିଦିଏ । ସୁଚାଇଦେଉଛୁ ଯେ ଶୋ’ରେ ସରଳ ନିରୀହ ଦେଖାଯାଉଥିବା ସୋନୁ ବାସ୍ତବ ଜୀବନରେ ଖୁବ୍ ଗ୍ଲେମର୍ସ ଓ ଷ୍ଟାଇଲିସ୍ ଦେଖାଯାଆନ୍ତି । ପଲକ ସିଦ୍ଧବାନୀଙ୍କ ଅଧିକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରନ୍ତି, ଯାହାକୁ ଫ୍ୟାନ୍ ମାନେ ଖୁବ୍ ପସନ୍ଦ କରନ୍ତି ।

ଅଭିନେତ୍ରୀଙ୍କ ଫଟୋ ଓ ଭିଡ଼ିଓରେ ତାଙ୍କ ଫ୍ୟାନ୍ସ ମାନେ ଲାଇକ୍ ଓ କମେଣ୍ଟ କରିବାକୁ ଭୁଲନ୍ତି ନାହିଁ । ସୂଚନାଥାଉକି ପଲକ୍ ଗତ ୨ ବର୍ଷରୁ ତାରକ ମେହତା କା ଉଲଟା ଚଷମା ଶୋ’ରେ ସୋନୁ ଚରିତ୍ରରେ ଅଭିନୟ କରୁଛନ୍ତି । ଶୋ’ର ନିର୍ଦ୍ଦେଶକ ଆସିଦ ମୋଦି ପଲକ୍ ସିଦ୍ଧବାନୀଙ୍କୁ ସୋନୁଙ୍କ ରୋଲ ଦେଇ ଏହି ଶୋ’ରେ ସାମିଲ କରିଥିଲେ । ପଲକଙ୍କ ଆଗରୁ ଅଭିନେତ୍ରୀ ନିଧି ଭାନୁଶାଳୀ ସୋନୁ ଚରିତ୍ରରେ ଅଭିନୟ କରୁଥିଲେ, କିନ୍ତୁ ସେ ଶୋ ଛାଡିଦେଲେ କାରଣ ତାଙ୍କୁ ତାଙ୍କ ଶିକ୍ଷା ଉପରେ ଧ୍ୟାନ ଦେବାର ଥିଲା । ସୁଚାଇଦେଉଛୁ ଯେ ନିଧି ଭାନୁଶାଳୀ ୨୦୧୨ ଠାରୁ ଏହି ଶୋ’ର ଅଂଶବିଶେଷ ଥିଲେ ଏବଂ ୨୦୧୯ରେ ସେ ଶୋ’କୁ ବିଦାୟ କହିଦେଲେ । ଜଣାଇଦେଉଛୁ ଯେ ନିଧିଙ୍କ ଆଗରୁ ଝିଲ ମେହତା ସୋନୁଙ୍କ ଚରିତ୍ରରେ ଅଭିନୟ କରୁଥିଲେ ।

ପଲକ୍ ସିଦ୍ଧବାନୀ କ୍ୟାରିୟର ବିଷୟରେ ଆଲୋଚନା କରିବା ତେବେ ସେ ତାରକ୍ ମେହତା କା ଉଲଟା ଚଷମା ଶୋ ଆଗରୁ ରନିତ ରଏ ଓ ଟିଷ୍କା ଚୋପଡ଼ା ଅଭିନୀତ ଏକ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି, ଏହା ବ୍ୟତୀତ ସେ ଅନେକଗୁଡ଼ିଏ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି ।

ପଲକ୍ ମିମ୍ସ ତିଆରି କରୁଥିବା ଲୋକଙ୍କ ଦେଇଥିଲେ ଚେତାବନୀ

ପଲକ୍ ସିଦ୍ଧବାନୀ ଇଂଷ୍ଟାଗ୍ରାମରେ ଖୁବ୍ ସକ୍ରିୟ ରୁହନ୍ତି ଏବଂ ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡ଼ିଓ ସେୟାର କରି ଫ୍ୟାନ୍ସ ମାନଙ୍କୁ ମନୋରଞ୍ଜନ କରନ୍ତି । ଏହି କାରଣରୁ ସୋସିଆଲ ମିଡ଼ିଆରେ ତାଙ୍କ ନାମରେ ଅନେକଗୁଡ଼ିଏ ମିମ୍ସ ମଧ୍ୟ ଭାଇରାଲ ହୁଏ । ଏପରି ହିଁ କିଛି ଦିନ ଆଗରୁ ତାଙ୍କର ଏକ ଫଟୋକୁ ମିମ୍ସ ଭାବେ ବ୍ୟବହାର କରିଥିବା ଲୋକଙ୍କୁ ଚେତାବନୀ ଦେଇଥିଲେ । ସେ ଇଂଷ୍ଟାରେ ଏକ କାହାଣୀ ସେୟାର କରି, ମିମ୍ସ ତିଆରି କରିଥିବା ଲୋକଙ୍କୁ ରାଗି ଯାଇ କହିଥିଲେ ଯେ ‘ମୁଁ ଆପଣ ସମସ୍ତଙ୍କୁ ଚେତାବନୀ ଦେଉଛି ଯେ ମୋ ଫଟୋର ଉପଯୋଗ କରିବା ବନ୍ଦ କରି ଦିଅନ୍ତୁ, ମୋ ଫଟୋର ଫଟୋଶପ୍ କରନ୍ତୁ ନାହିଁ ଏବଂ ମୋ ବିଷୟରେ ଅଭଦ୍ର କଥା ଗୁଡ଼ିକ ଲେଖିବା ବନ୍ଦ କରି ଦିଅନ୍ତୁ । ଦୁନିଆରେ ଆଗରୁ ହିଁ ବହୁତ କିଛି ଚାଲୁଅଛି ତେବେ ମୋ ଫଟୋ ମାଧ୍ୟମରେ ଘୃଣା ପ୍ରଚାରିତ କରିବା ବନ୍ଦ କରନ୍ତୁ ।

Be the first to comment

Leave a Reply

Your email address will not be published.


*