ଚାକିରୀ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଶେଷ ହେବ ଗ୍ରାଚ୍ୟୁଇଟିର ଏହି ବଡ ନିୟମ !

ଚାକିରୀ କରୁଥିବା ଲୋକଙ୍କପାଇଁ ଏକ ବଡ଼ ଖବର ଅଛି । ଶ୍ରମ ସଚିବ ଆପୋର୍ଭା ନନ୍ଦା କହିଛନ୍ତି ଯେ ଆସନ୍ତା ବର୍ଷ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଗ୍ରାଚ୍ୟୁଇଟିର ନିୟମ ଶେଷ ହୋଇପାରେ ।  କେନ୍ଦ୍ର ଦ୍ଵାରା ଅଣା ଯାଇଥିବା ଚାରୋଟି ଶ୍ରମ କୋଡ଼ ୧ ଏପ୍ରିଲ ୨୦୨୧ରୁ ଏକକାଳୀନ କାର୍ଯ୍ୟକାରୀ ହୋଇପାରେ । ସଂସଦର ଶେଷ ଅଧିବେଶନରେ ଶିଳ୍ପ ସମ୍ପର୍କ କୋଡ୍, ସାମାଜିକ ସୁରକ୍ଷା କୋଡ୍, ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସର୍ତ୍ତ କୋଡ଼କୁ ଅନୁମୋଦନ କରାଯାଇଛି । ୱେଜ କୋଡ୍ ୨୦୧୯ରେ ଅନୁମୋଦିତ ହୋଇଥିଲା । ସରକାର ୪୪ କେନ୍ଦ୍ରୀୟ ଶ୍ରମ ଆକ୍ଟକୁ ମିଶାଇ ଏହି ଚାରୋଟି କୋଡ଼କୁ ପ୍ରସ୍ତୁତ କରିଛନ୍ତି । ଶ୍ରମ କୋଡ଼କୁ କାର୍ଯ୍ୟକାରୀ କରିବା ପାଇଁ ଡ୍ରାଫ୍ଟ ନିୟମର କାଯ୍ୟ ଆରମ୍ଭ ହୋଇସାରିଛି ।

* ଗ୍ରାଚ୍ୟୁଇଟିର ନିୟମ କ’ଣ ?

ବାସ୍ତବରେ, ଯେଉଁ କର୍ମଚାରୀମାନେ ଯେକୌଣସି କମ୍ପାନୀରେ ପାଞ୍ଚ ବର୍ଷରୁ ଅଧିକ ସମୟ କାମ କରିଦିଅନ୍ତି, କମ୍ପାନୀ ଛାଡିବା ପରେ ସେମାନଙ୍କୁ ପ୍ରତିବର୍ଷ ୧୫ଦିନ ହିସାବରେ ଟଙ୍କା ମିଳିଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ପାଞ୍ଚ ବର୍ଷ କାମ କରିଛନ୍ତି, ତେବେ କମ୍ପାନୀ ତାଙ୍କୁ ବର୍ଷକୁ ୧୫ଦିନ ହାରରେ ଅତିରିକ୍ତ ୭୫ଦିନ (ପ୍ରାୟ ଅଢେଇ ମାସ) ଅତିରିକ୍ତ ଟଙ୍କା ଦେବ । ଏହି ପରିମାଣକୁ ଗ୍ରାଚ୍ୟୁଇଟି କୁହାଯାଏ । ଏହା ଏକ ପ୍ରକାର ବ୍ୟକ୍ତିଙ୍କୁ ଏକ ଅତିରିକ୍ତ ଟଙ୍କା ପରି ଦିଆଯାଇଥାଏ ଯାହା ଦ୍ଵାରା ତାଙ୍କୁ କିଛି ଆର୍ଥିକ ସହାୟତା ମିଳିପାରିବ । ନୂତନ ଶ୍ରମ କୋଡ଼ରେ ଏହି ଗ୍ରାଚ୍ୟୁଇଟିକୁ ରଦ୍ଦ କରିବାକୁ ସୁପାରିଶ କରାଯାଇଛି ।

* ସରକାର ଆହୁରି ଅନେକ ନିୟମ ବଦଳାଇଛନ୍ତି

ଏହା ସହିତ ସରକାର ଅନ୍ୟାନ୍ୟ ନିୟମକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଶହେ କର୍ମଚାରୀରୁ କମ କର୍ମଚାରୀ ଥିବା ଏକ ଅନୁଷ୍ଠାନ କର୍ମଚାରୀ ହଟେଇବା ପାଇଁ ଅନୁମୋଦନ ଆବଶ୍ୟକ ହେବ ନାହିଁ । ଏହା ସହିତ ଶ୍ରମ ଆଇନ ମଧ୍ୟ ବହୁ ପରିମାଣର କର୍ପୋରେଟ ଏବଂ ବ୍ୟବସାୟୀଙ୍କ ସ୍ୱାର୍ଥରେ ଆରମ ଦିଆଯାଇଛି । ଏହି ସବୁର ସବୁଠାରୁ ବଡ ପ୍ରଭାବ ଘରୋଇ ଚାକିରୀ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ପଡ଼ିବ ।

Be the first to comment

Leave a Reply

Your email address will not be published.


*