ଯଦି ଆପଣଙ୍କ ରାଶିରେ ଶନିଦେବଙ୍କ ଦୋଷ ଲାଗିଛି, ତେବେ କଳା ରାଶିର ଏହି ଉପାୟ ଆପଣାନ୍ତୁ ! ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ !

ଜୀବନରେ ଅନେକଥର ଏମିତି କିଛି ସମୟ ଆସିଥାଏ, ଯେତେବେଳେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳେ ନାହିଁ ଏବଂ ବିଫଳତା ହିଁ ହାତରେ ଲାଗିଥାଏ । ଏହା ସହିତ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ । ଏହାକୁ ନେଇ ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଭିନ୍ନ ଭିନ୍ନ କାରଣ ଉଲ୍ଲେଖ କରାଯାଇଛି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଯଦି ଆପଣ କଠିନ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନାହିଁ ଏବଂ ଆପଣ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି, ତେବେ ଏହା ପଛରେ ଆପଣଙ୍କ ଜାତକର ରାହୁ ଓ ଶନିଙ୍କ ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଇଥାଏ । ଯେତେବେଳେ ଜାତକରେ ରାହୁ ଓ ଶନି ଦୋଷ ଲାଗିଥାଏ, ସେତେବେଳେ ରୋଜଗାର କମ ଓ ଖର୍ଚ୍ଚର ପରିମାଣ ବଢିଯାଇଥାଏ । ଏହିଭଳି ପରିସ୍ଥିତିରେ କଳା ରାଶିର ଉପାୟ ମାଧ୍ୟମରେ ଆପଣ ସହଜରେ ଏହି ଗ୍ରହ ଦୋଷରୁ ମୁକ୍ତି ପାଇପାରିବେ, ତେଣୁ ଆସନ୍ତୁ ଆଜି ଆମେ ଆପଣଙ୍କୁ କଳା ରାଶି ସହିତ ଜଡିତ କିଛି ସହଜ ଉପାୟ ବିଷୟରେ ଏହି ଅନୁଛେଦରେ ଜାଣିବା :

ଏହି ଉପାୟ ଦ୍ୱାରା ଆର୍ଥିକ ସମସ୍ୟା ହେବ ନାହିଁ :-

ପ୍ରତିଦିନ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଏବଂ ନିତ୍ୟକର୍ମ ସାରିବା ପରେ ପରିଷ୍କାର ପୋଷାକ ପରିଧାନ କରନ୍ତୁ । ଏହାପରେ ତମ୍ବା ଲଟାରେ ବିଶୁଦ୍ଧ ଜଳ ଭର୍ତ୍ତି କର ଏବଂ ସେଥିରେ କିଛି କଳା ରାଶି ପକାଇ ଦିଅନ୍ତୁ ଏବଂ ଆପଣଙ୍କ ଘର ନିକଟରେ ଥିବା କୌଣସି ଶିବ ମନ୍ଦିରକୁ ଯାଇ ସେହି ଜଳକୁ ଶିବଲିଙ୍ଗ ଉପରେ ଅର୍ପଣ କରିଦିଅନ୍ତୁ । କିନ୍ତୁ ମନେରଖନ୍ତୁ; ଜଳ ଅର୍ପଣ କରିବା ସମୟରେ “ଓଁ ନମଃ ଶିବାୟ” ଓ “ଓଁ ନମଃ ଭଗବତେ ବାସୁଦେବାୟ ନମଃ” ମନ୍ତ୍ର ଜପ କରିବାକୁ ପଡିବ । ଏପରି କରିବା ଦ୍ୱାରା ଆର୍ଥିକ ପରିସ୍ଥିତିରେ ସୁଧାର ଆସିବା ସହ ଚାକିରୀ ଓ ବ୍ୟବସାୟରେ ଉନ୍ନତି ହୋଇଥାଏ । ବ୍ୟବସାୟ ଓ କାରବାର ସହିତ ଜଡିତ ଲୋକଙ୍କ ପାଇଁ ଆୟର ନୂତନ ଉତ୍ସ ସୃଷ୍ଟି ହୋଇଥିବା ବେଳେ ଚାକିରୀ ସହ ଜଡିତ ଲୋକଙ୍କ ପାଇଁ ପଦୋନ୍ନତି ମିଳିବାର ସମ୍ଭାବନା ମଧ୍ୟ ବଢିଯାଇଥାଏ ।

ଦାରିଦ୍ର୍ୟତା ଦୂର କରିବାର ସବୁଠାରୁ ସହଜ ଉପାୟ :-

ସକାଳେ ଘରର ବାକି ସଦସ୍ୟଙ୍କ ଉଠିବା ପୂର୍ବରୁ ଉଠିଯାଆନ୍ତୁ ଏବଂ ପକ୍ଷୀମାନଙ୍କ ନିମନ୍ତେ ମୁଠାଏ କଳା ରାଶି ନେଇ ଛାତ ଉପରେ ରଖିଦିଅନ୍ତୁ । ପକ୍ଷୀମାନେ କଳା ରାଶି ଖାଇବା ଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହିତ ଜୀବନର ଅନ୍ୟାନ୍ୟ ଅସୁବିଧା ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଦୁଃଖର ସମାପ୍ତି ହେବା ସହିତ ଜୀବନରେ ସୁଖ ସମୃଦ୍ଧତା ଓ ଖୁସି ଆସିଥାଏ । ମନେରଖନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଏହି ଉପାୟକୁ କରନ୍ତୁ ।

ଶନିଦେବଙ୍କ ଦୋଷ ଓ ପିତୃଦୋଷ ଦୂର କରିବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ :-

Google

ଶନି ଏବଂ ପିତୃ ଦୋଷ ମଧ୍ୟ ଆପଣଙ୍କର ଆର୍ଥିକ ସଙ୍କଟର ଗୋଟିଏ କାରଣ ହୋଇପାରେ । ଏହି ଦୋଷ ଦୂର କରିବାପାଇଁ ଶନିବାର ଦିନ ଆପଣଙ୍କ ଘର ନିକଟ କୌଣସି ନଦୀକୁ ଯାଆନ୍ତୁ ଏବଂ ପ୍ରବାହିତ ଜଳରେ ମୁଠାଏ କଳା ତିଳ ପ୍ରବାହିତ କରନ୍ତୁ । ଏଭଳି କରିବା ଦ୍ୱାରା ଶନି ଏବଂ ପିତୃ ଦୋଷ ଦୂର ହେବା ସହିତ ରାହୁ କେତୁଙ୍କ ଦଶା ମଧ୍ୟ ଶାନ୍ତ ହୋଇଥାଏ । ଏହା ବ୍ୟତୀତ ଅଯଥା ଖର୍ଚ୍ଚରେ ହ୍ରାସ ଘଟିଥାଏ ଏବଂ ଆପଣଙ୍କ ପାଇଁ ନୂତନ ଆୟର ଉତ୍ସ ଖୋଲିଥାଏ ।

ଏହି ଉପାୟ ଦ୍ୱାରା ଜାଣନ୍ତୁ, ଆପଣଙ୍କର କାର୍ଯ୍ୟ ସଫଳ ହେବ କି ନାହିଁ :-

ଯଦି ଆପଣ କିଛି ଭଲ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ଓ ଆପଣ ଚିନ୍ତିତ ଅଛନ୍ତି; ତେବେ ଆପଣଙ୍କ କାମରେ ସଫଳତା ମିଳିବ କି ନାହିଁ ଓ ଲାଗିରହିଥିବା ସମସ୍ୟା ଦୂର ହୋଇପାରିବ କି ନାହିଁ ? ଏହା ଜାଣିବା ପାଇଁ ସମସ୍ତଙ୍କ ମନରେ ବ୍ୟାଘ୍ରାତ ଜନ୍ମିଥାଏ ।

ପ୍ରଥମେ ମୁଠାଏ କଳା ରାଶିକୁ ନେଇ ଘର ବାହାରେ ଥିବା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ । ଯଦି କୁକୁର ଆପଣଙ୍କ ଦ୍ୱାରା ଦିଆଯାଇଥିବା ରାଶିକୁ ଖାଇଦିଅନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣଙ୍କର କାମ ସୁରୁଖୁରୁରେ ହୋଇଯିବ । ଯଦି କୁକୁର ସେହି ରାଶିକୁ ଖାଏନାହିଁ, ତେବେ ବୁଝିନିଅନ୍ତୁ ଯେ ବିଜୟ ହାସଲ କରିବା ପାଇଁ ଆପଣଙ୍କୁ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ପଡିବ ।

ଏହି ଉପାୟ ଆପଣଙ୍କୁ ନକରାତ୍ମକ ଉର୍ଚ୍ଚା ଠାରୁ ଦୂରେଇ ରଖେ :-

ଯଦି ଆପଣଙ୍କ ଘରେ ଛୋଟ ପିଲାଥାଏ ଏବଂ ସେ ବାରମ୍ବାର କାନ୍ଦୁଥାଏ, ତେବେ ବୁଝିନିଅନ୍ତୁ ଯେ ଛୋଟ ଶିଶୁଟିକୁ କାହାର ଖରାପ ନଜର ଲାଗିଛି । ଏଭଳି ପରିସ୍ଥିତିରେ ଏକ ଲେମ୍ବୁକୁ ମଝିରୁ କାଟି ସେଥିରେ କଳା ରାଶି ରଖିଦିଅନ୍ତୁ । ଏହାପରେ ଲେମ୍ବୁକୁ କଳା ସୂତାରେ ବାନ୍ଧି ଆପଣଙ୍କ ଶିଶୁର ଚାରିପଟେ ୭ ଥର ଘୂରାନ୍ତୁ ଏବଂ ଏହାକୁ ଘର ଠାରୁ ଦୂରକୁ ଫିଙ୍ଗି ଦିଅନ୍ତୁ । ଏହି ଉପାୟ ସାହାଯ୍ୟରେ ପିଲାକୁ ଲାଗିଥିବା ଖରାପ ଦୃଷ୍ଟି ମଧ୍ୟ ଛାଡିଯିବ ଏବଂ ତା’ର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କୁ କହିରଖୁଛୁ ଯେ, ଏହି ଉପାୟ କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ବ୍ୟକ୍ତିଙ୍କୁ ମଧ୍ୟ ଯଦି କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ତେବେ ଏଥିରୁ ମୁକ୍ତି ପାଇପାରିବେ ।

Be the first to comment

Leave a Reply

Your email address will not be published.


*